କ’ଣ ଗୋବର ସେବନ କରୁଥିବା ଡାକ୍ତର ବର୍ତ୍ତମାନ ହସ୍ପିଟାଲରେ ପେଟ ରୋଗ କାରଣରୁ ଦାଖଲ ହେଇଛନ୍ତି? ଜାଣନ୍ତୁ ସତ୍ୟ।

False Social

ଗତ ମାସ ମନୋଜ ମିତ୍ତଲ ନାମକ ଜଣେ ଡାକ୍ତରଙ୍କର ଗୋବର ଖାଉଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଇଥିଲା। ବର୍ତ୍ତମାନ ଏକ ଫୋଟୋ ଭାଇରାଲ ହେଉଛି ଯାହା ସହିତ ଦାବି କରା ଯାଇଛି ଯେ ସେ ଗଭୀର ରୂପରେ ଅସୁସ୍ଥ ଅଛନ୍ତି ଏବଂ ତାଙ୍କର ଚିକିତ୍ସା ଚାଲିଛି। ଭାଇରାଲ ପୋଷ୍ଟରେ ତାଙ୍କର ଗୋବର ଖାଉଥିବା ଫୋଟୋ ସହିତ ହସ୍ପିଟାଲରେ ଚିକିତ୍ସା ହେଉଥିବା ଜଣେ ବ୍ୟକ୍ତିଙ୍କର ଫୋଟୋ ଦେଖିବାକୁ ମିଳିଛି। ଦାବି ଅନୁଯାୟୀ ହସ୍ପିଟାଲରେ ଚିକିତ୍ସା ହେଉଥିବା ବ୍ୟକ୍ତି ନିଜେ ମନୋଜ ମିତ୍ତଲ ଅଟନ୍ତି। 

ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। 

କ’ଣ ଦାବି ଏହି ପୋଷ୍ଟର?

୧୫ ଡିସେମ୍ବରରେ ମାଇ ବ୍ଲଡ୍ କଂଗ୍ରେସ ନାମକ ଫେସବୁକ ଏକାଉଣ୍ଟରେ ଏକ ଫୋଟୋ ସେୟାର କରି ଦାବି କରା ଯାଇଛି ଯେ, “କର୍ନାଲର ଏମବିବିଏସ ଡାକ୍ତର ଯିଏ ଅନ୍ୟ ଲୋକଙ୍କୁ ଗୋବର ଖାଇବାକୁ ପ୍ରୋତ୍ସାହିତ କରିଥିଲେ ସେ ନିଜେ ଗୋବର ଖାଇ ପେଟ ଖରାବ ହେଇଥିବାରୁମେଡିକାଲରେ ଦାଖଲ ହେଇଛନ୍ତି ଏବଂ ତାଙ୍କର ଚିକିତ୍ସା ଚାଲିଛି।”

Facebook | Archive

ଆମ ଅନୁସନ୍ଧାନ: 

ଗତ ମାସ ଡାଃ ମନୋଜ ମିତ୍ତଲଙ୍କର ଗୋବର ସେବନ କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଇଥିଲା ଯେଉଁଥିରେ ସେ ଗାଈ ଗୋବର ସେବନ କରିବାର ଉପକାରିତା ବିଷୟରେ କହିଥିଲେ। ତାଙ୍କ ଏହି ଭିଡିଓ ନେଇ ଅନେକ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଥିଲା। 

ପତ୍ରିକା ସମ୍ବାଦର ରିପୋର୍ଟ ଅନୁଯାୟୀ ମନୋଜ ମିତ୍ତଲ ହରିୟାଣାର କର୍ନାଲ ଜିଲ୍ଲାର ଜଣେ ବାସିନ୍ଦା। ସେ ଜଣେ ଶିଶୁରୋଗ ବିଶେଷଜ୍ଞ ଅଟନ୍ତି। ଭିଡିଓରେ ସେ ଲୋକଙ୍କୁ ପ୍ର୍ତ୍ସାହିତ କରି କହିଥିଲେ ଯେ ସମସ୍ତଙ୍କୁ ଗୋବର ସେବନ କରିବାର ଉଚିତ। 

ଫ୍ୟାକ୍ଟ କ୍ରିଷେଣ୍ଡୋ ମନୋଜ ମିତ୍ତଲଙ୍କ ସହିତ ସମ୍ପର୍କ କରିଲା ପରେ ସେ ସୋସିଆଲ ମିଡିଆରେ ତାଙ୍କ ଅସୁସ୍ଥ ହେବା ଦାବିକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, “ଭାଇରାଲ ହେଉଥିବା ଦାବି ସଂପୂର୍ଣ୍ଣ ଭାବରେ ମିଥ୍ୟା ଅଟେ। ମୁଁ ପୁରା ସୁସ୍ଥ ଅଛି। ଏହି ପୋଷ୍ଟରେ ଗୋବର ଖାଉଟିବା ଫୋଟୋ ମୋର ଅଟେ କିନ୍ତୁ ହସ୍ପିଟାଲରେ ଚିକିତ୍ସା ହେଉଥିବା ବ୍ୟକ୍ତିର ଫୋଟୋ ମୋର ନୁହେଁ।”

ଆମ ଅନୁରୋଧ ପରେ ସେ ନିଜର ଏକ ଭିଡିଓ ଶୁଟ୍ କରି ଆମ ସହିତ ସେୟାର କରିଛନ୍ତି ଯାହା ଆପଣ ମାନେ ନିମ୍ନରେ ଦେଖି ପାରିବେ। ଏହି ଭିଡିଓ ମାଧ୍ୟମରେ ସେ କହିଛନ୍ତି କେଉଁ ପ୍ରକାର ତାଙ୍କ ନାମରେ ମିଥ୍ୟା ପ୍ରଚାର କରା ଯାଉଛି ଏବଂ ସେ ଏହା ମଧ୍ୟ କହିଛନ୍ତି ଯେ ମିଥ୍ୟା ପ୍ରଚାର କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ। 

ତେବେ ଭାଇରାଲ ଫୋଟୋରେ ହସ୍ପିଟାଲରେ ଚିକିତ୍ସା ହେଉଥିବା ବ୍ୟକ୍ତି କିଏ ଏବଂ ତାହାର ସତ୍ୟତା କ’ଣ?

ସତ୍ୟତା ଜାଣିବା ପାଇଁ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଫୋଟୋ ଗୋଫଣ୍ଡମି.କମ୍ ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। ୱେବସାଇଟ ଅନୁଯାୟୀ ଫୋଟୋରେ ଥିବା ବ୍ୟକ୍ତିଙ୍କର ନାମ ବିଧାନ ଥାପା ଅଟେ ଏବଂ ସେ ନେପାଲ ଦେଶର ଜଣେ ବାସିନ୍ଦା। ୨୯ ବର୍ଷ ବୟସରେ ୧୦ ଜୁଲାଇ ୨୦୧୭ ମସିହାରେ ଆମେରିକାର ଏକ ହସ୍ପିଟାଲରେ ତାଙ୍କ ନିଧନ ହୋଇଥିଲା। 

Archive

ଶେଷକଥା

ଅନୁସନ୍ଧାନରୁ ଆମେ ଜାଣିବାକୁ ପାଇଲୁ ଯେ ଫୋଟୋ ସହିତ ସେୟାର କରା ଯାଇଥିବା ଦାବି ମିଥ୍ୟା ଅଟେ। ହସ୍ପିଟାଲରେ ଚିକିତ୍ସା ହେଉଥିବା ବ୍ୟକ୍ତି ମନୋଜ ମିତ୍ତଲ ନୁହନ୍ତି। ମନୋଜ ମିତ୍ତଲ ଏକ ଭିଡିଓ ମାଧ୍ୟମରେ ସ୍ପଷ୍ଟ କରିଛନ୍ତି ଯେ ସେ ସୁସ୍ଥ ଅଛନ୍ତି।

Avatar

Title:କ’ଣ ଗୋବର ସେବନ କରୁଥିବା ଡାକ୍ତର ବର୍ତ୍ତମାନ ହସ୍ପିଟାଲରେ ପେଟ ରୋଗ କାରଣରୁ ଦାଖଲ ହେଇଛନ୍ତି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *