
କୋଭିଡ-୧୯ ର ଦ୍ଵିତୀୟ ଲହର ଦେଶରେ ହଇଚଇ ସୃଷ୍ଟି କରିବା ସହିତ ସୋସିଆଲ ମିଡିଆରେ ଯାଞ୍ଚ ହୋଇନଥିବା ତଥା ଗରୋଇ ଉପଚାର ପ୍ରକ୍ରିୟାରେ ପରିପୂର୍ଣ ହୋଇଛି। ଏହି ପରି ଏକ ଭାଇରାଲ ବାର୍ତ୍ତାରେ ଦାବି କରା ଯାଇଅଛି ଯେ ଶରୀରରେ ଅମ୍ଳଜାନ ସ୍ତର ବୃଦ୍ଧି ପାଇଁ କର୍ପୁର, ଲବଙ୍ଗ,ଜୁଆଣୀ ଇତିଯାଦୀ ଆଗ୍ରାହଣ କରିବା ଆବଶ୍ୟକ।
ଏହି ଭାଇରାଲ ଉପଚାର ସତ୍ୟ ବା ମିଥ୍ୟା ଜାଣିବା ପାଇଁ ଫେକ୍ଟ କୃସେଣ୍ଡୋର ୱ୍ହାଟ୍ସଅପ୍ ଫେକ୍ଟଲାଇନ ନମ୍ବର (୯୦୪୯୦୫୩୭୭୦) ରେ ଅନେକ ଅନୁରୋଧ ଆସିଛି।
କ’ଣ ଦାବି ଏହି ମେସେଜର?
ପୋଷ୍ଟ ଦାବି ଅନୁଯାୟୀ “କର୍ପୁର, ଲବଙ୍ଗ, ଜୁଆଣୀ ଇତିଯାଦୀର ପୁଟୁଳି ତିଆରି କରନ୍ତୁ ଏବଂ ଏହାର ଆଗ୍ରାହଣ କରନ୍ତୁ। ଏହା ଅମ୍ଳଜାନ ସ୍ତର ବୃଦ୍ଧି କରିବାରେ ସାହାଜ୍ଯ କରିଥାଏ। ଲାଦାଖରେ ମଧ୍ୟ ଅମ୍ଳଜାନ ସ୍ଟ୍ଯାନ କମ ହେଇ ଯାଇଥିବା ସମୟରେ ପର୍ଯ୍ୟଟକ ମାନଙ୍କୁ ଏହି ପୁଟୁଳି ଦିଆ ଯାଇଥାଏ। ଅନେକ ଆମ୍ବ୍ୟୁଲେନ୍ସ ମଧ୍ୟ ବର୍ତ୍ତମାନ ଏହାକୁ ରଖୁଛନ୍ତି। ଏହା ଗୋଟିଏ ଗରୋଇ ଉପଚାର।“

ଆମ ଅନୁସନ୍ଧାନ:
ଦାବି ଗୁଡ଼ିକର ସତ୍ୟତାକୁ ନିଶ୍ଚିତ କରିବାକୁ ଆମେ ଆମ ଅନୁସନ୍ଧାନ ପ୍ରାରମ୍ଭ କରିଲୁ। ଆମେ ସରକାର ଏବଂ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ୱେବସାଇଟରେ ଏହି ବିଷୟରେ ସର୍ଚ କରିଲା ପରେ ଆମକୁ ଭାଇରାଲ ଉଲ୍ଲେଖ କରା ଯାଇଥିବା ପରି କୌଣସି ନିର୍ଦେଶନାମା ଏହି ୱେବସାଇଟରେ ଦେକିବାକୁ ମିଳିଲା ନାହିଁ।
ଏହା ପରେ ଭାଇରାଲ ବାର୍ତ୍ତାରେ ଥିବା ତଥ୍ୟକୁ ନିଶ୍ଚିତ କରିବା ପାଇଁ ଆମେ ପ୍ରତିଦିନ କୋଭିଡ-୧୯ ରୋଗୀଙ୍କର ଚିକିତ୍ସା କରୁଥିବା ପ୍ରଖ୍ୟାତ ଚିକିତ୍ସକ ତଥା ଅନୁସନ୍ଧାନକାରୀ ଡାକ୍ତର ହିମ୍ମତରାଓ ବାୱାସ୍କର ସହ ଯୋଗାଯୋଗ କରିଲୁ। ସେ କହିଛନ୍ତି ଯେ ପୋଷ୍ଟରେ କରା ଯାଇଥିବା ଦାବି ସମ୍ପୂର୍ଣ ଭାବରେ ଅବିଶ୍ଵସନିୟ ଅଟେ। ସେ ଏହା ମଧ୍ୟ କହିଛନ୍ତି “ଲୋକମାନେ ଏପରି ବାର୍ତ୍ତାକୁ ବିଶ୍ଵାସ କରିବା ଉଚିତ୍ ନୁହେଁ, ବିଶେଷତ ଯେତେବେଳେ ଆମେ କୋଭିଡ-୧୯ ପରି ଏକ ବିଶ୍ଵ ସଙ୍କଟ ଦେଇ ଯାଉଛୁ। ତଥାକଥିତ ଘରୋଇ ଉପଚାର କରୋନା ଭାଇରସ ସଂକ୍ରମଣର ପ୍ରଭାବଶାଳୀ ଚିକିତ୍ସା ନୁହେଁ। ଜଣେ କେବଳ ଡାକ୍ତର ପରାମର୍ଶ ଲୋଡ଼ିବା ଉଚିତ୍।“
କର୍ପୁର ହେଉଛି ଏକ ଟେରପିନ ଯାହା ସାଧାରଣ କ୍ରିମ୍, ମଲମ ଏବଂ ଲୋସନ୍ ରେ ବ୍ୟବହୃତ ହୁଏ। ଯଦିଓ ଏହା ଯନ୍ତ୍ରଣା ଏବଂ ଉତ୍ତେଜନାରୁ ମୁକ୍ତି ପାଇଁ ଉପଯୋଗ କରା ଯାଇପାରେ କିନ୍ତୁ ଏହାର ଅନ୍ୟାନ୍ୟ ବ୍ୟବହାରକୁ ସମର୍ଥନ କରିବାକୁ କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ। ପାର୍ଶ୍ଵ ପ୍ରତିକ୍ରିୟା ସୃଷ୍ଟି କରିବାର ଏହାର ଏକ ସମ୍ଭାବନା ଅଛି , ବିଶେଷତ ଯଦି ଏହାକୁ ଅଧିକ ମାତ୍ରାରେ ବ୍ୟବହାର କରାଯାଏ।
ଯଦିଓ ଲବଙ୍ଗ ସ୍ୱାସ୍ଥ୍ୟ ପାଇଁ ଉତ୍ତମ ଅଟେ, କିନ୍ତୁ କୌଣସି ବୈଜ୍ଞାନିକ ଅନୁସନ୍ଧାନ ନାହିଁ ଯାହା କୋଭିଡ-୧୯ ଉପରେ ଏହାର ପ୍ରଭାବକୁ ପ୍ରମାଣ କରିବ।
ସେହପରି ଜୁଆଣୀ ସାଧାରଣତଭାରତୀୟ ରୋଷେଇରେ ବ୍ୟବହୃତ ହୁଏ। ଜୁଆଣୀ ମଞ୍ଜିରେ କାଶ ବିରୋଧୀ ପ୍ରଭାବ ଥାଇପାରେ ଏବଂ ଫୁସଫୁସରେ ବାୟୁ ପ୍ରବାହ ବୃଦ୍ଧି କରିବାରେ ସାହାଜ୍ଯ କରି ପାରେ ବୋଲି ସିନିତ ଅନୁସନ୍ଧାନ ଅଛି। ମଣିଷର କାଶ ଏବଂ ଅନ୍ୟାନ୍ୟ ଲକ୍ଷଣ ଉପରେ ଜୁଆଣୀ ମଞ୍ଜି ଗୁଡ଼ିକର ପ୍ରଭାବକୁ ଭଲ ଭାବରେ ବୁଝିବା ପାଇଁ ଅଧିକ ଗବେଷଣା ଆବଶ୍ୟକ।
ଏହି ବିଷୟରେ ଅଧିକ ସୂଚନା ପାଇଁ ଆମେ ଗୁଗୁଲରେ ଯାଇ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲୁ। ସର୍ଚ କରିଲା ପରେ ଗୋଟିଏ ସରକାରୀ ୱେବସାଇଟରେ କୁହା ଯାଇଅଛି ଯେ ଲୋକେ କୋଭିଡ-୧୯ ରୋକିବା କିମ୍ବା ଚିକିତ୍ସା କରିବା ପାଇଁ ବିକଳ୍ପ ପ୍ରତିକାର ଖୋଜୁଛନ୍ତି। ଏଥିରୁ କିଛି ପ୍ରତିକାର ହର୍ବାଲ ଥେରାପି ଯେପରିକି ଚା, ଅତ୍ୟାବଶ୍ୟକ ତେଲ, ଟିଙ୍କଚର ଏବଂ ରୂପା ଦ୍ରବ୍ୟ ଥିବା ଜିନିଷ ଇତିଯାଦୀ ଅଟେ। ଏହି ଅନୁଛେଦରେ ଏହା ମଧ୍ୟ କୁହା ଯାଇଅଛି ଯେ କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ ଯେ ଏହି ବିକଳ୍ପ ଗୁଡ଼ିକ କୌଣସିଟା କୋଭିଡ-୧୯ ପ୍ରତିରୋଧ କିମ୍ବା ଆରୋଗ୍ୟ କରି ପାରିବ। ବାସ୍ତବରେ ଏହା ମଧ୍ୟରୁ କିଛି ଜିନିଷ ସେବନ କରିବା ନିରାପଦ ହୋଇପାରେ।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ହେଉଥିବା ମେସେଜ ବିଶ୍ଵସନୀୟ ଏବଂ ବୈଜ୍ଞାନିକ ଅନୁସନ୍ଧାନ ଉପରେ ଆଧାରିତ ନୁହେଁ। ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ ଯେ ଏହିପରି ଯାଞ୍ଚ ହୋଇନଥିବା ଦାବିକୁ ବିଶ୍ଵାସ କରନ୍ତୁ ନାହିଁ।

Title:କ’ଣ କର୍ପୁର, ଲବଙ୍ଗ, ଜୁଆଣୀ ଇତିୟାଦିର ଆଗ୍ରାହଣ କରିବା ଦ୍ଵାରା ଶରୀରରେ ଅମ୍ଳଜାନ ସ୍ତରରେ ବୃଦ୍ଧି ହୋଇଥାଏ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
