
ସୋସିଆଲ ମିଡିଆରେ 62 ବର୍ଷରେ ପ୍ରଥମଥର ପାଇଁ ୱାର୍ଲଡ ବ୍ୟାଙ୍କର ଭାରତ ଉପରେ କୌଣସି ଋଣ ନ ଥିବାର ଗୁଜବ ଭାଇରାଲ କରାଯାଉଛି। 5 ନଭେମ୍ବରରେ Balabhadra rout ନମକ ଜଣେ ଫେସବୁକ ୟ୍ୟୁଜର ନିଜ ଆକାଉଣ୍ଟରେ ଏହି ଦାବି କରିଛନ୍ତି। ବଲଭଦ୍ର ରାଉତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକ ଫୋଟୋ ପୋଷ୍ଟ କରିଛନ୍ତି ଏବଂ ସେ ଫୋଟୋ ରେ ବିଗତ 62 ବର୍ଷରେ ପ୍ରଥମଥର ଭାରତ ଉପରେ ୱାର୍ଲଡ ବ୍ୟାଙ୍କର କୌଣସି ଋଣ ନଥିବା କଥା ଦାବି କରିଛନ୍ତି। ଆମେ ଅନୁସନ୍ଧାନ କରିବା ପୂର୍ବରୁ ପୋଷ୍ଟକୁ 7 ଥର ସେୟାର କରାଯାଇଛି। ଏହା ଛଡ଼ା ପୋଷ୍ଟଟିକୁ 88 ଲାଇକ ଏବଂ 23 କମେଣ୍ଟ ମିଳିଛି।
ପୋଷ୍ଟରେ କରାଯାଇଥିବା ଦାବି କେତେ ସତ ତାହା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ।
ସତ୍ୟତା ଜାଣିବା ପାଇଁ ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ
ଅନୁସନ୍ଧାନର ଆରମ୍ଭରେ ଆମେ ଗୁଗୁଲରେ ଭରତ ୱାର୍ଲଡ ବ୍ୟାଙ୍କରୁ କେତେ ଋଣ ଆଣିଛି ତାହା ସର୍ଚ କରିଲୁ। ସର୍ଚରେ ସର୍ବପ୍ରଥମେ ଆମକୁ पत्रिका ନ୍ୟୁଜ ପେଜ ରେ ଏକ ଅନୁଚ୍ଛେଦ ମିଲା। ଅନୁଚ୍ଛେଦରେ 3 ଲଭେମ୍ବର 2018 ସୁଧା ଭାରତ ଉପରେ ୱାର୍ଲଡ ବ୍ୟାଙ୍କର କେତେ ଋଣ ଥିଲା ତାହା ଲେଖା ଯାଇଛି।
ଏହି ଅନୁଚ୍ଛେଦରେ ପଞ୍ଜାବର ଆରଟିଆଈ କର୍ମଚାରି ରୋହିତ ସମ୍ଭ୍ରବାଲଙ୍କୁ ଭାରତ ଋଣ ବିଷୟରେ ପ୍ରଶ୍ନ କରାଯାଇଥିଲା। ଆରଟିଆଈ କର୍ମଚାରି ଦେଇଥିବା ସୂଚନା ଅନୁଜାଇ ଭାରତ ଉପରେ ୱାର୍ଲଡ ବ୍ୟାଙ୍କର 176614 କୋଟି ଟଙ୍କା ଋଣ ଅଛି। ଯଦି ଏହି ଋୁଣକୁ ଭାରତର 130 କୋଟି ଲୋଙ୍କୁ ବଣ୍ଟାଯାଏ ତେବେ ଏହା ପ୍ରତି ଲୋକ ପିଛା 1412 ଟଙ୍କା ପଡ଼ିବ। ଏହି ହିସାବରେ 2018 ସୁଧା ଭାରତର ସବୁ ନାଗରିକ 1412 ଟଙ୍କାର ଋୁଣି ଥିଲେ।
28 ନଭେମ୍ବର ରେ ଜନସତ୍ତା ନାମକ ଏକ ପେଜରେ ଭାରତର ଋଣ ପୂର୍ବ ବର୍ଷ ଅପେକ୍ଷ୍ୟା 4 % ବଢ଼ିଥିବାର ଲେଖାଯାଇଛି। 2018 ଡିସେମ୍ବର ସୁଧା ଭାରତର ଋଣ 84.6 ଲକ୍ଷ୍ୟ କୋଟି ଥିବା ବେଳେ 2019 ଶେଷ ସୁଦ୍ଧା ଭାରତର ଋଣ 3.58 ଲକ୍ଷ୍ୟ କୋଟି ଟଙ୍କା ବଢ଼ି 88.18 ଲକ୍ଷ୍ୟ କୋଟି ଟଙ୍କା ହୋଇଯାଇଛି।
ଏଠାରେ ପେଜ ଲିଙ୍କ ଦେଖନ୍ତୁ- जनसत्ता । Archive
ଏଠାରେ ଜାଣିରଖନ୍ତୁ ଯେ, ଭାରତ ୱାର୍ଲଡ ବ୍ୟାଙ୍କର 2ଟି ବ୍ୟାଙ୍କରୁ ଋଣ ଆଣିଥାଏ । ଗୋଟେ ହେଲା IBRD (International Bank for Reconstruction and Development)ଏବଂ ଅନ୍ୟଟି IDR(International Development Association) ବ୍ୟାଙ୍କ। IBRD ବ୍ୟାଙ୍କ ପୃଥିବିର ବିକଶିତ ଦେଶମାନଙ୍କୁ ବଡ଼ ବଡ଼ ଯୋଜନା ପାଇଁ ଋଣ ଦେଇଥିଏ। ସେହିପରି IDR ବ୍ୟାଙ୍କ ଗରିବ ଦେଶ ମାଙ୍କୁ ଋଣ ଦେଇଥିଏ। ଭରାତ IBRD ବ୍ୟାଙ୍କ ଏବଂ IDR ବ୍ୟାଙ୍କ 2019 ପର୍ଯ୍ୟନ୍ତ $3277 million or $3.2 billion ଋଣ ଆଣିଛି।
ଏହା ଛଡ଼ା world bank ୱେବସାଇଟ ରେ ପାଇଲୁ ଯେ, ଭାରତ ଏହି ବର୍ଷ ଜୁନ 24 ରେ Uttarakhand Public Financial Management ଯୋଜନା ପାଇଁ ଭାରତ ୱାର୍ଲଡ ବ୍ୟାଙ୍କରୁ 31.58 ମିଲିୟନ ଡଲାର ଋଣ ଆଣିଛି। ଅର୍ଥାତ ଭରତୀୟ ମୁଦ୍ରା ହିସାବରେ 3 କୋଟି 15 ଲକ୍ଷ୍ୟ ଋଣ ଭାରତ ୱାର୍ଲଡ ବ୍ୟାଙ୍କରୁ ଆଣିଛି।
ଏଠାରେ ପେଜର ଲିଙ୍କ ଦେଖନ୍ତୁ- World bank । Archive
କେବଳ ସେତିକି ନୁହେଁ ଭାରତ 30 ସେପ୍ଟେମ୍ବରରେ ଓଡ଼ିଶା ଏକୀଭୂତ ଜଳସେଚନ ପରିକଳ୍ପନା ଯୋଜନା ପାଇଁ IBRD ଠାରୁ $165 million ଋଣ ଆଣିଛି। ଏହି ଋଉ ଓଡ଼ିଶାର ଛୋଟ କୃଷକଙ୍କ ବିକାଶ ପାଇଁ ବ୍ୟବହାର କରାଯିବ। ଜମିରେ ଜଳସେଚନ ପାଇଁ କୃଷକଙ୍କୁ ଏହି ଯୋଜନା ମାଧ୍ୟମରେ ସୁବିଧା ମିଳିବ।
ଏଠାରେ ପେଜର ଲିଙ୍କ ଦେଖନ୍ତୁ- World bank
ଏଥିରୁ ଜଣାଗଲା ଯେ ଭାରତ ୱାର୍ଲଡ ବ୍ୟାଙ୍କର ସବୁ ଋଣ ସୁଝି ନାହିଁ। ଏବେବି ଭାରତ ୱାର୍ଲଡ ବ୍ୟାଙ୍କର ଋୁଣି ଅଟେ।
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଫେସବୁକରେ କରାଯାଇଥିବା 62 ବର୍ଷରେ ପ୍ରଥମ ଥର ଭାରତ ସରକାର ୱାର୍ଲଡ ବ୍ୟାଙ୍କଠାରୁ ଋଣ ମୁକ୍ତ ଦାବି ସମ୍ପୁର୍ଣ୍ଣ ମିଥ୍ୟା ଅଟେ। 28 ସେପ୍ଟେମ୍ବରରେ ଭାରତ ଓଡ଼ିଶାର କୃଷି ବିକାଶ ପାଇଁ $165 ମିଲିୟନ ଋଣ ଆଣିଛି। ଭିରତ ଏବେ ମଧ୍ୟ ୱାର୍ଲଡ ବ୍ୟାଙ୍କଠାରୁ ଋଣ ଆଣିଛି ଏବଂ ଭାରତ ଏବେ ମଧ୍ୟ ଋଣ ମୁକ୍ତ ହୋଇ ନାହିଁ।

Title: କ’ଣ 62 ବର୍ଷରେ ପ୍ରଥମଥର ଭରାତ ଉପରେ ୱାର୍ଲଡ ବ୍ୟାଙ୍କର କୌଣସି ଋଣ ନାହିଁ ?
Fact Check By: Saritadevi SamalResult: False