କ’ଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୫ ଲକ୍ଷ ଟଙ୍କା ବେତନ ଦେଇ ଜଣେ ମେକ୍ ଅପ୍ ଆର୍ଟିଷ୍ଟଙ୍କୁ ନିଯୁକ୍ତି କରିଛନ୍ତି? ଜାଣନ୍ତୁ ସତ୍ୟ।

False Political

ଗୋଟିଏ ଫେସବୁକ ପୋଷ୍ଟରେ ଦାବି କରା ଯାଇଅଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣେ ମେକଅପ୍ ଆର୍ଟିଷ୍ଟଙ୍କୁ ପ୍ରତି ମାସ ୧୫ ଲକ୍ଷ ଟଙ୍କା ଦେଇ ଚାକିରିରେ ରଖିଛନ୍ତି। ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଭାଇରାଲ ଫୋଟୋରେ ଦେଖିବାକୁ ମିଳିଛି ଯେ ପ୍ରଧାନମନ୍ତ୍ରୀ ବସିଥିବା ସମୟରେ ଜଣେ ମହିଳା ତାଙ୍କ ମେକଅପ୍ କରୁଛନ୍ତି। 

ଫେକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା। 

କ’ଣ ଦାବି ଏହି ପୋଷ୍ଟର?

୧୨ ଫେବ୍ରୁଆରିରେ ଜଣେ ଫେସବୁକ ୟୁଜର ବିକଳ୍ପ ସ୍ଵର ନାମକ ଫେସବୁକ ଗୃପ୍ ରେ ନରେନ୍ଦ୍ର ମୋଦୀଙ୍କ ମେକଅପ୍ ହେଉଥିବା ପରି ଗୋଟିଏ ଫୋଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ “୧୫ ଲକ୍ଷ ଟଙ୍କା ପ୍ରତି ମାସ ଦରମା ଦେଇ ଗୋଟିଏ ମେକଅପ୍ ଆର୍ଟିଷ୍ଟଙ୍କ ହାଥରୁ ମେକଅପ୍ କରେଇ ସଜଧଜ ହୋଇ କାଁଡିବାକୁ ବାହାରନ୍ତି ନୌଟଙ୍କିବାଜ”

fb.jpg

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୧୬ ମାର୍ଚ ୨୦୧୬ ମସିହାରେ ମ୍ୟାଡମ୍ ଟୁସାଉଡ୍ସଙ୍କ ୟୁଟ୍ୟୁବ ଚ୍ୟାନାଲରେ ଗୋଟିଏ ଭିଡିଓ ପୋଷ୍ଟ ହେଇଥିବା ମିଳିଲା। ଏହି ଭିଡିଓର ଫୁଟନୋଟ୍ ରେ କୁହା ଯାଇଅଛି ଯେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ ତାଙ୍କ ବାସଭବନରେ ମ୍ୟାଡମ୍ ଟୁସାଉଡଙ୍କ ନାମୀଦାମୀ କଳାକାର ମାନଙ୍କୁ ନିଜ ଷ୍ଟେଚ୍ୟୁ ନିର୍ମାଣ କାର୍ଯ୍ୟ ପାଇଁ ସାକ୍ଷାତ କରିଥିଲେ। 

ଏହା ପରେ ଆମକୁ ୧୭ ମାର୍ଚ ୨୦୧୬ ମସିହାରେ ହିନ୍ଦୁସ୍ତାନ ଟାଇମ୍ସ ପତ୍ରିକାରେ ପ୍ରକାଶିତ ହେଇଥିବା ଗୋଟିଏ ଅନୁଛେଦ ମିଳିଲା। ଏହି ଅନୁଛେଦରେ କୁହା ଯାଇଅଛି ଯେ ମ୍ୟାଡମ୍ ଟୁସାଉଡ୍ସଙ୍କ ବିଶ୍ଵ ପ୍ରସିଦ୍ଧ ମହମ ସଂଗ୍ରହାଳୟରେ ବିଶ୍ଵସ୍ତରୀୟ ନେତାଙ୍କ ସହ ଯୋଗଦେବେ। ଏହି ଘଟଣା ନେଇ ପ୍ରଧାନମନ୍ତ୍ରୀ ମୋଦୀ ନିଜେ କହିଛନ୍ତି ଯେ “ମୋର ସାକ୍ଷାତ ସମୟରେ ମୁଁ ଦଳକୁ ଯତ୍ନର ସହ ଦେଖିଲି ଏବଂ ଏହାର ନିଷ୍ଠା, ବୃତ୍ତିଗତତା ଏବଂ ଦକ୍ଷତା ଦ୍ଵାରା ଗଭୀର ଭାବରେ ପ୍ରଭାବିତ ହୋଇଥିଲି। ମୁ ତିନି ଚାରି ଥର ମ୍ୟାଡମ୍ ଟୁସାଉଡଙ୍କ ପରିଦର୍ଶନ କରିସାରିଛି ଏବଂ ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଫୋଟୋ ପାଖରେ ଠିଆ ହୋଇ ନିଜକୁ ଫୋଟୋଗ୍ରାଫ୍ କରି ଖୁସି ଅନୁଭବ କରିଛି।“

HT.jpg

Hindustan Times | Archive

ଏହି ବିଷୟରେ ଆମକୁ ମ୍ୟାଡମ୍ ଟୁସାଉଡଙ୍କ ୱେବସାଇଟରେ ମଧ୍ୟ ଏହି ବିଷୟରେ ସୂଚନା ମିଳିଲା। ଏହି ୱେବସାଇଟରେ କୁହା ଯାଇଅଛି ଯେ ଶ୍ରୀ ମୋଦୀ ଏହି ପ୍ରକ୍ରିୟା ଆରମ୍ଭରୁ ଜଡ଼ିତ ଥିଲେ ଏବଂ ଯେତେବେଳେ ସେ ନିଜ ସହ ମୁହାଁମୁହିଁ ହେଇଥିଲେ ସେତେବେଳେ ଫଳାଫଳକୁ ନେଇ ସେ ଖୁସି ହେଇଥିଲେ। ବର୍ତ୍ତମାନର ନେତା ବାରାକ ଓବାମା, ଡେଭିଡ କାମେରୁନ, ଏଞ୍ଜେଲା ମେରକେଲ, ଏବଂ ଫ୍ରାଙ୍କୋଇସ ହଲାଣ୍ଡଙ୍କ ସହ ଅନ୍ୟ ପ୍ରସିଦ୍ଧ ନେତା ମାନଙ୍କ ସହିତ ମୋଦୀଙ୍କ ଷ୍ଟେଚ୍ୟୁ ପ୍ରଦର୍ଶିତ ହୋଇଛି। 

MT.jpg

Madame Tussauds | Archive

ଶେଷକଥା: 

ଆମ ଅନୁସନ୍ଧାନରୁ ଆମେ ଜାଣିବାକୁ ପାଇଲୁ ଯେ ନରେନ୍ଦ୍ର ମୋଦୀ ମାସକୁ ୧୫ ଲକ୍ଷ ଟଙ୍କା ବେତନରେ ମେକଅପ୍ ଆର୍ଟିଷ୍ଟନିଯୁକ୍ତି ଦେଇଥିବା କଥା ମିଥ୍ୟା ଅଟେ। ଫୋଟୋରେ ଥିବା ମହିଳା ମ୍ୟାଡମ୍ ଟୁସାଉଡଙ୍କ ଆର୍ଟିଷ୍ଟ ଯିଏ ମୋଦୀଙ୍କ ଷ୍ଟେଚ୍ୟୁ ବନେଇବା ପାଇଁ ମୋଦୀଜିଙ୍କ ମାପ ନେଉଛନ୍ତି।

Avatar

Title:କ’ଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୫ ଲକ୍ଷ ଟଙ୍କା ବେତନ ଦେଇ ଜଣେ ମେକ୍ ଅପ୍ ଆର୍ଟିଷ୍ଟଙ୍କୁ ନିଯୁକ୍ତି କରିଛନ୍ତି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *