କ’ଣ ଆମେରିକା ରାଷ୍ଟ୍ରପତ୍ତି ଡୋନାଲ୍ଡ ଟ୍ରମ୍ଫ ଭାରତକୁ ଆତଙ୍କବାଦୀ ଦେଶ ବୋଲି କହିଛନ୍ତି? ଜାଣନ୍ତୁ ସତ୍ୟ।

False Social

୨୮ଅଗଷ୍ଟରେ ଜଣେ ଫେସବୁକ ୟୁଜର ନବୀନ ଓଡିଶା ନାମକ ଗ୍ରୁପରେ ଗୋଟିଏ ଫୋଟୋ ପୋସ୍ତ କରିଛନ୍ତି ଯେଉଁଥିରେ ଦାବି କରା ଯାଇଅଛି ଯେ ଆମେରିକା ରାଷ୍ଟ୍ରପତ୍ତି ଡୋନାଲ୍ଡ ଟ୍ରମ୍ଫ ଭାରତକୁ ଗୋଟିଏ ଆତଙ୍କବାଦୀ ଦେଶ ବୋଲି କହିଛନ୍ତି। ଏହା ସହିତ ଏହା ମଧ୍ୟ କୁହା ଯାଇଅଛି ଯେ ଆମେରିକା ନିଜର ନାଗରିକ ମାନଙ୍କୁ ଭାରତ ପରିଦର୍ଶନ ନକରିବାକୁ ପରାମର୍ଶ ଦେଇଛି। ଏହାର କାରଣ ଆମେରିକା ଭାରତ ରେ ହେଉଥିବା କରୋନା, ଅପରାଧ ଏବଂ ଆତଙ୍କବାଦ ବୋଲି କହିଛି। 

Facebook | Archive

ଆମ ଅନୁସନ୍ଧାନ:

ଆମ ଅନୁଅନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ଯାଇ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୨୩ ଜୁନ ରେ ଟାଇମ୍ସ ଅଫ ଇଣ୍ଡିଆ ପତ୍ରିକାରେ ପ୍ରକାଶିତ ହେଇଥିବା ଗୋଟିଏ ଅନୁଛେଦ ମିଳିଲା। ଏହି ଅନୁଛେଦରେ କୁହା ଯାଇଅଛି ଯେ ପାକିସ୍ତାନ ଦ୍ଵାରା ଭାରତ ଆତଙ୍କବାଦକୁ ସମର୍ଥନ ଦେଉଥିବା ଅଭିଯୋଗ କୁ ଆମେରିକା ସଂଯୁକ୍ତ ରାଷ୍ଟ୍ରା ସାମନାରେ ଖଣ୍ଡନ କରିଛି। ଭାରତ ସରକାରୀ ସୂତ୍ର କହିବା ଅନୁଯାୟୀ ଭାରତ ଆତଙ୍କବାଦକୁ ସମର୍ଥନ ଦେବା ସମସ୍ତ ଅଭିଯୋଗକୁ ଖାରଜ କରିଛି। ଏହି ଘଟଣା ନେଇ ଭାରତୀୟ ଅଧିକାରୀ କହିଛନ୍ତି ଯେ ଭାରତ ଉପରେ ଆନ୍ତଙ୍କବାଦ ଦେଶ ଅଭିଯୋଗ ଲଗେଇବା ପରିଣାମ ବର୍ତମାନ ପାକିସ୍ତାନ ଶିଖି ଯାଇଛି। 

Times of India | Archive

ଏହି ବିଷୟରେ ୟୁଟ୍ୟୁବରେ ସର୍ଚ କରିଲା ପରେ ଆମକୁ ୨୪ ଜୁନ ରେ ଇଣ୍ଡିଆ ଟୁଡେ ଦ୍ଵାରା ପ୍ରସାରିତ ହେଇ ଥିବା ଗୋଟିଏ ଭିଡିଓ ମିଳିଲା। ଏହି ଭିଡିଓରେ କୁହା ଯାଇଅଛି ଯେ ମିଳିତ ରାଷ୍ଟ୍ର ସୁରକ୍ଷା ପରିଷଦ ଅନ୍ତର୍ଗତ ପାକିସ୍ତାନ ଦ୍ଵାରା ଭାରତ ଉପରେ ଆନ୍ତଙ୍କବାଦ ଦେଶ ହେଇଥିବା ଅଭିଯୋଗକୁ ସଂଯୁକ୍ତ ରାଷ୍ଟ୍ର ଖାରଜ କରିଛି। ଆମେରିକା ଏହି ଅଭିଯୋଗ ଖଣ୍ଡନ କରି ପାକିସ୍ତାନକୁ ପ୍ରମାଣ ଆଣିବା ପାଇଁ କହିଲା ଯେଉଁଥିରେ ପାକିସ୍ତାନ ଅସମର୍ଥ ହେଇଛି। 

ଶେଷକଥା:

ଆମ ଅନୁସନ୍ଧାନରୁ ପ୍ରମାଣ ହେଲା ଯେ ଆମେରିକା ଭାରତକୁ ଆତଙ୍କବାଦ ଦେଶ ଘୋଷଣା କରିବା ଦାବି ସମ୍ପୂର୍ଣ ଭାବେ ମିଥ୍ୟା ଅଟେ। ଆମେରିକା ପାକିସ୍ତାନର ଏହି ଅଭିଯୋଗ ଖଣ୍ଡନ କରି ପାକିସ୍ତାନକୁ ପ୍ରମାଣ ଆଣିବା ପାଇଁ କହିଲା ଯେଉଁଥିରେ ପାକିସ୍ତାନ ଅସମର୍ଥ ହେଇଛି।

Leave a Reply

Your email address will not be published. Required fields are marked *