
କୋରୋନା ଭାଇରସ ଆତଙ୍କରେ ପୁରା ଦେଶ ଲକଡାଉନ ହୋଇ ରହିଛନ୍ତି। ରାସ୍ତା ଘାଟ ସବୁଠି ପୋଲିସ କର୍ମି ଏବଂ ଅନ୍ୟାନ୍ୟ କିଛି କର୍ମିଙ୍କୁ ଛାଡ଼ି କେହି ଦେଖା ଯାଉ ନାହାନ୍ତି। ଦୋକାନ ବଜାର ସହ ସମସ୍ତ ଅଫିସ ମଧ୍ୟ ବନ୍ଦ ରହିଛି। ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ହେବା ପରେ ରାସ୍ତାରେ ଜୀବଜନ୍ତୁ ଏବଂ ପକ୍ଷୀ ବିନା ଡରରେ ବୁଲୁଥିବାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। 3 ଏପ୍ରିଲରେ Parthsarathi jena ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭିଡ଼ିଓ ପୋଷ୍ଟ କରିଛନ୍ତି। ଭାଇରାଲ ଭିଡିଓରେ ଏକ ହରିଣ ସମୁଦ୍ର କୁଳରେ ବୁଲୁଥିବାର ଦେଖା ଯାଉଛି। ଭାଇରାଲ ପୋଷ୍ଟରେ ଦାବି କରାଯାଇଛି ଯେ, କୋରୋନା ସଂକ୍ରମଣର ଲକଡାଉନ ପ୍ରଭାବରେ ପୁରି ଚନ୍ଦ୍ରଭାଗା ସମୁଦ୍ର ପାଖରେ ଏକ ହରିଣ ବିନା ଡରରେ ବୁଲୁଛି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 149 ଥର ସେୟାର କରାଯାଇଛି ଏବଂ 119 ଲାଇକ ସହ 28 କମେଣ୍ଟ ମିଳିଛି। ତଳେ ପୋଷ୍ଟର ଲିଙ୍କ୍ ଦେଖନ୍ତୁ।
ଏହା ଛଡ଼ା ଭାଇରାଲ ଭିଡିଓ ଆମକୁ NEW7 ପେଜରେ ମଧ୍ୟ ମିଳିଲା। ପେଜରେ ମଧ୍ୟ ଦାବି କରାଯାଉଛି ଯେ, କୋରୋନା ଲକଡାଉନ ପରେ ପୁରୀ ସମୁଦ୍ର ବେଳା ଭୂମିରେ କୌଣସି ଲୋକ ଯାତାୟାତ ନ କରୁଥିବାରୁ ନିର୍ଭୟରେ ବନ୍ୟଜନ୍ତୁମାନେ ବାହାରେ ବୁଲୁଛନ୍ତି। ଦାବି କରାଯାଇଛି ଯେ ନିକଟସ୍ଥ ଅଭୟାରଣ୍ୟରୁ ଆସି ମୃଗଟି ଖେଳୁଥିବାର ଦେଖିବାକୁ ମିଳିଛି। ପୋଷ୍ଟର ଶୀର୍ଷକରେ ଲେଖା ଯାଇଛି ଯେ, ଲକ୍ଡାଉନ୍ ସମୟରେ ଚନ୍ଦ୍ରଭାଗା ସମୁଦ୍ର ବେଳାଭୂମିରେ କୃଷ୍ଣସାର ମୃଗ | ନିକଟସ୍ଥ ଅଭୟାରଣ୍ୟରୁ ଆସି ଖେଳୁଥିବା ଦେଖିବାକୁ ମିଳିଥିଲା ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 769 ଥର ସେୟାର କରାଯାଇଛି , ଏହା ସହ ପୋଷ୍ଟକୁ ତିନି ହଜାରରୁ ଅଧିକ ଲାଇକ୍ ଏବଂ 175 କମେଣ୍ଟ ମଧ୍ୟ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ତେବେ ସମୁଦ୍ର ପାଖରେ ବୁଲୁଥିବା ହରିଣ ଭିଡିଓ କୋରୋନା ସଂକ୍ରମଣ ଲକଡାଉନ୍ ସମୟର ଅଟେ। ଭାଇରାଲ ଭିଡିଓ କଣ ପୁରୀ ଜିଲ୍ଲା ଚନ୍ଦ୍ରଭାଗାର ଅଟେ। ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡ଼ରେ ପକାଇ ଫୋଟୋରେ ଭାଙ୍ଗିଲୁ। ଏହା ପରେ ମିଳିଥିବା ଫୋଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚରେ ଆମକୁ Anthony Martin ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଭାଇରାଲ ଭିଡିଓ 2015 ମସିହାରେ ଅର୍ଥାତ୍ 4 ବର୍ଷ ତଳେ ପୋଷ୍ଟ କରିଛନ୍ତି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
The DODO ନାମକ ପେଜରେ ମଧ୍ୟ ଭାଇରାଲ ଭିଡିଓ ମିଳିଲା। ଭିଡିଓଟି ପେଜରେ 21 ଡିସେମ୍ବର 2015ରେ ପ୍ରକାଶିତ କରାଯାଇଛି। ପୋଷ୍ଟରେ ଲେଖା ଯାଇଛି ଯେ, ଫ୍ରାନ୍ସର ଚଳଚ୍ଚିତ୍ର ନିର୍ମାତା ଆନ୍ଥୋନି ମାର୍ଟିନଙ୍କ ଦ୍ୱାରା ନିଆଯାଇଥିଲା। ଭିଡିଓ କ୍ଲିପ୍ ରେ ସମୁଦ୍ର କୂଳକୁ ଆସିଥିବା ହରିଣର ଚମତ୍କାର ପ୍ରତିକ୍ରିୟା ଦେଖା ଯାଉଛି। ତଳେ ଭିଡିଓର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-The DODO । Archive
ଏହା ପରେ ଭାଇରାଲ ଭିଡିଓ ଆମକୁ Buscando Sentidos ନାମକ ଏକ ୟୁଟ୍ୟୁବ ଚ୍ୟାନେଲରେ ମଧ୍ୟ ଭାଇରାଲ ଭିଡିଓ ପାଇଲୁ ଯାହାକି 9 ମାର୍ଚ୍ଚ 2019ରେ ପୋଷ୍ଟ କରାଯାଇଥିଲା। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଭିଡିଓ ଚାରି ବର୍ଷ ପୁରୁଣା ଅଟେ। Higgs Boson ନାମକ ଏକ ୟୁଟ୍ୟୁବ ଚ୍ୟାନେଲରେ ମଧ୍ୟ ଭାଇରାଲ ଭିଡିଓ ପାଇଲୁ। ଚ୍ୟାନେଲରେ ଭାଇରାଲ ଭିଡିଓଟି 12 ନଭେମ୍ବର 2015ରେ ପୋଷ୍ଟ କରାଯାଇଛି। ତଳେ ଭିଡିଓ ଲିଙ୍କ୍ ଦେଖ।
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, କୋରୋନା ଲକଡାଉନ ସମୟରେ ପୁରି ଚନ୍ଦ୍ରଭାଗା ସମୁଦ୍ର କୁଳରେ ହରିଣ ବୁଲୁଥିବା ଦାବିରେ ଭାଇରାଲ ହେଉଥିବା ଭିଡିଓ 2015 ଅର୍ଥାତ୍ 4 ବର୍ଷ ପୁରୁଣା ଅଟେ। ସମୁଦ୍ର କୁଳରେ ବୁଲୁଥିବା ଏହି ହରିଣର ଭିଡିଓ ଫ୍ରାନ୍ସର ଚଳଚ୍ଚିତ୍ର ନିର୍ମାତା ଆନ୍ଥୋନି ମାର୍ଟିନଙ୍କ ଦ୍ୱାରା ନିଆଯାଇଥିଲା।

Title:ଚାରି ବର୍ଷ ପୁରୁଣା ଭିଡିଓକୁ ଲକ୍ଡାଉନ୍ ସମୟରେ ପୁରୀ ଚନ୍ଦ୍ରଭାଗା ସମୁଦ୍ର ବେଳାଭୂମିରେ ହରିଣ ବୁଲୁଥିବା ଦାବିରେ ଭାଇରାଲ କରାଯାଉଛି।
Fact Check By: Saritadevi SamalResult: False