
ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଜଣେ ଝିଅ ହିଜାବ ପିନ୍ଧି ଏକ ଚେୟାରରେ ବସିଛି। ତାଙ୍କ ପଛରେ ୧୦ ରୁ ୧୨ ପୋଲିସ ଅଧକାରୀ ମାନେ ଚିଡ଼ା ହୋଇଥିବାର ମଧ୍ୟ ଦେଖିବାକୁ ମିଳିଛି। ସମ୍ପ୍ରାଦାୟିକ ଦାବି ସହିତ ଏହି ଫୋଟୋକୁ ସୋସିଆଲ ମିଡିଆରେ ଭାଇରାଲ କରା ଯାଉଛି। ଭାଇରାଲ ଦାବିରେ ଚେୟାରରେ ବସିଥିବା ଝିଅକୁ ପୋଲିସ ଏସପି ବୋଲି କୁହା ଯାଇଛି ଏବଂ ପୋଲିସ ୟୁନିଫର୍ମ ନପିନ୍ଧିଥିବା କାରଣରୁ ତାଙ୍କୁ ଅଭିଯୋଗ ଲଗା ଯାଇଛି।
ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।
କ’ଣ ଦାବି ଏହି ପୋଷ୍ଟର?
୧୫ ନଭେମ୍ବରରେ ଜଣେ ଫେସବୁକ ବ୍ୟବହାରକାରୀ ଏକ ଫୋଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ ଫୋଟୋରେ ଥିବା ମହିଳା ଜଣେ ମହାରାଷ୍ଟ୍ରର ଏସପି ଅଟନ୍ତି ଯିଏ ଡ୍ରେସ୍ କୋଡ୍ ପାଳନ କରି ନାହାନ୍ତି। ପୋଷ୍ଟରେ କୁହା ଯାଇଛି ଯେ “ଉର୍ଦୁ ମାଧ୍ୟମରୁ ଉତ୍ତିର୍ଣ ହୋଇ ପ୍ରଥମ ଆଇପିଏସ ମୁସଲିମ ଏସପି ହେଲେ ଏହି ମହିଳା। ପ୍ରଥମ ଦିନରୁ ସେ ପୋଲିସ ଡ୍ରେସ୍ କୋଡ୍ ଅଣଦେଖା କରି ଇସଲାମିକ ଡ୍ରେସ୍ କୋଡ୍ ପିନ୍ଧିଛନ୍ତି। ଏହା ହେଉଛି ଶିବସେନା ସରକାର।”

ଆମ ଅନୁସନ୍ଧାନ:
ପ୍ରଥମେ ଆମେ ଯାଣ୍ଡେକ୍ସ ରିଭର୍ସ ଇମେଜ ସର୍ଚ୍ଚ ମାଧ୍ୟମରୁ ଏହି ଫୋଟୋର ସତ୍ୟତା ଜାଣିବାକୁ ଚେଷ୍ଟା କରିଲୁ। ଫଳାଫଳରେ ଆମକୁ ମୁମ୍ବଇ ଟାଇମ୍ସ ନାମକ ଏକ ୟୁଟ୍ୟୁବ ଚ୍ୟାନାଲରେ ୪ ମାର୍ଚ ୨୦୨୦ ର ଏକ ଭିଡିଓ ମିଳିଲା। ଏହି ଭିଡିଓରେ କୁହା ଯାଇଛି ଯେ ଭାଇରାଲ ଫୋଟୋରେ ଥିବା ଝିଅକୁ ମହାରାଷ୍ଟ୍ରର ବୁଲଡାନା ଜିଲ୍ଲାରେ ଗୋଟିଏ ଦିନ ପାଇଁ ଏସପି ପଦରେ ନିଯୁକ୍ତି କରା ଯାଇଥିଲା। ଏହି ଭିଡିଓରେ ସେହି ଦିନର ପୁରା ଘଟଣା ପ୍ରସାରିତ କରା ଯାଇଛି। ଗୋଟିଏ ଦିନ ପାଇଁ ଏସପି ହେଇଥିବା ଝିଅ ସର୍ବପ୍ରଥମେ ଏସପି ଅଫିସ ଆସିଲେ ଏବଂ ସେଠିକାର ସମସ୍ତ ପୋଲିସ ଅଧିକାରୀଙ୍କ ସହିତ ସାକ୍ଷାତ କରିଲେ ଏବଂ ତାହା ପରେ ଏସପି ଅଫିସ ହିତରକୁ ଆସି ଚେୟାରରେ ବସି ସମସ୍ତ ପୋଲିସ ଅଧିକାରୀଙ୍କ ସହିତ ଫୋଟୋ ନେଲେ।
ଟାଇମ୍ସ ଅଫ୍ ଇଣ୍ଡିଆ ଏବଂ ନେଟୱାର୍କ ଏନ୨୪ ର ୟୁଟ୍ୟୁବ ଚ୍ୟାନାଲରେ ମଧ୍ୟ ଏହି ଘଟଣାର ଭିଡିଓ ପ୍ରସାରିତ ହେଇଥିବା ମିଳିଲା।
ଏହି ବିଷୟରେ ଅଧିକ ସୂଚନା ଏକତ୍ର କରିବା ପାଇଁ ଫ୍ୟାକ୍ଟ କ୍ରିଷେଣ୍ଡୋ ବୁଲଡାନା ସହରର ଏସପି ଦିଲୀପ ପାଟିଲଙ୍କ ସହିତ ଯୋଗାଯୋଗ କରିଲା। ସେ ଆମକୁ ସୂଚନା ଦେଲେ ଯେ, “”ମାର୍ଚ ମାସରେ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ଅବସରରେ ଜିଲ୍ଲା ଅଧିକାରୀଙ୍କ କାର୍ଜ୍ୟାଳୟ, ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଜ୍ୟାଳୟ ଏବଂ ପୋଲିସ ଅଧିକ୍ଷକ କାର୍ଜ୍ୟାଳୟ ରେ ବାଳିକା ଛାତ୍ର ମାନଙ୍କ ଯୋଗ୍ୟତା ଉପରେ ଆଧାର କରି ତାଙ୍କୁ ଏକ ଦିନିଆ କଲେକ୍ଟର, ସିଇଓ ଏବଂ ଏସପି ନିଯୁକ୍ତି କରା ଯାଇଥିଲା। ଆପଣ ଯେଉଁ ଫୋଟୋ ବିଷୟରେ କହୁଛନ୍ତି ତାହା ୪ ମାର୍ଚର ଫୋଟୋ ଅଟେ। ଫୋଟୋରେ ଥିବା ଝିଅର ନାମ ଶେରିଶ କୱଲ ଅଟେ। ସେ ମାଲକାପୁର ସହରର ଏକ ବିଦ୍ୟାଳୟରେ ୯ ଶ୍ରେଣୀର ଛାତ୍ର ଅଟନ୍ତି। ଛାତ୍ରୀ ମାନଙ୍କୁ ଜୀବନରେ ପ୍ରେରଣା ଦେବା ଉଦ୍ଦେଶ୍ୟରେ ଏହା କରା ଯାଇଥାଏ। ବୁନଡାଲାରେ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ପ୍ରତ୍ୟେକ ବର୍ଷ ପାଳନ କରା ଯାଏ କିନ୍ତୁ ଏହି ପ୍ରକାରର ପ୍ରେରଣା ଦେବାର ପଦକ୍ଷେପ ପ୍ରଥମ ଥର ନିଆ ଯାଇଛି।”
ତା’ପରେ ବୁଲଡାନାର ଶିକ୍ଷକ ଅଧିକାରୀ ଡାଃ ଶ୍ରୀରାମ ପଞ୍ଜାଡେ ସାହାଯ୍ୟରେ ଆମେ ଛାତ୍ରୀ ଶେରିଶ କୱଲଙ୍କ ସହ ଯୋଗାଯୋଗ କରିଲୁ। ଶେରିଶ ତାଙ୍କ ଅନୁଭବ ବିଷୟରେ ଆମକୁ କହିଲେ ଯେ, “ମୋର ପୁରା ନାମ ଶ୍ରେଇସ କୱଲ ଅବଦୁଲ ଆସିଦ ଅଟେ ଏବଂ ମୁଁ ମାଲକାପୁର ଜିଲ୍ଲା ପରିଷଦ ବିଦ୍ୟାଳୟରେ ୧୦ ମ ଶ୍ରେଣୀର ଛାତ୍ରୀ ଅଟେ। ୯ ବମ ଶ୍ରେଣୀରେ ଭଲ ଅଙ୍କ ଆଣିଥିବାରୁ ପ୍ରଥମେ ମତେ ୨ ମାର୍ଚକୁ ଶିକ୍ଷକ ଅଧିକାରୀଙ୍କ ଦ୍ଵାରା ସାକ୍ଷାତକାର ପାଇଁ ଡାକରା ଦିଆ ଗଲା। ସେଠାରେ ମତେ ମାଲକାପୁର ବିଷୟରେ କିଛି ସାମାନ୍ୟ ପ୍ରଶ୍ନ ପଚାରିଲେ ଯାହା ପରେ ମତେ ଅନ୍ୟ ପ୍ରକ୍ରିୟା ପାଇଁ ମନୋନୀତ କରା ଯାଇଥିଲା। ୪ ମାର୍ଚରେ ମୋର ବିଦ୍ୟାଳୟର ଶିକ୍ଷକ ଏବଂ ମୁଁ ବୁଲଡାନାକୁ ଯାଇଥିଲୁ। ସେଠାରେ ପ୍ରଥମେ ମତେ ବୁଲଡାନାର ଶିକ୍ଷକ ଏବଂ ତାହା ପରେ ଏସପି ସାରସାକ୍ଷାତକାର ନେଇଥିଲେ। ଆମକୁ ମଧ୍ୟ ବୁଲଡାନାର କଲେକ୍ଟରଙ୍କ ସହ ଭେଟିବା ପାଇଁ ପ୍ରସ୍ତୁତ କରା ଯାଇଥିଲା ଯାହା ପରେ ମତେ ଗୋଟିଏ ଦିନ ପାଇଁ ବୁଲଡାନାର ଏସପି ଘୋଷିତ କରା ଯାଇଥିଲା ଏବଂ ମୋତେ ନିଯୁକ୍ତି ପତ୍ର ଦିଆ ଯାଇଥିଲା।”
ଶେଷକଥା:
ତଥ୍ୟ ଯାଞ୍ଚ କରିବା ପରେ, ଆମେ ଉପରୋକ୍ତ ଦାବିକୁ ମିଥ୍ୟା ବୋଲି ଜାଣିଲୁ। ଫୋଟୋରେ ଦେଖା ଯାଉଥିବା ଝିଅ ଟି ପ୍ରକୃତରେ ଏସପି ନୁହେଁ। ଆନ୍ତର୍ଜାତୀୟ ମହିଳା ଦିବସ ଅବସର ହେତୁ ତାଙ୍କୁ ବୁଲଡାନା ସହରର ଏକ ଦିନିଆ ଏସପି ନିଯୁକ୍ତି କରା ଯାଇଥିଲା।

Title:କ’ଣ ଫୋଟୋରେ ଥିବା ମହିଳା ଜଣେ ମୁସଲିମ ଆଇପିଏସ ଅଧିକାରୀ ଅଟନ୍ତି ଯିଏ ଡ୍ରେସ୍ କୋଡ୍ ପାଳନ କରି ନାହାନ୍ତି?
Fact Check By: Siddharth SahuResult: False
