
୮ ଜୁଲାଇ ରେ ଜଣେ ଫେସବୁକ ୟୁଜର କାରୋନା ସଚେତନା ନାମକ ଗ୍ରୁପ ରେ ଗୋଟିଏ ଅଡିଓ ପୋଷ୍ଟ କରିଛନ୍ତି। ଏହି ଅଡିଓ ରେ ଜଣେ ବ୍ୟକ୍ତି ଦାବି କରିଛନ୍ତି ଯେ ସେ ଚୀନର ବୁହାନ ସହରରେ ସ୍ତୁତ ଗୋଟିଏ କପଡ଼ା କାରଖାନା ରେ କାମ କରନ୍ତି। ସେ ଏହି ଅଡିଓ ମାଧ୍ୟମ ରେ ଜଣାଇଛନ୍ତି ଯେ କେଉଁ ଭାବେ ବୁହାନର ଲୋକେ ନିଜ କୁ କୋରୋନା ଠାରୁ ବଞ୍ଚାଇବାରେ ସମ୍ଭବ ହେଇଛନ୍ତି। ଦାବି ଅନୁସାରେ ବୁହାନର ପ୍ରତ୍ଯେକ ଘରେ କୋରୋନା ରୋଗୀ ଅଛନ୍ତି। କିନ୍ତୁ ସେମାନଙ୍କୁ କିଛି ହେଉ ଣଥିବା କାରଣ ଏହା ଯେ ସେ ମାନେ ଗରମ ପାଣି, କ୍ଷୀର ସେବନ କରନ୍ତି ଏବଂ ଗରମ ପାଣି ଭାମ୍ପ ମଧ୍ୟ ନିଅନ୍ତି। ଡି କୁ ୪ ଥର ଗରମ ପାଣି ଭାମ୍ପ ନେଲେ କୋରୋନା ଭାଇରସ ନଷ୍ଟ ହେଇ ଯାଇଥାଏ ଏବଂ ୪ ଦିନ ପରେ କୋରୋନା ପରୀକ୍ଷା ଫଳ ନେଗେଟିଭ ଆସିବା।
ଏହି ଖବର ଗତ କିଛି ମାସ ହେଲା ସୋସିଆଲ ମିଡିଆରେ ଦେଖିବା କୁ ମିଳିଛି। ଏପରି ଗୋଟିଏ ପୋଷ୍ଟ ଦେଖିବା କୁ ମିଳିଛି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଏହା ଖୋଜି ବାହାର କରିଲୁ ଯେ ଗରମ ପାଣି ଭାମ୍ପ କେଉଁ କାରଣ ପାଇଁ ନିଯା ଯାଏ। ଏହା ଜାଣିବା ପାଇଁ ଆମେ ଗୁଗୁଲରେ ଯାଇ ଏହି ବିସୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ସିଡ଼ିସି ୱେବସାଇଟ ରୁ ଏହି ବିଷୟରେ ତଥ୍ୟ ମିଳିଲା। ସିଡ଼ିସି ଅନୁଯାୟୀ, ସାଧାରଣ ଥଣ୍ଡା ହେଇଥିଲେ, ନିନ୍ମଲିଖିତ ଉପାୟ ରେ ଏହାର ନିବାରଣ କରା ଯାଇ ହେବ:
- ଯଥେଷ୍ଟ ବିଶ୍ରାମ ନେବ
- ବହୁ ପରିମାଣ ଜଳ ସେବନ
- ନଶାଳ ସସ୍ପ୍ରେ
- ଗରମ ପାଣି ଭାମ୍ପ ବା ଗରମ ପାଣିରେ ସ୍ନାନ କରି
- କାସ ଦୂର କରିବା ପାଇଁ ମାହୁ ବ୍ୟବହାର କରି
ଏହି ଅନୁଛେଦରୁ ଆମେ ଜାଣିବା କୁ ପାଇଲୁ ଯେ ଗରମ ପାଣି ଭାମ୍ପ କେବଳ ସାଧାରଣ ଥଣ୍ଡା ରୁ ରକ୍ଷା କରେ।
ଏହା ପରେ ଆମେ ଏହି ବିଷୟରେ ଟୁଇଟର ରେ ଯାଇ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ପି.ଆଇ.ବି ନିଜ ଟୁଇଟର ହେଣ୍ଡେଲ ରେ ଟୁଇଟ କରି କହିଛି ଯେ ବର୍ତମାନ ସୁଧା ଏପରି କୌଣସି ପ୍ରମାଣ ମିଳି ନାହିଁ ଯେ ଗରମ ପାଣି ଭାମ୍ପ ନିଶ୍ଵାସ ନେବାରୁ କୋରୋନା ଭାଇରସ ମାରି ଯାଏ। ମନେ ରଖନ୍ତୁ ଯେ ଶ୍ଵାସ ସ୍ବଚ୍ଛତା, ସାମାଜିକ ଦୂରତା ଓ ବାରମ୍ବାର ହାତ ଧୋଇବା ହି କୋରୋନା ଠାରୁ ଦୂରେଇ ରଖିବ।
ଏହା ପରେ ଗୁଗୁଲରେ ସର୍ଚ କରିଲା ପରେ ଆମକୁ ଆପୋଲୋ ହସ୍ପିଟାଲର ୱେବସାଇଟରେ ମଧ୍ୟ ଏହି ବିଷୟରେ ତଥ୍ୟ ମିଳିଲା। ଆପୋଲୋ ହସ୍ପିଟାଲରେ ୱେବସାଇଟ ରେ କୁହା ଯାଇଅଛି ଯେ ବର୍ତମାନ ସୁଧା ଏପରି କୌଣସି ପ୍ରମାଣ ମିଳି ନାହିଁ ଯେ ଗରମ ପାଣି ଭାମ୍ପ ବା ଏହା ସହିତ ଅନ୍ୟ ପଦାର୍ଥ ମିଶାଇ ନିଶ୍ଵାସ ନେଲେ କୋରୋନା ଭାଇରସ ମରି ଯାଏ। ଏହା ଦ୍ଵାରା ନାକ ଜାମ ହେଇଥିଲେ ସେଇଟା ସଫା ହେଇଥାଏ କିନ୍ତୁ ଗରମ ଭାମ୍ପ ନିଶ୍ଵାସ ନେବା ସମୟରେ ଜଳି ଯିବା ର ବିପଦ ମଧ୍ୟ ଅଛି।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଜାଣିବା କୁ ପାଇଲୁ ଯେ ଅଡିଓ ରେ କୋରୋନା ଭାଇରସ ଗରମ ପାଣି ଭାମ୍ପ ଦ୍ଵାରା ନଷ୍ଟ ହେଇ ଥିବା କଥା ସମୁର୍ଣ ଭାବେ ମିଥ୍ୟା ଅଟେ। ବୈଜ୍ଞାନିକ ମାନଙ୍କ ଗବେଷଣା ରୁ ଜଣା ପଡ଼ିଛି ଯେ ଗରମ ଭାମ୍ପ ନିଶ୍ଵାସ ନେଲେ ଏହାର କୋରୋନା ଉପରେ କୌଣସି ପ୍ରଭାବ ପକାଏ ନାହିଁ।

Title:କ’ଣ ଗରମ ପାଣି ବାଷ୍ପ ନେଲେ କୋରୋନା ନଷ୍ଟ ହେଇଥାଏ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False