
ଗତ କିଛି ବର୍ଷ ହେବ ମୋଦୀ ସରକାର କାଶ୍ମୀରରେ ଅନେକ ପରିବର୍ତନ କରିଛନ୍ତି। ଧାରା ୩୭୦ ହଟାଇବା ଏବଂ ଅନ୍ୟାନ୍ୟ କାରଣ ପାଇଁ ବିଜେପି ସମର୍ଥକ ମାନେ ସରକାରକୁ ପ୍ରଶଂସା କରୁଛନ୍ତି। କାଶ୍ମୀର ସହିତ ଜଡିତ ଅନେକ ପୋଷ୍ଟ ସୋସିଆଲ ମିଡିଆରେ ଦେଶପ୍ରେମ ଭାବନା ସହିତ ଦେଖିବାକୁ ମିଳୁଛି ଏବଂ ଏହା ଦାବି କରା ଯାଉଛି ଯେ ମୋଦୀ ସରକାର ପୂର୍ବରୁ ଏହା ସବୁ କାଶ୍ମୀରରେ ଦେଖିବାକୁ ମିଳୁନଥିଲା।
ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ କିଛି ଛାତ୍ରୀ ମାନେ ଭାରତ ପତକା ପରି ପୋଷାକ ପିନ୍ଧି ନିଜ ମୋବାଇଲରେ ସେଲ୍ଫି ନେଉଛନ୍ତି। ପୋଷ୍ଟରେ ଦାବି ଅନୁଯାୟୀ ଏହି ଫୋଟୋ କାଶ୍ମୀରର ଅଟେ। ଦାବି କରି ଜଣେ ଫେସବୁକ ୟୁଜର କହିଛନ୍ତି, “କାଶ୍ମୀର ବଦଳୁଛି। ୭୪ ବର୍ଷ ପରେ ଏହା ଦେଖିବାକୁ ମିଳିଛି।”

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଫୋଟୋ ୧୭ ଅଗଷ୍ଟ ୨୦୧୮ ମସିହାରେ ହିନ୍ଦୁସ୍ତାନ ଟାଇମ୍ସ ପତ୍ରିକାର ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। ଏହି ଫୋଟୋ ବିଷୟରେ କୁହା ଯାଇଛି ଯେ ମୁମ୍ବଇର କଲେଜ୍ ଛାତ୍ରୀ ମାନେ ସ୍ଵାଧୀନତା ଦିବସ ଅବସରରେ ସେଲ୍ଫି ନେଉଛନ୍ତି।

ଏହା ପରେ ଗୁଗୁଲରେ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲା ପରେ ଆମକୁ ଭାଇରାଲ ଫୋଟୋ ପରି ଏକ ଫୋଟୋ ଗେଟି ଇମେଜେସ୍ ୱେବସାଇଟରେ ମଦ୍ୟ ପୋଷ୍ଟ ହେଇଥିବା ମିଳିଲା। ଏହି ଫୋଟୋ ସହିତ କୁହା ଯାଇଛି ଯେ ମୁମ୍ବଇର ଅଞ୍ଜୁମନ ଆଇ ଇସଲାମ କଲେଜ୍ ଛାତ୍ର ଛାତ୍ରୀ ମାନେ ଭାରତର ୭୩ ତମ ସ୍ଵାଧୀନତା ଦିବସ ପାଳନ କରୁଛନ୍ତି।
ଏହି ଫୋଟୋ ଏବଂ ଆମେ ଭାଇରାଲ ଫୋଟୋ ମଧ୍ୟରେ ଆମେ ଅନେକ ସମାନତା ଦେଖି ପାରିବେ। ଦୁଇଟି ଫୋଟୋରେ ଛାତ୍ରୀ ମାନଙ୍କ ସ୍କାର୍ଫ ଏବଂ ୟୁନିଫର୍ମ ସମାନ ଅଟେ।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ହେଉଥିବା ଫୋଟୋର କାଶ୍ମୀର ସହିତ କୌଣସି ସମ୍ବନ୍ଧ ନାହିଁ। ଏହି ଫୋଟୋ ମୁମ୍ବଇର ଅଞ୍ଜୁମନ ଆଇ ଇସଲାମ କଲେଜ୍ ର ଫୋଟୋ ଅଟେ। ସ୍ଵାଧୀନତା ଦିବସ ଅବସରରେ କଲେଜର ଛାତ୍ରଛାତ୍ରୀ ମାନଙ୍କ ଫୋଟୋ ଅଟେ।

Title:କ’ଣ ଭାରତ ପତକା ପରି ପୋଷାକ ପିନ୍ଧି ସେଲ୍ଫି ନେଉଥିବା ଏହି ଛାତ୍ରୀ ମାନଙ୍କ ଫୋଟୋ କାଶ୍ମୀରର ଅଟେ?
Fact Check By: Siddharth SahuResult: False
