
ସୋସିଆଲ ମିଡିଆରେ ଜଣେ ଜିମ୍ ଟ୍ରେନର ଏବଂ ଏକ ମହିଳାଙ୍କ ଏକ ପୁରୁଣା ଫୋଟୋ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଇଛି ଯେ ଏହି ଜିମ୍ ଟ୍ରେନର ଜଣେ ମୁଆଲ୍ମାନ ଅଟନ୍ତି ଯିଏ ଫୋଟୋରେ ଥିବା ମହିଳାଙ୍କୁ ଭୁଲ ଭାବରେ ସ୍ପର୍ଶ କରୁଛନ୍ତି। ଏହା ସହିତ ଦାବି କରା ଯାଇଛି ଯେ ମୁସ୍ଲିମ ମାନେ ଟ୍ରେନର ହେବା ତାଲିମ ନେଇ ବର୍ତ୍ତମାନ ଜିମ୍ ଜିହାଦ ଆରମ୍ଭ କରିଛନ୍ତି।
ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଫୋଟୋରେ ଥିବା ପୁରୁଷ ଏବଂ ମହିଳା ସ୍ଵାମୀ ସ୍ତ୍ରୀ ଅଟନ୍ତି। ଏହା ସହିତ ଅନୁସନ୍ଧାନରୁ ଜଣା ପଡିଛି ଯେ ଭାଇରାଲ ଫୋଟୋ ଭାରତର ନୁହେଁ ବରଂ ତ୍ରିନିଡାଡ ଏବଂ ତୋବାଗୋ ଦେଶର ଅଟେ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଫୋଟୋ ଭାଇରାଲ କରି ଦାବି କରା ଯାଇଛି ଯେ ମୁସ୍ଲିମ ସମ୍ପ୍ରଦାୟ ଯୁବକ ମାନେ ବର୍ତ୍ତମାନ ଜିମ୍ ଟ୍ରେନର ହେବା ତାଲିମ ନେଇ ଜିମ୍ ଜିହାଦ କରୁଛନ୍ତି। ତାଲିମ ନେବା ପରେ ସେମାନେ ଜିମ୍ ରେ ଭଲ ଦରମା ସହିତ ଚାକିରି କରିଥାନ୍ତି ଓ ଅନେକ ଛାତ୍ରଛାତ୍ରୀ ଏବଂ ଧନୀ ଲୋକଙ୍କ ଘରେ ବ୍ୟକ୍ତଗତତାଲିମ ଦାତା ଭାବରେ ଚାକିରି କରିଥାନ୍ତି।

ଗତ ବର୍ଷ ମଧ୍ୟ ଏହି ଫୋଟୋ ସମ୍ବନ୍ଧିତ ଏକ ଭିଡିଓ ସୋସିଆଲ ମିଷଦିଆରେ ଭାଇରାଲ ହୋଇଥିଲା। ଭିଡିଓରେ ଦାବି କରା ଯାଇଥିଆ ଯେ ଦିଲ୍ଲୀର ମୁସଲମାନ ଜିମ୍ ଟ୍ରେନର ବିଲାଲ ଅହମ୍ମଦ ଖାନ ହିନ୍ଦୁ ପରିବାରର ଯୁବକ ଯୁବତୀଙ୍କୁ ଫାନ୍ଦରେ ପକାଇବା ପାଇଁ ଏକାଧିକ ଜିମ୍ ଚଳାଉଛନ୍ତି। ଭିଡିଓରେ ଦେଖନ୍ତୁ ସେ କିପରି ଜଣେ ହିନ୍ଦୁ ମହିଳାଙ୍କୁ ଜିମ୍ ସିଖାଇବା ବାହାନାରେ ସ୍ପର୍ଶ କରୁଛନ୍ତି
ଭାଇରାଲ ଭିଡିଓର ଲିଙ୍କ ଏଠାରେ, ଏଠାରେ ଏବଂ ଏଠାରେ ଦେଖନ୍ତୁ।
ଆମ ଅନୁସନ୍ଧାନ:
ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲା ପରେ ଆମକୁ ୨୩ ଜୁନ୍ ୨୦୧୭ ରେ ବଡି ବାଏ ଇମରାନ ନାମକ ଫେସବୁକ ପେଜରେ ଏକ ଭିଡିଓ ମିଳିଲା। ଭିଡିଓରେ ଆମେ ଭାଇରାଲ ଫୋଟୋରେ ଥିବା ପୁରୁଷ ଏବଂ ମହିଳାଙ୍କୁ ଦେଖିଲୁ। ଇମ୍ରାନ ଫେସବୁକ ପେଜରେ ଉଲ୍ଲେଖ କରାଯାଇଛି ଯେ, ତାଙ୍କ ପତ୍ନୀ ରେଶମା ରଜାକଙ୍କୁ ତାଙ୍କ ଜିମରେ ତାଲିମ ଦେଇଉଛନ୍ତି। ଏହା ଛଡ଼ା ତାଙ୍କ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ମଧ୍ୟ ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେମାନେ ଦୁଇଜଣ ପତି ପତ୍ନୀ ବୋଲି ସ୍ପଷ୍ଟ କରାଯାଇଛି। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ।

ଏହା ପରେ ଆମକୁ ବଡି ବାଏ ଇମରାନ ପେଜରେ ଅନ୍ୟ ଏକ ଭିଡିଓ ଦେଖିବାକୁ ମିଳିଲା। ଯେଉଁଥିରେ ଭାଇରାଲ ଭିଡିଓରେଥିବା ମହିଳା ଉପସ୍ଥିତ ଅଛନ୍ତି। ଭିଡିଓଟି 20 ଡିସେମ୍ବର 2017ରେ ପୋଷ୍ଟ କରାଯାଇଛି। ଭିଡିଓର କ୍ୟାପ୍ସନରେ ଲେଖାଯାଇଛି ସେ ତାଙ୍କ ପତ୍ନୀ ଅଟନ୍ତି। ଅଧିକ ସୂଚନା
ଫୋଟୋରେ ଥିବା ବ୍ୟକ୍ତି ଇମରାନ ରାଜାକ ତାଙ୍କ ଫେସବୁକ ପେଜରେ ଲାଇଭ ଆସି କହିଛନ୍ତି ଯେ, ସେ ତାଙ୍କ ସ୍ତ୍ରୀ ରେସ୍ମା ସହ କେଉଁପରି ଦେଖା ହେଲେ ଏବଂ ସେମାନେ କେମିତି ସବୁ ଆରମ୍ଭ କରିଥିଲେ। ଯେଉଁଥିରେ ସ୍ପଷ୍ଟ ହେଉଛି ଭାଇରାଲ ଭିଡିଓରେଥିବା ବ୍ୟକ୍ତି ଏବଂ ମହିଳା ଦୁଇ ଜଣ ଦମ୍ପତି ଅଟନ୍ତି। ଦେଖନ୍ତୁ। ଏହା ପରେ ଆମକୁ ଭାଇରାଲ ଭିଡିଓରେଥିବା ମହିଳାଙ୍କ ଇଂଷ୍ଟାଗ୍ରାମ ପେଜ ପାଇଲୁ। ଯେଉଁଥିରେ ଭାଇରାଲ ଭିଡିଓରେଥିବା ବ୍ୟକ୍ତି ତାଙ୍କ ସ୍ୱାମି ବୋଲି ଲେଖିଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭିଡିଓରେଥିବା ବ୍ୟକ୍ତି ଏବଂ ମହିଳା ସ୍ୱାମି-ସ୍ତ୍ରୀ ଅଟନ୍ତି।
ଏହା ପରେ ଇଂଷ୍ଟାଗ୍ରାମ ପେଜରେ ଜିମର ନାମ Long Circular Gym ଲେଖା ହୋଇଥିବାର ପାଇଲୁ। ଏହାକୁ ଗୁଗୁଲର ଲୋକେସନ ରେ ସର୍ଚ୍ଚ କରି ଦେଖିବାରୁ ସ୍ପଷ୍ଟ ହେଲା ଯେ, Long Circular Gym ଭାରତରେ ନୁହେଁ ବରଂ (Trinidad & Tobago) ତ୍ରିନିଦାଦ ଏବଂ ଟୋବାଗୋରେ ଅଟେ।

ନିମ୍ନରେ ଆପଣ ମାନେ ଏହି ଜିମକୁ ଗୁଗୁଲ ମ୍ୟାପରେ ମଧ୍ୟ ଦେଖି ପାରିବେ।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ତ୍ରିନିଡାଡ ଓ ତୋବାଗୋ ଦେଶର ଜିମର ଏକ ଫୋଟୋ ଭାଇରାଲ କରି ଜିମ୍ ଜିହାଦ ଦାବି ସହିତ ଭାଇରାଲ କରା ଯାଉଛି। ଫୋଟୋରେ ଥିବା ପୁରୁଷ ଏବଂ ମହିଳା ସ୍ଵାମୀ-ସ୍ତ୍ରୀ ଅଟନ୍ତି। ଫୋଟୋର ଭାରତ କିମ୍ବା ଜିମ୍ ଜିହାଦ ସହିତ କୌଣସି ସମ୍ବନ୍ଧ ନାହିଁ।

Title:କ’ଣ ଜଣେ ମୁସ୍ଲିମ ଜିମ୍ ଟ୍ରେନର ମହିଳାଙ୍କ ସହିତ ଦୁର୍ବ୍ୟବହାର କରି ଜିମ୍ ଜିହାଦ କରୁଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
