
୫୦୦ ଟଙ୍କା ନୋଟ ର ନକଲି ହେଇଥିବାର ଏକ ଭିଡିଓ ସମୟ ସମୟ ଧରି ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓର ଦାବି ଅନୁଯାୟୀ ଯଦି ୫୦୦ ଟଙ୍କା ନୋଟ୍ ରେ ଥିବା ସବୁଜ ରଙ୍ଗ ଷ୍ଟ୍ରିପ୍ ମହାତମା ଗାନ୍ଧୀଙ୍କ ଫୋଟୋ ନିକଟରେ ଅଛି ଏବଂ ଆରବିଆଇ ରାଜ୍ୟପାଳଙ୍କ ହସ୍ତାକ୍ଷର ଠାରୁ ଦୂରରେ ଥିବ ତେବେ ସେହି ୫୦୦ ଟଙ୍କିଆ ନୋଟ୍ ନକଲି ଅଟେ।
ଏହି ଭିଡିଓର ଯାଞ୍ଚ କରିବା ପାଇଁ ଆମକୁ ଆମ ଫ୍ୟାକ୍ଟ ଲାଇନ୍ ୱ୍ହାଟ୍ସ ଅପ୍ ନମ୍ବର 9049053770 ଅନୁରୋଧ ଆସିଥିଲା।

ସମାନ ଭିଡିଓ ଆମକୁ ଫେସବୁକରେ ମଧ୍ୟ ଭାଇରାଲ ହେବା ମିଳିଲା।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ସର୍ଚ୍ଚ କରି ଦେଖିଲୁ ଯେ ଗୋଟିଏ ନକଲି ୫୦୦ ଟଙ୍କିଆ ନୋଟ୍ କୁ କେଉଁ ପ୍ରକାର ଚିହ୍ନଟ କରିବା ସମ୍ଭବ। ଆମେ ଏହା ମଧ୍ୟ ଜାଣିବାକୁ ଚେଷ୍ଟା କରିଲୁ ଯେ କ’ଣ ନୋଟ୍ ରେ ଥିବା ସବୁଜ ଷ୍ଟ୍ରିପ୍ ଦ୍ଵାରା ତାହାର ଅସଲି କିମ୍ବା ନକଲି ହେବା ବିଷୟରେ ସୂଚନା ମିଳି ପାରିବ?
ଫଳାଫଳରେ ଆମକୁ ୨୦ ଫେବ୍ରୁଆରି ୨୦୨୦ ରେ ଦି ଫାଇନାନ୍ସିଆଲ ଏକ୍ସପ୍ରେସ୍ ଦ୍ଵାରା ପ୍ରକାଶିତ ହେଇଥିବା ଏକ ରିପୋର୍ଟ ମିଳିଲା ଯେଉଁଥିରେ ୫୦୦ ଟଙ୍କିଆ ନୋଟ ବିଷୟରେ କୁହା ଯାଇଛି। ନୋଟ୍ ରେ ଦେଖା ଯାଉଥିବା ସବୁଜ ଷ୍ଟ୍ରିପ୍ ବିଷୟରେ ଲେଖା ଯାଇଛି ଯେ ଏକ ନୋଟ୍ କୁ ମୋଡିଲା ପରେ ମହାତମା ଗାନ୍ଧୀଙ୍କ ଫୋଟୋର ଡାହାଣ ପାର୍ଶ୍ଵରେ ଥିବା ସବୁଜ ଷ୍ଟ୍ରିପ୍ ନିଜ ରଙ୍ଗ ବଦଳାଇ ଦିଏ। ଏହା ବାବଦ ସବୁଜ ଷ୍ଟ୍ରିପ୍ ବିଷୟରେ କିଛି ଉଲ୍ଲେଖ କରା ଯାଇ ନାହିଁ।

୨୯ ଫେବ୍ରୁଆରି ୨୦୨୦ ରେ ମିଣ୍ଟ ପତ୍ରିକାର ଏକ ରିପୋର୍ଟ ରେ ଗୋଟିଏ ୫୦୦ ଟଙ୍କିଆ ନୋଟ୍ ନକଲି ବା ଅସଲି ଜାଣିବା ଉପାୟ ଉଲ୍ଲେଖ କରା ଯାଇଛି। ଏହି ରିପୋର୍ଟରେ ମଧ୍ୟ କୌଣସି ସ୍ଥାନରେ ଉଲ୍ଲେଖ କରା ଯାଇ ନାହିଁ ଯେ ଯଦି ନୋଟ୍ ରେ ଥିବା ସବୁଜ ଷ୍ଟ୍ରିପ୍ ମହାତମା ଗାନ୍ଧୀଙ୍କ ଫୋଟୋ ନିକଟରେ ଥାଏ ତେବେ ତାହା ଏକ ନକଲି ନୋଟ୍ ଅଟେ।
ଏହା ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଆରବିଆଇ ମୁଖପାତ୍ର ୟୋଗେଶ ଡାୟାଲଙ୍କ ସହ ଯୋଗାଯୋଗ କରି ଭାଇରାଲ ହେଉଥିବା ଦାବିର ସତ୍ୟତା ଜାଣିବାକୁ ଚେଷ୍ଟା କରିଲା ଏବଂ ଏହା ମଧ୍ୟ ସୂଚନା ନେଲା ଯେ କ’ଣ ନୋଟ୍ ରେ ଥିବା ସବୁଜ ଷ୍ଟ୍ରିପ୍ ଦ୍ଵାରା ନୋଟ୍ ଅସଲି କିମ୍ବା ନକଲି ଜାଣିବା ସମ୍ଭବ? ୟୋଗେଶ ଡାଯଲ ଆମକୁ କହିଛନ୍ତି ଯେ, “ଭାଇରାଲ ଦାବି ମିଥ୍ୟା ଅଟେ। ନୋଟ୍ ରେ ଥିବା ସବୁଜ ଷ୍ଟ୍ରିପ୍ କେଉଁ ସ୍ଥାନରେ ଅଛି ତାହା ଦ୍ଵାରା ନୋଟ୍ ଅସଲି କି ନକଲି ହେଇଥିବାର କୌଣସି ପ୍ରମାଣ ଦିଏ ନାହିଁ। ଆପଣ ଅନେକ ୫୦୦ ଟଙ୍କିଆ ନୋଟ୍ ଦେଖି ପାରିବେ ଯେଉଁଥିରେ ସବୁଜ ଷ୍ଟ୍ରିପ୍ ରାଜ୍ୟପାଳଙ୍କ ହସ୍ତାକ୍ଷର ପାଖରେ ନଥାଇ ମହାତମା ଗାନ୍ଧୀଙ୍କ ଫୋଟୋ ନିକଟରେ ଥାଏ।”
୨୫ ଜୁନ୍ ୨୦୨୧ ରେ ପିଆଇବି ମଧ୍ୟ ଟୁଇଟ କରି ସ୍ପଷ୍ଟ କରିଛି ଯେ ଭାଇରାଲ ହେଉଥିବା ଦାବି ମିଥ୍ୟା ଅଟେ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିରେ କୌଣସି ସତ୍ୟତା ନାହିଁ। ସବୁଜ ଷ୍ଟ୍ରିପ୍ ନୋଟର ଅସଲି କିମ୍ବା ନକଲି ହେଇଥିବାର ପ୍ରମାଣ ଦିଏ ନାହିଁ।

Title:୫୦୦ ଟଙ୍କିଆ ନୋଟରେ ସବୁଜ ଷ୍ଟ୍ରିପ୍ ର ଅବସ୍ଥାନ ବିଷୟରେ ଦାବି ମିଥ୍ୟା ଏବଂ ବିଭ୍ରାନ୍ତକର ଅଟେ।
Fact Check By: Siddharth SahuResult: False
