
ସୋସିଆଲ ମିଡିଆରେ ବର୍ତମାନ ଗୋଟିଏ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଏକ ପେଟ୍ରୋଲ ପମ୍ପ୍ ବିଲ୍ ତଳେ ଲେଖା ଯାଇଅଛି ଯେ “ଯଦି ଆପଣ ପେଟ୍ରୋଲ ମୂଲ୍ୟ ହ୍ରାସ କରିବା ପାଇଁ ଚାହୁଁଛନ୍ତି ତେବେ ମୋଦୀଙ୍କୁ ଭୋଟ୍ ଦିଅନ୍ତୁ ନାହିଁ।“ ଏହି ପୋଷ୍ଟରେ ପେଟ୍ରୋଲ ପମ୍ପ୍ ମାଲିକ ମାନେ ବର୍ତ୍ତମାନ ମୋଦୀଙ୍କୁ ଭୋଟ୍ ନଦେବାକୁ ଅନୁରୋଧ କରୁଛନ୍ତି ବୋଲି ଦାବି କରା ଯାଇଅଛି।
ଫେକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପ୍ରମାଣ କରିଛି।
କ’ଣ ଦାବି ଏହି ପୋଷ୍ଟର?
୧୮ ନଭେମ୍ବରର ଗୋଟିଏ ଫେସବୁକ ପୋଷ୍ଟରେ ଦାବି କରା ଯାଇଅଛି ଯେ “ପେଟ୍ରୋଲ ପମ୍ପ ମାଲିକ ମାନେ ମୋଦୀଙ୍କୁ ଭୋଟ୍ ନଦେବାକୁ ବିଲ୍ ରେ ଲିଖିତ ଭାବେ ଅନୁରୋଧ କରୁଛନ୍ତି।“ ଏହି ପୋଷ୍ଟରେ ଉଦ୍ଧବ ଠାକ୍ରେନ୍ଲୁ ଅଭିଯୋଗ ଲଗେଇ କୁହା ଯାଇ ଅଛି ଯେ “କେତେ ତଳକୁ ଯିବରେ ଉଦ୍ଧବ ଠାକରେ। ତୁମେ ଶିବସେନା ନୁହେଁ ଯମସେନା।“
ଆମ ଅନୁସନ୍ଧାନ:
ଉପରୋକ୍ତ ପୋଷ୍ଟରେ କରା ଯାଇଥିବା ଦାବିର ସତ୍ୟତା ଯାଞ୍ଚ କରିବା ଆବଶ୍ୟକ ଥିବାରୁ ଆମେ ଆମର ଅନୁସନ୍ଧାନ ଆରମ୍ଭ କରିଲୁ। ଏହି ବିଲ୍ କୁ ଦେଖିଲା ପରେ ଏହି ବିଲ୍ ରେ ତାରିଖ ଲେଖା ୪ ଅକ୍ଟୋବର ୨୦୧୮ ଲେଖା ଯାଇଅଛି ଏବଂ ପେଟ୍ରୋଲର ମୂଲ୍ୟ ମଧ୍ୟ ଲେଖା ଯାଇଅଛି। ସେହି ଅକ୍ଷର ର ଫଣ୍ଟ୍ ବିଲର ଅନ୍ୟ ଅକ୍ଷର ଠାରୁ ଭିନ୍ନ ହେଇଥିବା ମିଳିଲା। ତଳେ ଦିଆ ଯାଇଥିବା ଫୋଟୋରେ ଆପଣ ଏହି ଅନ୍ତରଟି କୁ ଦେଖି ପାରିବେ।
ତେଣୁ ଆମେ ଗୁଗୁଲରେ ଯାଇ ସାଇ ବାଲାଜି ପେଟ୍ରୋଲ ପମ୍ପ ପାଇଁ ଗୁଗୁଲରେ ସର୍ଚ କରିଲୁ। ଏହା ଦ୍ଵାରା ଆମେ ଗୋଟିଏ ୱେବସାଇଟ ସାମନାକୁ ଆସିଲୁ ଯେଉଁଥିରେ ସେ ୨୦୧୨ ମସିହା ସୁଧା ଗ୍ରାହକଙ୍କୁ ବିଲ ଦେଇଛନ୍ତି। ଏହି ୱେବସାଇଟରେ ବିଲର ଗୋଟିଏ କପି ଉପଲବ୍ଧ ଥିଲା ଯାହାକୁ ଆପଣ ତଳେ ଦେଖ ପାରିବେ।
ଏହା ସହିତ ଆହୁରି ଗୋଟିଏ ପ୍ରମାଣ ମିଳିଲା ଯାହା ଦ୍ଵାରା ପ୍ରମାଣ ହେଲା ଯେ ପୋଷ୍ଟ କରା ଯାଇଥିବା ଫୋଟୋକୁ କମ୍ପୁଟର ଗ୍ରାଫିକ୍ସ ବ୍ୟବହାର କରି ଏଡିଟ୍ କରା ଯାଇଅଛି। ୱେବସାଇଟରେ ଉପଲବ୍ଧ ବିଲ ଏବଂ ଦାବି କରା ଯାଇଥିବା ବିଲରେ ଗାଡ଼ି ନମ୍ବର ଏମଏଚ ୦୪ ବିଜେଡ ୯୬୮୦ ସମାନ ଲେଖା ଯାଇଛି। ଉଭୟ ବିଲରେ ସମୟ ମଧ୍ୟ ସମାନ ବୋଲି ଦେଖିବା’କୁ ମିଳିଲା (୧୦.୦୭)। ଏହି ଦୁଇଟି ଫୋଟୋରେ ଗ୍ରାହକଙ୍କ ନାମ ମଧ୍ୟ ସମାନ (ବୈଭବ) ଅଟେ।
ଶେଷକଥା:
ତେଣୁ, ଆମର ଅନୁସନ୍ଧାନରେ ଉପୋରକ୍ତ ପୋଷ୍ଟ ମିଥ୍ୟା ପ୍ରମାଣ ହୋଇଛି। କାରଣ, ଏହି ପେଟ୍ରୋଲ ବିଲର ଫୋଟୋ ଗତ ଦୁଇ ବର୍ଷ ଧରି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଟା ନକଲି ଅଟେ। ପେଟ୍ରୋଲ ପମ୍ପ ଦ୍ଵାରା ଏହି ପରି ଲେଖା ହୋଇନାହିଁ। କମ୍ପୁଟର ଗ୍ରାଫିକ୍ସ ବ୍ୟବହାର କରି ଅସଲି ବିଲ ଏଡିଟ୍ କରି ଗୁଜବ ସୃଷ୍ଟି କରା ଯାଉଅଛି।

Title:କ’ଣ ମୁମ୍ବାଇର ଗୋଟିଏ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଦର ସମ୍ବନ୍ଧିତ ମୋଦୀ ସରକାରଙ୍କୁ ଭୋଟ୍ ନଦେବା ପାଇଁ ଲେଖା ଯାଇଅଛି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False