
ବର୍ତ୍ତମାନ ୱ୍ହାତ୍ସଅପ୍ ରେ ଗୋଟିଏ ମେସେଜ ଖୁବ ଭାଇରାଲ ଯେଉଛି ଯେଉଁଥିରେ ଦାବି କରା ଯାଇଅଛି ଯେ ଆମାଜନ ନିଜ ୩୦ ତମ ବାର୍ଷିକୀ ଅବସରରେ ନିଜ ଗ୍ରାହକ ମାନଙ୍କୁ ମାଗଣାରେ ପୁରସ୍କାର ଦେଉଛି। ଏହି ମେସେଜରେ ଗୋଟିଏ ୱେବସାଇଟର ଲିଙ୍କ୍ ଦିଆ ଯାଇଅଛି। ଏହି ଲିଙ୍କରେ କ୍ଲିକ୍ କରିଲା ପରେ ଆମାଜନର ୱେବସାଇଟ ପରି ଗୋଟିଏ ୱେବସାଇଟ ଖୋଲିବା ଯାହାର ସର୍ଭେରେ ଭାଗ ନେଇଥିବା ଗ୍ରାହକଙ୍କୁ ଆମାଜନ ପୁରସ୍କାର ଦେବ।
ଫେକ୍ଟ କୃସେଣ୍ଡୋ ମେସେଜରେ ଥିବା ଦାବିକୁ ମିଥ୍ୟା ବୋଲି ପାଇଲା।

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଆମାଜନ କେଉଁ ମସିହାରେ ସ୍ଥାପିତ ହେଇଥିଲା ତାହା ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ଗୋଟିଏ ୱେବସାଇଟରେ ଏହି ବିଷୟରେ ସୂଚନା ମିଳିଲା। ସୂଚନା ଅନୁଯାୟୀ ଆମାଜନ କମ୍ପାନୀର ସ୍ଥାପନା ୧୯୯୪ ମସିହାରେ ଆମେରିକାରେ ହେଇଥିଲା। ତେଣୁ ୨୦୨୧ ମସିହାରେ ଏହି କମ୍ପାନୀର ୩୦ ତମ ବାର୍ଷିକୀ ହେବା ସମ୍ଭବ ନୁହେଁ। ଏହି କାରଣରୁ ଆମେ ଜାଣିବାକୁ ପାଇଲୁ ଯେ ଏହା ଗୋଟିଏ ମିଥ୍ୟା ମେସେଜ।

ଗୁଗୁଲରେ ସର୍ଚ କରିଲା ପରେ ଆମକୁ ୨୮ ମାର୍ଚରେ ଏକ୍ସପ୍ରେସ ପତ୍ରିକାରେ ପ୍ରକାଶିତ ହେଇଥିବା ଗୋଟିଏ ଅନୁଛେଦରେ ଏହି ମେସେଜକୁ ମିଥ୍ୟା ବୋଲି କୁହା ଯାଇଅଛି। ଏହି ପରିକାର ଶୀର୍ଷକରେ ନକଲି ଆମାଜନ ବାର୍ଷିକୀରେ ମାଗଣା ଉପହାର ବାର୍ତ୍ତା ଉପରେ ବିଶ୍ଵାସ ନକରିବାକୁ ଲୋକଙ୍କୁ ଚେତାବନୀ ଦିଆ ଯାଇଅଛି।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ପୋଷ୍ଟରେ ଥିବା ଦାବି ସମ୍ପୂର୍ଣ ଭାବରେ ମିଥ୍ୟା ଅଟେ। ଆମାଜନର ୩୦ ତମ ବାର୍ଷିକୀ ୨୦୨୪ ମସିହାରେ ପୂର୍ଣ ହେବ। ଆମାଜନର ସ୍ଥାପନା ୧୯୯୪ ମସିହାରେ ହେଇଥିଲା।

Title:କ’ଣ ଆମାଜନ୍ ନିଜ ୩୦ ତମ ବାର୍ଷିକୀରେ ଗ୍ରାହକଙ୍କୁ ମାଗଣାରେ ଉପହାର ଦେଉଛି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
