
ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ମମିର ଫୋଟୋ ଭାଇରାଲ ହେଉଛି ଏବଂ ଦାବି କରା ଯାଇଛି ଏହି ମମି ଇଣ୍ଡୋନେସିଆ ଦେଶରେ ମିଳିଛି ଯାହା ବେଳେ ବେଳେ ନିଶ୍ଵାସ ମଧ୍ୟ ନିଏ।
ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।
କ’ଣ କୁହା ଯାଇଛି ଏହି ପୋଷ୍ଟରେ?
୧୦ ଡିସେମ୍ବରରେ ପାଗଳ ଖାନା ନାମକ ଏକ ଟୁଇଟର ଏକାଉଣ୍ଟର ହେଣ୍ଡେଲରେ ଏକ ମମିର ଫୋଟୋ ପୋସ୍ତ କରି ଦାବି କରା ଯାଇଛି ଯେ, “ଇଣ୍ଡୋନେସିଆରେ ୮୦୦୦ ବର୍ଷର ଏକ ମମି ଦେଖି ଆଜି ସମଗ୍ର ବିଜ୍ଞାନ ଜଗତ ଚକିତ ହୋଇଯାଇଛି , କାହିଁକି ନା ଏହି ମମିଟି ବେଳେବେଳେ ନିଶ୍ଵାସ ନେଉଛି। ସବୁଠାରୁ ବଡ ରହସ୍ୟ ହେଉଛି କି ପ୍ରତ୍ୟେକ ଦିନ ରାତି ବାରଟା ବେଳେ ଏହି ମମିଟି କଥାବାର୍ତ୍ତା କରେ ଆଉ କହେ, “ମୋଦୀ ହେଉଛନ୍ତି ପ୍ରଭୁ ବିଷ୍ଣୁଙ୍କର ଆକାଦଶ ଅବତାର।””
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୨୮ ଜୁନ୍ ରେ ଦି ହିନ୍ଦୁ ପତ୍ରିକାର ୱେବସାଇଟରେ ସମାନ ଫୋଟୋ ପ୍ରକାଶିତ ହେଇଥିବା ମିଳିଲା। ୱେବସାଇଟ ଅନୁଯାୟୀ ଏହା ଇଯିପ୍ଟର ଏକ ମମି ଅଟେ ଯାହାର ଇତିହାସ ଜାଣିବା ପାଇଁ ଇଟାଲୀର ମିଲାନର ଏକ ହସ୍ପିଟାଲରେ ସିଟି ସ୍କାନ କରା ଯାଇଥିଲା। ଅନୁସନ୍ଧାନକାରୀ ମାନେ ବିଶ୍ଵାସ କରନ୍ତି ଯେ ସେମାନେ ଏହି ଇଯିପ୍ଟର ପୁରୋହିତଙ୍କର ଜିଅନ ଏବଂ ମୃତ୍ୟୁକୁ ପୁନଃ ନିର୍ମାଣ କରି ପାରିବେ ଏବଂଶରୀରକୁ ମମି କରିବା ପାଇଁ କେଉଁ ପ୍ରକାରର ଦ୍ରବ୍ୟ ବ୍ୟବହାର କରା ଯାଇଥିଲା ତାହା ଖୋଜ କରି ପାରିବେ। ଆଙ୍ଖେକୋଂଶୁ ନାମକ ଏହି ଇଯିପ୍ଟର ପୁରୋହିତର ମମିକୁ ବେର୍ଗୋମୋର ସିଭିକ୍ ପ୍ରତ୍ନତାତ୍ତ୍ଵୀକ ସଂଗ୍ରହାଳୟରୁ ମିଲାନ ପୋଲିକ୍ଲିନିକୋ ହସ୍ପିଟାଲକୁ ସ୍ଥାନାନ୍ତରିତ କରା ଯାଇଥିଲା।

ଉପରୋକ୍ତ ତଥ୍ୟରୁ ଆମେ ଜାଣିବାକୁ ପାଇଲୁ ଯେ ମମିକୁ ବେର୍ଗୋମୋ ସିଭିକ୍ ସଂଗ୍ରହାଳୟରୁ ହସ୍ପିଟାଲ ସ୍ଥାନାନ୍ତାରିତ କରା ଯାଇଥିଲା। ପୋଷ୍ଟର ଦାବି ଅନୁଯାୟୀ ଏହି ମମି ଇଣ୍ଡୋନେସିଆର ଅଟେ। ତେବେ ଆମେ ଜାଣିବାକୁ ଚେଷ୍ଟା କରିଲୁ ଯେ ବେର୍ଗୋମୋ ସଂଗ୍ରହାଳୟ କେଉଁ ଠାରେ ଅଛି। ଏହା ଜାଣିବା ପାଇଁ ଆମେ ଗୁଗୁଲ ମ୍ୟାପରେ ଯାଇ ସର୍ଚ୍ଚ କରିଲୁ। ଫଳାଫଳରେ ଆମେ ଜାଣିବାକୁ ପାଇଲୁ ଯେ ଉପରୋକ୍ତ ସଂଗ୍ରହାଳୟ ଇଟାଲୀରେ ଅଛି। ଏହା ଦ୍ଵାରା ସ୍ପଷ୍ଟ ହେଉଛି ଯେ ପୋଷ୍ଟରେ ଥିବା ମମିର ଇଣ୍ଡୋନେସିଆ ସହିତ କୌଣସି ସମ୍ବନ୍ଧ ନାହିଁ।

ୟୁଟ୍ୟୁବରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମକୁ ୨୭ ଜୁନ୍ ରେ ର୍ୟୁଟର୍ଷ ଚ୍ୟାନାଲରେ ପ୍ରସାରିତ ଏକ ଭିଡିଓ ମିଳିଲା। ଏହି ଭିଡିଓରେ ସମାନ ମମିକୁ ସିଟି ସ୍କାନ କରା ଯାଉଥିଲା। ଭିଡିଓ ଅନୁଯାୟୀ ଘଟଣାଟି ଇଟାଲୀ ଦେଶର ମିଲାନ ସହରର ଅଟେ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଫୋଟୋରେ ଥିବା ମମିର ଇଣ୍ଡୋନେସିଆ ଦେଶ ସହିତ କୌଣସି ସମ୍ବନ୍ଧ ନାହିଁ। ଏହି ମମିର ଇତିହାସ ଜାଣିବା ପାଇଁ ଇଟାଲୀରେ ଅନୁସନ୍ଧାନ ହେଉଥିବାର ଫୋଟୋ ଅଟେ।

Title:କ’ଣ ଇଣ୍ଡୋନେସିଆରେ ଏକ ଜୀବିତ ମମୀ ମିଳିଛି ଯାହା ବେଳେ ବେଳେ ନିଶ୍ଵାସ ନେଉଛି?
Fact Check By: Siddharth SahuResult: False
