କ’ଣ ଭଡ଼ାରେ ରହୁଥିବା ଡାକ୍ତରଏବଂ ନର୍ସ ମାନଙ୍କୁ ସଂକ୍ରମଣ ଭୟରେ ତାଙ୍କ ମାଲିକମାନେ ଘର ଖାଲି କରିବାକୁ କହୁଛନ୍ତି? କ’ଣ ଏହି ଫୋଟୋ ଭାରତର? ଜାଣନ୍ତୁ ସତ୍ୟ।

Coronavirus False

27 ମାର୍ଚରେ ଜଣେ ଫେସବୁକ ୟୁଜର ଆମ ଗାଁ ପରିବାର ନାମକ ଫେସବୁକ ପେଜରେ ଗୋଟିଏ ଫୋଟୋ ପୋଷ୍ଟ କରି ଏହା ଦାବି କରିଛନ୍ତି ଯେ ଭଡ଼ାରେ ରହୁଥିବା ଡାକ୍ତର, ନର୍ସମାନଙ୍କୁ ସଂକ୍ରମଣ ଭୟରେ ତାଙ୍କ ଘର ମାଲିକମାନେ ଘର ଖାଲି କରିବାକୁ କହୁଛନ୍ତି। ଏହି ପୋଷ୍ଟରେ ଏହା କୁହା ଯାଇଅଛି ଯେ ଡାକ୍ତର ଏବଂ ନର୍ସ ମାନେ ୨୪ ଘଣ୍ଟା ଦିନରାତି ନିଜ ଜୀବନକୁ ମରଣମୁହଁକୁ ଠେଲି ଲୋକଙ୍କ  ଜୀବନ ବଞ୍ଚାଇବାରେ ଲାଗିଛନ୍ତି। ଏହି ପୋଷ୍ଟରେ ଏହା ମଧ୍ୟ କୁହା ଯାଇଅଛି ଯେ ସେଇଦିନ ଥାଳି, ଘଣ୍ଟ ବଜାଇବାକୁ ନ କହି ପ୍ରଧାନମନ୍ତ୍ରୀ ଡାକ୍ତର, ନର୍ସମାନଙ୍କୁ ଘରୁ ନ ତଡିବାକୁ ଅପିଲ କରିବା କେତେ ଜରୁରୀ ଥିଲା। ଭଲ ମାସ୍କ ନାହିଁ, ସୁଟ ନାହିଁ। କେତେକ ଜାଗାରେ ଏଇ କାରଣରୁ ଡାକ୍ତରମାନେ ବି କରୋନା ଆକ୍ରାନ୍ତ ହେଇ ସାରଲେଣି। ବିହାରର ପାଟଣାରେ ୮୩ ଜଣ ଡାକ୍ତରଙ୍କୁ କ୍ୱାରେଣ୍ଟଟାଇନରେ ରଖା ଯାଇଛି। ଏବେ ତ ମନ୍ଦିର, ମସଜିଦ, ଚର୍ଚ୍ଚ, ସବୁଠି ତାଲା। ଯଦି କିଛି ଖୋଲା ଅଛି ତାହା ହେଉଛି ଡାକ୍ତରଖାନା।

fb.png

Facebook | Archive

ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନରେ ପ୍ରଥମେ ଆମେ ପୋଷ୍ଟରେ ଥିବା ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ରିଭର୍ସ ଇମେଜ ସର୍ଚ କରିଲା ପରେ ଆମକୁ ଏହି ବିଷୟ ଜଡ଼ିତ କିଛି ତଥ୍ୟ ମିଳିଲା। 

୨୩ ମାର୍ଚରେ ଏମ.ଏସ.ଏନ ନ୍ୟୁଜ ପତ୍ରିକାରେ ଛପିଥିବା ଗୋଟିଏ ପତ୍ରିକାରେ ଏହା କୁହା ଯାଇଅଛି ଯେ COVID 19 ସହିତ ଲଢେଇ କରୁଥିବା ସମସ୍ତ ଲୋକଙ୍କୁ ଗାୟକ ମାର୍କ ଆଡମ ନିଜ କୃତଜ୍ଞତା ଜଣାଇଛନ୍ତି। ମାର୍କଙ୍କ କହିବା ଅନୁଯାୟୀ ସେମାନଙ୍କ ସେବା ଯୋଗୁ କୋରୋନା ଧୀରେ ଧୀରେ ହାରୁଛି। ସେ ସମସ୍ତ ଡାକ୍ତର, ନାର୍ସ, ପୁଲିସ ଏବଂ ସେନା କୁ ନିଜ ଧନ୍ୟବାଦ ଜଣାଇଛନ୍ତି। ଏହି ଫୋଟୋ କେଉଁ ସ୍ଥାନର ସେଇଟା ବର୍ତମାନ ସୁଧା ଜଣା ପଡି ନାହି, କିନ୍ତୁ ଏହି ଫୋଟୋରେ 6 ଟି ହସ୍ପିଟାଲ କର୍ମଚାରୀଙ୍କୁ ଆରାମ କରିବା ଦେଖିବାକୁ ମିଳିଛି। 

msn3.jpg

MSN News | Archive

ଏହା ପରେ ଆମେ ମାର୍କ ଆଡ଼ମଙ୍କ ଇନଷ୍ଟାଗ୍ରାମ ଏକାଉଣ୍ଟରେ ଏହି ପୋଷ୍ଟ ଖୋଜି ବାହାର କରିଲୁ। ୨୨ ମାର୍ଚରେ ନିଜ ଇନଷ୍ଟାଗ୍ରାମ ଏକାଉଣ୍ଟରେ ମାର୍କ ସମସ୍ତ ଡାକ୍ତର, ନାର୍ସ, ପୋଲିସ, ସେନା ଯବାନ ଏବଂ ସଫେଇ କର୍ମମଚାରୀଙ୍କୁ ଧନ୍ୟାବାଦ ଜଣାଇ କହିଛନ୍ତି ଯେ ସେ ତାଙ୍କ ଜୀବନ ସେଶ ଯାଏଁ କୃତଜ୍ଞ ରହିବେ। 

mark adam insta.jpg

Instagram | Archive

ଏହା ପରେ ଆମେ ଜାଣିବା କୁ ଚେଷ୍ଟା କରିଲୁ ଯେ ଏହି ଫୋଟୋ କେଉଁ ଦେଶର। ପୋଷ୍ଟରେ ଥିବା ଫୋଟୋରେ ଗୋଟିଏ ଦ୍ଵାର ଉପରେ କିଛି ଲେଖା ହେଇଥିବା ପାଇଲୁ। ଏହା କୁ ସ୍ପଷ୍ଟ ଭାବେ ପଢିବା ପାଇଁ ଆମେ ଇନଭିଦ ମେଗ୍ନିଫାଇଙ୍ଗ ଟୁଲ ସାହାଜ୍ଯତାରେ ପଢିବା ପାଇଁ ଚେଷ୍ଟା କରିଲୁ। ଆମେ ଏହା ଦେଖିଲୁ ଯେ ଏହି ଦ୍ଵାର ଉପରେ “କେଲୁଆର (Keluar)” ବୋଲି ଲେଖା ଯାଇଅଛି। ଗୁଗଲ ରେ ଏହି ଶବ୍ଦର ଅର୍ଥ ଖୋଜିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ଏହା ମଳୟସିଆ ଦେଶର ଭାଷା ଓ ଇଂରାଜୀରେ ଏହାର ଅର୍ଥ ହେଉଛି “EXIT” ଏବଂ ଓଡ଼ିଆରେ ଅର୍ଥ “ପ୍ରସ୍ଥାନ କରନ୍ତୁ” ଅଟେ। 

keluar meaning.jpg

Wordhippo

୨୩ ମାର୍ଚରେ ମଲୟ ମେଲ ପତ୍ରିକାରେ ଏହା କୁହା ଯାଇଅଛି ଯେ ଇ.ସି.ଏମ. ଲିବ୍ରା ଫାଉଣ୍ଡେସନ ଏବଂ ଓରମୋଣ୍ଡ ଗ୍ରୁପ ହୋଟେଲ, କ୍ଵାଲା ଲାମ୍ପୁର ହସ୍ପିଟାଲ କର୍ମଚାରୀ ମାନଙ୍କୁ ଯେଉଁ ମାନେ କୋରୋନା ବିରୁଦ୍ଧରେ ଲଢେଇ କରୁଛନ୍ତି, ତାଙ୍କୁ ମାଗଣାରେ ରହିବା ପାଇଁ ସୁବିଧା ଯୋଗାଇବେ। ଇସିଏମ ଅଧ୍ୟକ୍ଷ ଦାତୁକ ସେରି ହସନ କହିଛନ୍ତି ଯେ ଇସିଏମ ଫାଉଣ୍ଡେସନ COVID ୧୯ ରୋଗୀଙ୍କୁ ଏବଂ ହସ୍ପିଟାଲ କର୍ମଚାରୀ ମାନଙ୍କୁ ଯେତିକି ସମ୍ଭବ ହେବ ସେତିକି ସାହାଜ୍ଯ କରିବ। ହସ୍ପିଟାଲ ପାଖରେ ଥିବା ଟ୍ୟୁନ ହୋଟେଲ ନିଜ ୧୩୦ ଟା ରୁମ ଏବଂ ମାଗଣା ଜଳଖ୍ୟା ଦେବ ବୋଲି ନିଷ୍ପତ୍ତି ନେଇଛି। ୨୩ ମାର୍ଚରୁ ଆରମ୍ଭ କରି ଆସନ୍ତା ୩୦ ଦିନ ଟକ ହସ୍ପିଟାଲ କର୍ମଚାରୀଙ୍କୁ ଏହି ସୁବିଧା ପ୍ରଦାନ କରା ଜୀବ। 

malaymail.jpg

Malay Mail | Archive

୨୫ ମାର୍ଚରେ କେ.ଏଲ ଫୁଡୀ ନାମକ ସାଇଟରେ ମଧ୍ୟ ଏହି କଥାର ବର୍ଣନା କରା ଯାଇଅଛି ଯେ କ୍ଵାଲା ଲାମପୁର ହସ୍ପିଟାଲ (HKL) କର୍ମଚାରୀ ମାନେ ବର୍ତମାନ ଟ୍ୟୁନ ହୋଟେଲରେ ମାଗଣା ରେ ରହି ପାରିବେ ଏବଂ ଜଳଖ୍ୟା ମଧ୍ୟ କରି ପାରିବେ।

kl foodie.jpg

KL Foodie | Archive

ଶେଷକଥା: 

ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ କୋରୋନା ପୀଡ଼ିତ ରୋଗୀଙ୍କ ସେବା କରି ଥକି ଯାଇଥିବା ହସ୍ପିଟାଲ କର୍ମଚାରୀ ମାନେ ଆରାମ କରୁଛନ୍ତି। ଏହି ଫୋଟୋ ମଲାୟସିଆର କ୍ଵାଲା ଲାମ୍ପୁର ହସ୍ପିଟାଲର ଅଟେ। ପୋଷ୍ଟରେ କରା ଯାଇଥିବା ଦାବି ଯେ ଭଡ଼ାରେ ରହୁଥିବା ଡାକ୍ତରଏବଂ ନର୍ସ ମାନଙ୍କୁ ସଂକ୍ରମଣ ଭୟରେ ତାଙ୍କ ମାଲିକମାନେ ଘର ଖାଲି କରିବାକୁ କହିଥିବା କଥା ସମ୍ପୂର୍ଣ ଭାବେ ମିଥ୍ୟା ଅଟେ। ସୋସିଆଲ ମିଡ଼ିଆରେ ଏହି ଫୋଟୋ ନେଇ ଆହୁରି ବିଭିନ୍ନ ପ୍ରକାର କାହାଣୀ ଭାଇରାଲ ହେଉଛି। ଇସିଏମ ଲିବରା ଫାଉଣ୍ଡେସନ ଏବଂ ଓରମୋଣ୍ଡ ଗ୍ରୁପ ହୋଟେଲ ହସ୍ପିଟାଲ କର୍ମଚାରୀ ମାନଙ୍କୁ ମାଗଣାରେ ରହିବା ସୁବିଧା ଯୋଗାଇଛନ୍ତି।

Avatar

Title:କ’ଣ ଭଡ଼ାରେ ରହୁଥିବା ଡାକ୍ତରଏବଂ ନର୍ସ ମାନଙ୍କୁ ସଂକ୍ରମଣ ଭୟରେ ତାଙ୍କ ମାଲିକମାନେ ଘର ଖାଲି କରିବାକୁ କହୁଛନ୍ତି? କ’ଣ ଏହି ଫୋଟୋ ଭାରତର? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *