
କରୋନା ନିଜ କାୟା ପୁଣି ବିସ୍ତାର କରିବା ପରେ ଏହା ନେଇ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଭାଇରାଲ ହେଉଛି। ଭାଇରାଲ ହେଉଥିବା ପୋଷ୍ଟ ମଧ୍ୟରୁ ଆମକୁ ଇଣ୍ଡିଆନ କାଉନ୍ସିଲ୍ ଅଫ ମେଡ଼ିକାଲ୍ ରିସର୍ଚ (ଆଇସିଏମଆର) ଗୋଟିଏ ନୋଟିସ ସାମନାକୁ ଆସିଛି। ଏହି ୨୧ ନିୟମର ନୋଟିସରେ ଆଇସିଏମଆର କରୋନା ଠାରୁ ସୁରକ୍ଷିତ ରହିବା ପାଇଁ ୨୧ ଟି ପରାମର୍ଶ ଦେଇଛି। ଏହି ପରାମର୍ଶରେ ୨୧ ଟି ପଦକ୍ଷେପ ତାଲିକାଭୁକ୍ତ ହୋଇଛି ଯାହାକିକୋଭିଡ ୧୯ ରୁ ମୁକ୍ତି ପାଇବା ପାଇଁ ପରବର୍ତ୍ତୀ ୬ ରୁ ୧୨ ମାସ ମଧ୍ୟରେ ନିଆଜିବା ଆବଶ୍ୟକର ଦାବି କରା ଯାଇଅଛି।
ଏଥିରେ ୨ ବର୍ଷ ବିଦେଶ ଭ୍ରମଣ ନକରିବା, ୧ ବର୍ଷ ପର୍ଯ୍ୟନ୍ତ ବାହାର ଖାଦ୍ୟ ନଖାଇବା ପାଇଁ ପରାମର୍ଶ ରହିଛି। ଦେଶର ବିଭିନ୍ନ ରାଜ୍ୟରେ ଜୀବାଣୁ ସଂକ୍ରମିତ ହେବାର ଅନେକ ଖବର ପରେ ଏହି ଗୁଜବ ଭାଇରାଲ ହେଇଛି। ଅନେକ ଏହି ଦାବି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅଂଶୀଦାର କରିଛନ୍ତି ଏବଂ ଯାଞ୍ଚ ପାଇଁ ଆମ ଫେକ୍ଟ ଲାଇନ ନମ୍ବର ୯୦୪୯୦୫୩୭୭୦ କୁ ଫେକ୍ଟ ଚେକ୍ ଅନୁରୋଧ ପଠେଇଛନ୍ତି।
ଫେକ୍ଟ କୃସେଣ୍ଡୋ ଭାଇରାଲ ହେଉଥିବା ଦାବିକୁ ମିଥ୍ୟା ବୋଲି ପାଇଲା।

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ହେଉଥିବା ମେସେଜକୁ ଭଲ ଭାବରେ ପଢିଲୁ।

ଏହା ପରେ ଆମେ ଆଇସିଏମଆର ୱେବସାଇଟରେ ଯାଇ ଏହି ବିଷୟରେ ସର୍ଚ କରିଲୁ କିନ୍ତୁ ଏପରି କୌଣସି ନିଯମାବଳୀ ଆମକୁ ୱେବସାଇଟରେ ମିଳିଲା ନାହିଁ।
ଫେକ୍ଟ କୃସେଣ୍ଡୋ ତରଫରୁ ଆଇସିଏମଆର ନୀତି ଯୋଜନା ପରାମର୍ଶଦାତା ଡାଃ ରଜନୀକାନ୍ତଙ୍କ ସହ ଯୋଗାଯୋଗ କରିଲୁ। ଯୋଗାଯୋଗ କରିବା ବେଳେ ସେ ସ୍ପଷ୍ଟ କରିଛନ୍ତି ଯେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ସୂଚନା ଆଇସିଏମଆର ଦ୍ଵାରା ଜାରି କରା ଯାଇ ନାହିଁ। ତାଙ୍କ ଦ୍ଵାରା ପ୍ରକାଶିତ ସମସ୍ତ ପ୍ରେସ୍ ରିଲିଜ ଇଣ୍ଡିଆନ କାଉନ୍ସିଲ ଅଫ ମେଡିକାଲ ରିସର୍ଚ ୱେବସାଇଟରେ ଅପ୍ଲୋଡ ହୁଏ।
ଏହା ପରେ ଆମେ ଟୁଇଟରରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୨୨ ଫେବ୍ରୁଆରି ରେ ପିଆଇବି ଫେକ୍ଟ ଚେକ୍ ଟୁଇଟର ହେଣ୍ଡେଲରେ ଏହି ବିଷୟରେ ସୂଚନା ମିଳିଲା। ପିଆଇବି କହିବା ଅନୁଯାୟୀ ଆଇସିଏମଆର ନାମରେ କୋଭିଡ ୧୯ ପାଇଁ ଗୋଟିଏ ନକଲି ସତର୍କତାମୂଳକ ପଦକ୍ଷେପ ଭାବରେ ଅନୁସରଣ କରିବାକୁ ନିର୍ଦେଶାବଳି ଭାଇରାଲ ହେଉଛି। ଆଇସିଏମଆର ଏପରି କୌଣସି ନିର୍ଦେଶାବଳି ଜାରି କରି ନାହିଁ।
ଶେଷକଥା:
ଉପରୋକ୍ତ ଯାଞ୍ଚ ପ୍ରମାଣ କରେ ଯେ ଭାଇରାଲ ନିର୍ଦେଶାବଳି ଆଇସିଏମଆର ଦ୍ଵାରା ଦିଆ ଯାଇ ନାହିଁ। ଏହି ଦାବିର ଖଣ୍ଡନ ଆଇସିଏମଆର ନୀତି ଯୋଜନା ପରାମର୍ଶଦାତା ଡାଃ ରଜନୀକାନ୍ତଙ୍କ ନିଜେ କରିଛନ୍ତି।

Title:କ’ଣ ୨୧ ନିୟମ ସହିତ ଆଇସିଏମଆର କରୋନାକୁ ନେଇ ଗୋଟିଏ ନିର୍ଦେଶାବଳି ପ୍ରକାଶ କରିଛି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
