ଜବାହାରଲାଲ ନେହେରୁଙ୍କୁ ଚୁମ୍ବନ ଦେଉଥିବା ଏହି ମହିଳା କିଏ? କ’ଣ ଫୋଟୋରେ ମହମ୍ମଦ ଅଲି ଜିନ୍ନାହଙ୍କ ଉପସ୍ଥିତିରେ ଏହି ଘଟଣା ଘଟିଥିଲା? ଜାଣନ୍ତୁ ସତ୍ୟ।

Misleading Political

ଏହା ପପ୍ରଥମ ଘଟଣା ନୁହେଁ ଯେ ସୋସିଆଲ ମିଡିଆରେ ଏହି ପରି ଏକ ପୋଷ୍ଟ ଭାଇରାଲ ହେଉଛି। ପୂର୍ବରୁ ମଧ୍ୟ ଫ୍ୟାକ୍ଟ କ୍ରିଷେଣ୍ଡୋ ଜବାହାରଲାଲ ନେହେରୁଙ୍କର ବିଭିନ୍ନ ମହିଳାଙ୍କ ସହିତ ଅନେକ ଫୋଟୋକୁ ସୋସିଆଲ ମିଡିଆ ୱେବସାଇଟରେ ମିଥ୍ୟା ଦାବି ସହିତ ଭାଇରାଲ ହେଉଥିବା ପ୍ରମାଣିତ କରିଛି। 

ନିକଟରେ ଜବାହାରଲାଲ ନେହେରୁଙ୍କର ଏକ ପୁରୁଣା ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି ଯେଉଁଥିରେ ଜଣେ ମହିଳା ଅନ୍ୟ ଲୋକଙ୍କ ଉପସ୍ଥିତିରେ ତାଙ୍କୁ ଚୁମ୍ବନ ଦେଉଛନ୍ତି। ପୋଷ୍ଟ ଦାବି ଅନୁଯାୟୀ ଏହି ଘଟଣା ମହମ୍ମଦ ଅଲି ଜିନ୍ନାହଙ୍କ ଉପସ୍ଥିତିରେ ଘଟିଥିଲା। 

ଫ୍ୟାକ୍ଟ କ୍ରିଷେଣ୍ଡୋ ଫୋଟୋ ସହିତ ଥିବା ଦାବିକୁ ମିଥ୍ୟା ବୋଲି ପାଇଲା। 

କ’ଣ ଦାବି ଏହି ପୋଷ୍ଟର?

ଏହି ପୋଷ୍ଟରେ ଫୋଟୋ ସହିତ ଲେଖା ଯାଇଅଛି ଯେ “ସ୍ଵାଧୀନତା ସଂଗ୍ରାମର ସେଇ ଭୟଙ୍କର ଲଢେଇରେ ବାଆଁ ଗାଲରେ ଗୁଳି ଖାଉଥିବା ଚାଚା ନେହେରୁ। ସାକ୍ଷୀ: ମହମ୍ମଦ ଅଲ୍ଲୀ ଜିନ୍ନା। ସ୍ଵାଧୀନତା ସଂଗ୍ରାମର ଐତିହାସିକ ଫୋଟୋ ଦେଖିଲେ ଆଖିରୁ ପାଣି ବୋହି ଯାଉଛି।”

fb.jpg

Facebook | Archive

ଏହି ପୋଷ୍ଟ ୧୪ ଅକ୍ଟୋବର ୨୦୧୪ ମସିହାରେ ମଧ୍ୟ ଟୁଇଟରରେ ପୋଷ୍ଟ ହେଇଥିଲା। ଏହି ପୋଷ୍ଟରେ ଦାବି କରା ଯାଇଅଛି ଯେ ନେହେରୁଙ୍କୁ ଚୁମ୍ବନ ଦେଉଥିବା ମହିଳା ଲେଡି ମାଉଣ୍ଟବେଟେନଅଟନ୍ତି। 

Archive

ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ଜବାହାରଲାଲ ନେହେରୁଙ୍କୁ ଚୁମ୍ବନ ଦେଉଥିବା ମହିଳା କିଏ? କ’ଣ ଏହି ଫୋଟୋରେ ମହମ୍ମଦ ଅଲି ଜିନ୍ନାହ ମଧ୍ୟ ଅଛନ୍ତି? 

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ବ୍ରିଟିଶ ପାଠେ ନାମକ ଏକ ୟୁଟ୍ୟୁବ ଚ୍ୟାନାଲରେ ନେହେରୁଙ୍କ ୧୯୫୫ ମସିହାରେ ଲଣ୍ଡନ ପରିଦର୍ଶନ ଭିଡିଓର ଏକ କ୍ଲିପ୍ ମିଳିଲା। ଏହି ଭିଡିଓର ୨୭ ସେକେଣ୍ଡ ସମୟରେ ଆମେ ଜଣେ ମହିଳା ନେହେରୁଙ୍କୁ ଚୁମ୍ବନ ଦେଉଥିବା ଦେଖିବାକୁ ପାଇଲୁ। 

କିନ୍ତୁ ଏହି ଭିଡିଓରୁ କିଛି ସ୍ପଷ୍ଟ ପ୍ରମାଣ ମିଳିନଥିବା କାରଣରୁ ଆମେ ବ୍ରିଟିଶ ପାଠେ ୱେବସାଇଟରେ ଯାଇ ଏହି ଭିଡିଓ ସର୍ଚ କରିଲୁ। ଫଳାଫଳରେ ଆମକୁ ୱେବସାଇଟରେ ସମାନ ଭିଡିଓ ପ୍ରସାରିତ ହେଇଥିବା ମିଳିଲା। ଏହି ଭିଡିଓ ନିମ୍ନରେ ଉଲ୍ଲେଖ କରା ଯାଇଅଛି ଯେ ଲଣ୍ଡନରେ ଜବାହାରଲାଲ ନେହେରୁ ବିମାନରୁ ଉଲହାଇଲା ପରେ ଏନ୍ଥୋନୀ ଇଡେନ୍ ତାଙ୍କୁ ସ୍ଵାଗତ କରୁଛନ୍ତି। ନେହେରୁ, ଇନ୍ଦିରା ଗାନ୍ଧୀଙ୍କ ସହିତ ଲଣ୍ଡନ ଯାଇଥିଲେ ଏବଂ ବିମାନ ବନ୍ଦରରେ ନିଜ ଭଉଣୀ ବିଜୟଲକ୍ଷ୍ମୀ ପଣ୍ଡିତଙ୍କ ସହ ଭେଟିଥିଲେ। 

BP.jpg

British Pathe | Archive

ଆମେ ଗୁଗୁଲରେ ମୁଖ୍ୟଶବ୍ଦ ବ୍ୟବହାର କରି ମହମ୍ମଦ ଅଲ୍ଲୀ ଜିନ୍ନାହଙ୍କ ବିଷୟରେ ସର୍ଚ କରିଲୁ। ବାୟୋଗ୍ରାଫି ୱେବସାଇଟରୁ ଆମକୁ ସୂଚନା ମିଳିଲା ଯେ ମହମ୍ମଦ ଅଲ୍ଲୀ ଜିନ୍ନାହଙ୍କ ମୃତ୍ୟୁ ୧୧ ସେପ୍ଟେମ୍ବର ୧୯୪୮ ମସିହାରେ ହେଇଥିଲା। କିନ୍ତୁ ଭାଇରାଲ ଭିଡିଓ ୧୯୫୫ ମସିହାର ହେଇଥିବାରୁ ଜିନ୍ନାହଙ୍କ ଏହି ଫୋଟୋରେ ଥିବା ସମ୍ଭବ ନୁହେଁ। 

bio.jpg

Biography

ଏହା ଦ୍ଵାରା ସ୍ପଷ୍ଟ ହେଲା ଯେ ଭାଇରାଲ ଫୋଟୋରେ ମହମ୍ମଦ ଅଲ୍ଲୀ ଜିନ୍ନାହଙ୍କ ଥିବା ଦାବି ମିଥ୍ୟା ଅଟେ। 

ଏହା ପରେ ଆମେ ଜାଣିବାକୁ ଚେଷ୍ଟା କରିଲୁ ଯେ ଭାଇରାଲ ଫୋଟୋରେ ନେହେରୁଙ୍କୁ ଚୁମ୍ବନ ଦେଉଥିବା ମହିଳା କିଏ? 

ଟୁଇଟରରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲା ପରେ ଆମକୁ ଏକ ଟୁଇଟ ମିଳିଲା ଯେଉଁଥିରେ କୁହା ଯାଇଅଛି ଯେ ଫୋଟୋରେ ଥିବା ମହିଳା ନେହେରୁଙ୍କ ଭାଣଜୀ ନୟନତାରା ସହଗଳ ଅଟନ୍ତି। କିନ୍ତୁ ଏହି ଟୁଇଟ ଭେରୀଫାଏଡ ଏକାଉଣ୍ଟରୁ ହେଇନଥିବା କାରଣରୁ ଆମେ ଏହାର ତଥ୍ୟ ମଧ୍ୟ ଯାଞ୍ଚ କରିଲୁ। 

ଆମେ ଗୁଗୁଲରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ନୟନତାରା ସହଗଳଙ୍କ ବିଷୟରେ ସୂଚନା ଏକତ୍ର କରିଲୁ। ସର୍ଚ କରିଲା ପରେ ଆମକୁ ସାହିତ୍ୟ ଆକାଡେମି ନାମକ ସରକାରୀ ୱେବସାଇଟରୁ ନୟନତାରାଙ୍କ ଫୋଟୋ ମିଳିଲା। ଏହି ୱେବସାଇଟରେ ନୟନତାରାଙ୍କ ବିଷୟରେ ଅନେକ ସୂଚନା ଦିଆ ଯାଇଅଛି। ଏହାର ଦୁଇତୀୟ ପ୍ରୁଷ୍ଠାରେ ପ୍ରକାଶିତ ଫୋଟୋ ନିମ୍ନରେ ଲେଖା ଯାଇଅଛି ଯେ ନୟନତାରା ତାଙ୍କ ଭଉଣୀ ରୀତା ଏବଂ ମାଁ ବିଜୟଲକ୍ଷ୍ମୀ ପଣ୍ଡିତଙ୍କ ସାଜିତ ଛିଡା ହେଇଛନ୍ତି। ବ୍ରିଟିଶ ପାଠେ ୱେବସାଇଟରୁ ଆମେ ଜାଣିବାକୁ ପାଇଥିଲୁ ଯେ ବିଜୟଲକ୍ଷ୍ମୀ ହେଉଛନ୍ତି ନେହେରୁଙ୍କର ଭଉଣୀ। ଏହା ଦ୍ଵାରା ସ୍ପଷ୍ଟ ହେଲା ଯେ ନୟନତାରା, ଜବାହାରଲାଲ ନେହେରୁଙ୍କର ଭାଣଜୀ। 

ଏହା ପର ପ୍ରୁଷ୍ଠାରେ ଆମେ ନୟନତାରାଙ୍କର ୧୯୫୫ ମସିହାର ଏକ ଫୋଟୋ ମଧ୍ୟ ପାଇଲୁ। ଭାଇରାଲ ଫୋଟୋ ଏବଂ ଏହି ୱେବସାଇଟରେ ମିଳିଥିବା ଫୋଟୋର ତୁଳନା କରିଲା ପରେ ଆମେ ଦୁଇଟି ଫୋଟୋରେ ଥିବା ମହିଳା ସମାନ ବୋଲି ଜାଣିଲୁ। 

Untitled-5 copy.jpg

Sahitya Akademi 

ନିମ୍ନରେ ଆପଣ ଦୁଇଟି ଫୋଟୋର ତୁଳନା ଦେଖି ପାରିବେ। 

Copy of Horizontal Image Comparison.png

ଶେଷକଥା

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଫୋଟୋରେ ଜବାହାରଲାଲ ନେହେରୁଙ୍କୁ ଚୁମ୍ବନ ଦେଉଥିବା ମହିଳା ତାଙ୍କ ଭାଣଜୀ ନୟନତାରା ଅଟନ୍ତି। ଏହି ଫୋଟୋ ୧୯୫୫ ମସିହାର ଅଟେ। ମହମ୍ମଦ ଅଲି ଜିନ୍ନାହଙ୍କ ମୃତ୍ୟୁ ୧୯୪୮ ମସିହାରେ ହେଇଥିଲା।

Avatar

Title:ଜବାହାରଲାଲ ନେହେରୁଙ୍କୁ ଚୁମ୍ବନ ଦେଉଥିବା ଏହି ମହିଳା କିଏ? କ’ଣ ଫୋଟୋରେ ମହମ୍ମଦ ଅଲି ଜିନ୍ନାହଙ୍କ ଉପସ୍ଥିତିରେ ଏହି ଘଟଣା ଘଟିଥିଲା?

Fact Check By: Siddharth Sahu 

Result: Misleading

Leave a Reply

Your email address will not be published. Required fields are marked *