
ଫେସବୁକର ମନ୍ଦିର ମାଳିନୀ ପେଜରେ ୩ ସପ୍ତାହ ପୂର୍ବରୁ ଗୋଟିଏ ଅନୁଛେଦରେ ଏହା ଦାବି କରାଯାଇଅଛି ଯେ କେନ୍ଦ୍ରୀୟ ସରକାର ଏହା ନିର୍ଣୟ ନେଇ ଅଛି ଯେ ଏବେ ସବୁ ସ୍କୁଲରେ ପିଲା ମାନଙ୍କୁ ଚାଷ କାମ ଶିଖା ହେବ। ଏବେ ଚାଷୀମାନେ ଚାଷ ରୁ ମୁଁହ ଫେରେଇ ନେଲେଣି।ଛୋଟବେଳୁ ପିଲାମାନେ ମଧ୍ୟ ଚାଷ ପ୍ରତି ନାକ ଟେକିଲେଣି। ଏହାକୁ କିନ୍ତୁ ଗୁରୁତର ଭାବେ କେନ୍ଦ୍ର ସରକାରଙ୍କ କେନ୍ଦ୍ରୀୟ ମାନବ ସଂଶାଧନ ବିକାଶ ମନ୍ତ୍ରାଳୟ ଏନେଇ ନୂଆ ନିୟମ କରିଛନ୍ତି। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରା ଯାଇଅଛି ଯେ ସ୍କୁଲରେ ପିଲା ମାନଙ୍କୁ ଛୋଟବେଳୁ ପିଲା ମାନଙ୍କୁ ଚାଷ ବିଷୟରେ ତାଲିମ ଦିଆଯିବ। ଏହି ପୋଷ୍ଟକୁ ୩ ସପ୍ତାହରେ ୬,୨୮୦ ଲାଇକ୍ସ ମିଳି ସାରିଛି। http://bit.ly/student-will-learn-agriculture
୨୬ ଫେବ୍ରୁଆରି ୨୦୧୫ ରେ ଫେସବୁକର ଏଗ୍ରୋ – ଭେଞ୍ଚର୍ଷ ପେଜରେ ଏହା ଦାବି କରା ଯାଇଅଛି ଯେ ଓଡ଼ିଶା ଏହା ଘୋଷଣା କରିଅଛି ଯେ ସବୁ ସ୍କୁଲରେ ଚାଷ ବିଜ୍ଞାନକୁ ଗୋଟିଏ ବିଷୟ ଭାବେ ପ୍ରାର୍ଥମିକ ସ୍କୁଲରୁ ପ୍ରାରମ୍ଭ କରାଯିବ।

୬ ମାର୍ଚ ୨୦୧୫ ରେ ମାଈ ସମ୍ବଲପୁର ସାଇଟ ରେ ଛପି ଥିବା ଗୋଟିଏ ଅନୁଛେଦରେ ଏହା ଦାବି କରା ଯାଇଅଛି ଯେ ଓଡ଼ିଶା ସରକାର କୃଷି ବିଜ୍ଞାକୁ ପ୍ରାର୍ଥମିକ ସ୍କୁଲରେ ଗୋଟିଏ ବିଷୟ ଭାବେ ଯୋଡ଼ିବ।

ଆମ ଅନୁସନ୍ଧାନ:
ଏହି ବିଷୟକୁ ଆମେ ଫେସବୁକରୁ ଖୋଜି ପାଇଲୁ। ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ଗୁଗଲରେ ଯାଇ ସର୍ଚ କରିଲୁ। ସର୍ଚ କରିଲା ପରେ ଆମେ କିଛି ସତ୍ୟ ସାମ୍ନାକୁ ଆସିଲୁ।
ଯେତେବେଳେ ଆମେ ପୋଷ୍ଟରେ ଛପି ଥିବା ଅନୁଛେଦକୁ ବିସ୍ତାରରେ ପଦ୍ଜିଲୁ, ଆମେ ଏହା ପାଇଲୁ ଯେ ଏହି ପୋଷ୍ଟ ଶେଷ ଆଡେ ଏହା ଲେଖା ହୋଇଅଛି ଯେ ଖୁବ ଶୀଘ୍ର ସ୍କୁଲ ମାନଙ୍କୁ ଏହା ବିଷୟରେ ନିର୍ଦେଶ ଦିଆ ଜୀବ ବୋଲି ସୂଚନା ମିଳିଅଛି। ଅନୁଛେଦରେ କରା ଯାଇଥିବା ଦାବିର ଶୀର୍ଷକ ସହିତ କୌଣସି ସମ୍ବନ୍ଧ ନାହିଁ।
ହିନ୍ଦୁ ବିଜନେସ ଲାଇନ୍ସରେ ଛପି ଥିବା ଅନୁଛେଦ ଅନୁସାରେ ଏହା ମତ ଦିଆ ଯାଇଅଛି ଯେ କୃଷି କ୍ଷେତ୍ରରେ ହେଉ ଥିବା ଅଧପତନ କୁ ବନ୍ଦ କରିବା ପାଇଁ ପ୍ରାର୍ଥମିକ ସ୍କୁଲରେ ଚାଷ ଶିଖାଯିବାକୁ ହେବ। ଏହା ମତ ମଧ୍ୟ ଦିଆ ଯାଇଅଛି ଯେ ଯଦି ସ୍କୁଲରେ ଚାଷ ବିଷୟରେ ପିଲା ମାନଙ୍କୁ ଶିକ୍ଷା ଜୀବ ତ ସେମାନେ କୃସୀ କୁ ବୃତି ଭାବେ ବାଛି ପାରିବେ।

ଟୁଇଟର ରେ ମଧ୍ୟ ଏହା ବିଷୟରେ ଚର୍ଚା ହୋଇଅଛି। ୨୯ ସେପ୍ଟେମ୍ବର ୨୦୧୯ ରେ ଜଣେ ନିଜ ଟୁଇଟର ହ୍ୟାଣ୍ଡେଲରେ ଏହା ଲେଖି ଅଛନ୍ତି ଯେ ଭାରତ ସରକାରଙ୍କୁ ସ୍କୁଲରେ agriculture ଓ ବଗିଚା କାମ କୁ ବାଧ୍ୟତାମୂଳକ ବିଷ୍ୟ ଭାବେ ଉପସ୍ଥିତ କରିବା କଥା।

ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବା କୁ ପାଇଲୁ ଯେ ସ୍କୁଲରେ ପିଲା ମାନଙ୍କୁ କୃସୀ ଶିଖାଇବା ପାଇଁ ସରକାର କୌଣସି ବ୍ୟବସ୍ତା କରି ନାହିଁ। ଏହି ପୋଷ୍ଟରେ କରା ଯାଇଥିବା ଦାବି ଯେ ଏବେ ପ୍ରାର୍ଥମିକ ସ୍କୁଲରେ ପିଲା ମାନେ ଚାଷ ଶିଖିବେ, ଗୋଟିଏ ମିଥ୍ୟା। ବିଭିନ୍ନ ଲୋକେ ସରକାରକୁ ଏହି ବିଷୟରେ ପରାମର୍ଶ ଦଇଅଛନ୍ତି ଓ ସରକାର ଏହାକୁ ନେଇ ଏବେ ଯାଏଁ କୌଣସି ନିର୍ଣୟ ନେଇ ନାହିଁ।

Title:କ’ଣ ଏବେ ସ୍କୁଲରେ ପିଲା ମାନେ ଶିଖିବେ ଚାଷ କାମ? କେବେ ନିଆ ହେଲା ଏହି ନିର୍ଣୟ? ଜାଣନ୍ତୁ।
Fact Check By: Siddharth SahuResult: False