ହଙ୍ଗକଙ୍ଗରେ ହେଇଥିବା ଏକ ପୁରୁଣା ଦୁର୍ଘଟଣାର ଭିଡିଓକୁ ନିକଟରେ ଚୀନର ବିମାନ ଦୁର୍ଘଟଣାର ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି। 

False International

ନିକଟରେ ଚୀନରେ ଏରୋଲୋଫ୍ଟ ବୋଇଙ୍ଗ ୭୩୭ ବିମାନ ଦୁର୍ଘଟଣା ହୋଇଥିବା ଖବର ସାମନାକୁ ଆସିଛି। ୧୩୨ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ବିମାନ ଜରୁରୀକାଳୀନ ଅବତରଣ ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା, ଏହି ଦୁର୍ଘଟଣାରେ ୪୧ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। 

ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ଦୁର୍ଘଟଣା ଗ୍ରସ୍ତ ବିମାନର ଫୋଟୋ ସହିତ ଦାବି କରା ଯାଇଛି ଯେ ଏହା ଚୀନରେ ହେଇଥିବା ଦୁର୍ଘଟଣାର ଦୃଶ୍ୟ ଅଟେ। 

କ’ଣ ଦାବି କରା ଯାଇଛି ପୋଷ୍ଟରେ?

ଭିଡିଓରେ କୁହା ଯାଇଛି, “ଚୀନରେ ଯାତ୍ରୀ ବାହିନୀ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି୧୩୩ ଯାତ୍ରୀଙ୍କୁ ନେଇ ଯାଉଥିବା ଚୀନ ଇଷ୍ଟର୍ନ ଏୟାରଲାଇନ୍ସ ବିମାନ ଦୁର୍ଘଟଣା ଗ୍ରସ୍ତ ହେଇଛିଏହି ବିମାନ କାନମିଂରୁ ଗୁଆଙ୍ଗକ୍ସି ଯାଉଥିଲା। ସମୟରେ ପାହାଡରେ ପିଟି ହୋଇ ନିଆ ଲାଗି ଯାଇଥିବାରୁ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ସୂଚନା ଆସିଛି।

ଫ୍ୟାକ୍ଟ କ୍ରିଷେଣ୍ଡୋ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଭିଡିଓ ୨୦୨୧ ମସିହାରେ ହଙ୍ଗକଙ୍ଗରେ ହେଇଥିବା ଏକ ବିମାନ ଦୁର୍ଘଟଣାର ଦୃଶ୍ୟ ଅଟେ। 

Share Chat | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓର ସ୍କ୍ରିନଶଟ୍ ନେଇ ଏହାର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଫୋଟୋ ଏସସିଏମପି ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। ୱେବସାଇଟ ଅନୁଯାୟୀ ୧୯୯୯ ମସିହାରେ ବେଙ୍ଗକକ୍ ରୁ ତାଇପାଇ ଅଭିମିଖ ବେଳେ ଏକ ବାତ୍ୟାର ସାମନା କରି  ଜରୁରୀକାଳୀନ ଅବତରଣ କରୁଥିବା ସମୟରେ ଚୀନ ବିମାନ ଏମଡି-୧୧ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ୨ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। 

୨୭ ଜୁନ୍ ୨୦୧୩ ମସିହାରେ ଏସସିଏମପି ୱେବସାଇଟରେ ଏହି ବିମାନ ଦୁର୍ଘଟଣାର ଏକ ଭିଡିଓ ମଧ୍ୟ ପ୍ରସାରିତ ହେଇଥିବା ମିଳିଲା। ଭିଡିଓର କ୍ୟାପ୍ସନ୍ ରେ ଲେଝା ଯାଇଛି ଯେ ୨୨ ଅଗଷ୍ଟ ୧୯୯୯ ରେ ଚାଇନା ଏୟାରଲାଇନ୍ସ  ବିମାନ-୬୪୨ ଦୁର୍ଘଟଣାଗ୍ରସ୍ତ। 

ଶେଷକଥା

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ହଙ୍ଗକଙ୍ଗରେ ହେଇଥିବା ୧୯୯୯ ର ଦୁର୍ଘଟଣାର ଭିଡିଓକୁ ନିକଟରେ ଚୀନର ବିମାନ ଦୁର୍ଘଟଣାର ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି।

Avatar

Title:ହଙ୍ଗକଙ୍ଗରେ ହେଇଥିବା ଏକ ପୁରୁଣା ଦୁର୍ଘଟଣାର ଭିଡିଓକୁ ନିକଟରେ ଚୀନର ବିମାନ ଦୁର୍ଘଟଣାର ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *