କ’ଣ ଲକ୍ଷ୍ମୀ ଅଗ୍ରୱାଲଙ୍କ ଉପରେ ୨୦୦୫ ରେ ଏସିଡ ଏଟ୍ଟେକ କରି ଥିବା ବ୍ୟକ୍ତି ନଇମ ଖାନ୍ ର ନାମ ଛପାକ ଫିଲ୍ମରେ ରାଜେଶ ରଖା ଯାଇଅଛି? ଜାଣନ୍ତୁ ସତ।

False Social

Photo Credit: India Today

କିଛି ଦିନରୁ ଦୀପିକା ପାଦୁକୋନ ନିଜ ଆସନ୍ତା ନୂଆ ମୁଭି ଛପାକ ପାଇଁ ନ୍ୟୁଜ ଓ ସୋସିଆଲ ମିଡିଆରେ ଚର୍ଚାରେ ଅଛନ୍ତି। ଏହି ମୁଭି ୨୦୦୫ ମସିହାରେ ଲକ୍ଷ୍ମୀ ଅଗ୍ରୱାଲ ନାମ ଯୁବତିଙ୍କ ଜୀବନ କଥା ଉପରେ ବନା ଯାଇଅଛି। ୨୦୦୫ ମସିହାରେ ଲକ୍ଷ୍ମୀଙ୍କ ଉପରେ ହେଇଥିବା ଏସିଡ ଏଟ୍ଟେକ ବିଷୟକୁ ନେଇ ଏହି ମୁଭିର କାହାଣୀ ନିର୍ମାଣ କରା ଯାଇଅଛି।

ହେଲେ ଚର୍ଚାର ବିଷୟ ଏହା ଯେ ଦେଶ ସାରା ଅନେକ ଲୋକ ଏହି ମୁଭିକୁ ନେଇ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଭାଇରାଲ କରୁଛନ୍ତି। ଗତ କାଲି ୯ ଜାନୁଆରୀରେ ଫେସବୁକର ବିଜେପି ଓଡିଶା ନାମ ପେଜରେ ଜଣେ ଯୁବକ ଏହା ଦାବି କରିଛନ୍ତି ଯେ ଦୀପିକାଙ୍କ ଫିଲ୍ମରେ ଏସିଡ ଫିଙ୍ଗିଥିବା ଲୋକର ନାମ ନାଦୀମ ଖାନ ଜାଗାରେ ରାଜେଶ ଶର୍ମା ରକ୍ଷା ଯାଇଛି। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରା ଯାଇଅଛି ଯେ ଦୀପିକା ହିନ୍ଦୁଙ୍କୁ ବଦନାମ କରୁଛନ୍ତି। ଗତ ୨୩ ଘଣ୍ଟାରେ ଏହି ପୋଷ୍ଟଟି କୁ ୨୯୬ ଲାଇକ୍ସ ଓ ୫୩ ଥର ସେୟାର କରା ଯାଇ ସାରିଛି। 

bjp Odisha.png

Facebook  | Archive

ଏହି ପୋଷ୍ଟ ଫେସବୁକ ଓ ଟୁଇଟର ରେ ଅନେକ ଜାଗା ରେ ଭାଇରାଲ କରା ଯାଇଅଛି।

ଆମ ଅନୁସନ୍ଧାନ:

କ’ଣ ଛପାକ ମୁଭିରେ ଏସିଡ ଫିଙ୍ଗିଥିବା ଲୋକର ନାମ ରାଜେଶ ରଖା ଯାଇଅଛି? ଏହା ଜାଣିବା ପାଇଁ ଆମେ ଗୁଗୁଲରେ ଯାଇ ଏହି ଫିଲ୍ମରେ ଅଭିନୟ କରି ଥିବା ସମସ୍ତ କିରଦାରଙ୍କ ବିଷୟରେ ସ୍ସର୍ଚ କରିଲୁ। ବଲିୱୁଡ ହଙ୍ଗାମା ସାଇଟରୁ ଆମେ ଛପାକ ଫିଲ୍ମରେ ଅଭିନୟ କରିଥିବା ସମସ୍ତ ଏକ୍ଟର ଓ ଏକ୍ଟ୍ରେସଙ୍କ ନାମ ପାଇଲୁ, ଯେଉନଥିରୁ ଗୋଟିଏ ନାମ ବାହାରିଲା ବଶିର ସେଖ। 

bollywood hungama.png

Bollywood Hungama | Archive

୯ ଜାନୁଆରୀରେ ବଲିୱୁଡ ହଙ୍ଗାମା ସାଇଟରେ ଛପି ଥିବା ଗୋଟିଏ ଅନୁଛେଦରେ ଏହି ପୋଷ୍ଟରେ କରା ଯାଇ ଥିବା ଦାବି ବିଷୟରେ ଲେଖା ଯାଇଅଛି। ଛପାକ ଫିଲ୍ମ ଲକ୍ଷ୍ମୀ ଅଗ୍ରୱାଲଙ୍କ ଉପରେ ହେଇଥିବା ଏସିଡ ଏଟ୍ଟେକକୁ ନେଇ ବନା ଯାଇଅଛି। ପ୍ରକୃତର ଘଟଣାରେ ଲକ୍ଷ୍ମୀଙ୍କ ଉପରେ ନଇମ ଖାନ ନାମ ଯୁବକ ଏସିଡ ଫିଙ୍ଗିଥିଲେ। ଭାଇରାଲ ହେଇଥିବା ପୋଷ୍ଟରେ ଦାବି କରା ଯାଇଅଛି ଯେ ଛପାକ ଫିଲ୍ମରେ ନଇମଙ୍କ ନାମ କୁ ବଦଳାଇ ରାଜେଶ ରଖା ଯାଇଅଛି। କିନ୍ତୁ ଏହା ଜଣା ପଡିଅଛି ଯେ ଏହି ସବୁ ମିଥ୍ୟା ଖବର ଓ ଫିଲ୍ମରେ ଏସିଡ ଫିଙ୍ଗିଥିବା ଅଭିନୟ କରୁଥିବା ଲୋକର ନାମ ବଶୀର ସେଖ (ବବ୍ବୁ) ଅଟେ ଓ ଫିଲ୍ମରେ ରାଜେଶ ବଶୀରର ସାଙ୍ଗର ନାମ।

hungama article.png

Bollywood Hungama

ଏହି ବିଷୟ ନେଇ ଆମେ ଟୁଇଟରରେ ମଦ୍ୟ ସର୍ଚ କରିଲୁ। ଟୁଇଟରରେ ସର୍ଚ କରିଲା ପରେ ଆମକୁ ଗୋଟିଏ ଟୁଇଟ ମିଳିଲା ଯେଉଁଥିରେ ଟୁଇଟ କରିଥିବା ଲୋକ ଏହା କହିଛନ୍ତି ଯେ ଏପରି ମିଥ୍ୟା ଭାଇରାଲ କରିବା ଆଶ୍ଚର୍ଯ୍ୟ କରି ଦେବା କଥା। ସେ ଏହା କହିଛନ୍ତି ଯେ ସେ ନିଜେ ଛପାକ ଫିଲ୍ମର ସ୍ପେଶିଆଳ ସ୍କ୍ରିନଇଂ ଦେଖିଛନ୍ତି ଓ ଦାବି ସହିତ କହିଛନ୍ତି ଯେ ଏସିଡ ଫିଙ୍ଗିଥିବା ବ୍ୟକ୍ତିର ଧର୍ମ ବଦଳା ଯାଇ ନାହିଁ। ଏହି ଫିଲ୍ମ ପୁରା ସତ୍ୟ ଘଟଣା ଉପରେ ହେଇଛି। 

tweet.png

Twitter | Archive

ଶେଷକଥା: 

ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ଲକ୍ଷ୍ମୀ ଅଗ୍ରୱାଲଙ୍କ ଉପରେ ଏସିଡ ଫିଙ୍ଗିଥିବା ଲୋକଙ୍କ ନାମ ଛପାକ ଫିଲ୍ମରେ ନଇମ ଖାନରୁ ବଦଳାଇ ରାଜେଶ କରି ଦେବା କଥା ସମ୍ପୂର୍ଣ ଭାବେ ମିଥ୍ୟା। ଫିଲ୍ମରେ ଏସିଡ ଫିଙ୍ଗିଥିବା ବ୍ୟକ୍ତିଙ୍କ ନାମ ବଶୀର ସେଖ (ବବ୍ବୁ) ଅଟେ।  

Avatar

Title:କ’ଣ ଲକ୍ଷ୍ମୀ ଅଗ୍ରୱାଲଙ୍କ ଉପରେ ୨୦୦୫ ରେ ଏସିଡ ଏଟ୍ଟେକ କରି ଥିବା ବ୍ୟକ୍ତି ନଇମ ଖାନ୍ ର ନାମ ଛପାକ ଫିଲ୍ମରେ ରାଜେଶ ରଖା ଯାଇଅଛି? ଜାଣନ୍ତୁ ସତ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *