
ଅକ୍ସଫୋର୍ଡ଼ ୟୁନିଭରସିଟି AZD1222 ନାମରେ କରୋନା ଭାଇରସର ପ୍ରତିଷେଧକ ଟୀକା ପ୍ରସ୍ତୁତ କରିଛନ୍ତି । ଯାହାର ପ୍ରୟୋଗ ସମୟରେ ଭଲ ଫଳ ପ୍ରକାଶ ପାଇଛି ଏବଂ ଏହି ଔଷଧର ଆଗାମୀ ପ୍ରୟୋଗ ମଧ୍ୟ ଖୁବଶୀଘ୍ର କରାଯିବ । ଏହାପରେ ଭାରତ ମଧ୍ୟ ଏହି ଔଷଧର ନିର୍ମାଣ ଆରମ୍ଭ କରି ଦେଇଛନ୍ତି । ଭାରତ ସହ ଏହି ଔଷଧର ନିର୍ମାଣର ବ୍ରିଟେନ, ସ୍ୱିଜରଲ୍ୟାଣ୍ଡ ଓ ନରୱେରେ ମଧ୍ୟ କରାଯାଉଛି। ଯାହାର ସୂଚନା ବ୍ରିଟେନର ଔଷଧ କମ୍ପାନୀ ଏଷ୍ଟ୍ରାଜେନେକା ଦେଇଛନ୍ତି।
Facebook | Archive Enews 16 | Archive
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଜାଣିବା କୁ ଚେଷ୍ଟା କରିଲୁ ଯେ ଏ.ଜେଡ.ଡି ୧୨୨୨ ଟୀକା କଣ ପାଇଁ ବ୍ୟବହାର କରା ଯାଏ। ଏହା ଜାଣିବା ପାଇଁ ଆମେ ଗୁଗୁଲରେ ଯାଇ ଏହି ଟୀକା ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ନେସନାଲ ଇନଷ୍ଟିଚ୍ୟୁଟ ଅଫ ହେଲ୍ଥ (NIH) ସାଇଟରେ ଏହି ଟୀକା ବିଷୟରେ ଜାଣିବାକୁ ମିଳିଲା। ଏହି ଟୀକାର ବର୍ତମାନ ସୁଧା ଅନୁସନ୍ଧାନ ଚାଲିଛି। କିଛି ଦିନ ପୂର୍ବରୁ ଏହି ଟୀକା ର ପରୀକ୍ଷା କୋରୋନା ଦ୍ଵାରା ନିମୋନିଆ ରୋଗ ହେଇଥିବା କିଛି ମାଙ୍କଡଙ୍କ ଉପରେ କରା ଯାଇ ଥିଲା। ଏହି ପରୀକ୍ଷାରୁ ବାହାରିଥିବା ଫଳାଫଳ ଦେଖିଲା ପରେ ୨୩ ଏପ୍ରିଲ ରେ ପ୍ରଥମ ଥର କ୍ଲିନିକାଲ ପରୀକ୍ଷା କରା ଯାଇଅଛି। ଏହି ଟୀକା ଅକ୍ଶଫର୍ଡ ବିଶ୍ଵବିଦ୍ୟାଳୟ ଦ୍ଵାରା ବିକଶିତ ହେଇଛି। ଏହି ଟୀକା ବ୍ୟବହାର MERS ରୋଗ ପାଇଁ ମଧ୍ୟ କରା ଯାଇଅଛି।
National Institute Of Health | Archive
ଏହା ପରେ ଆମେ ଏହି ଟୀକା ବିଷୟରେ ଆହୁରି ଅନୁସନ୍ଧାନ କରିଲୁ। ୧୩ ଜୁନ ୨୦୨୦ ରେ ଏହି ଟୀକା ଉତ୍ପାଦକ କରୁଥିବା କମ୍ପାନୀ ଏଷ୍ଟରାଜେନେକା ନିଜ ୱେବସାଇଟରେ ଗୋଟିଏ ଅନୁଛେଦରେ ଲେଖିଛି ଯେ ଏଷ୍ଟରାଜେନେକା ୭୦୦୦ ଲକ୍ଷ ଟୀକା ଉତ୍ପାଦନ କରିବା ଲକ୍ଷ ରଖିଛି ଏବଂ ଭାରତର ସେରମ ଇନଷ୍ଟିଚ୍ୟୁଟ କୁ ଟୀକା ଯୋଗଣା କରିବାକୁ ରାଜି ହେଇଛି। ବର୍ତମାନ ଏଷ୍ଟରାଜେନେକା ୨୦ କୋଟି ଟୀକା ଉତ୍ପାଦନ କରିବା କ୍ଷମତା ରଖିଛି। ଗତ ମାସ ଅକ୍ଶଫୋର୍ଡ ବିଶ୍ଵବିଦ୍ୟାଳୟ ଏ.ଜେଡ.ଡି୧୨୨୨ ଟୀକାର ଦୁଇତ୍ୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ କରିବା ଘୋଷଣା କରିଛି। ଏହି ଟୀକା କୁ ୧୦ ହଜାର ରୋଗୀଙ୍କ ଉପରେ ପରୀକ୍ଷା କରା ଜୀବ। ଏଷ୍ଟରାଜେନେକା ସ୍ବିକ୍ରିୟପ୍ରାପ୍ତ କରିଛି ଯେ ଏହି ଟୀକା ର ରୋଗୀଙ୍କ ଉପରେ କୌଣସି ଲାଭ ହେଇ ନ ପାରେ। ଏହା ବାଡେ ମଧ୍ୟ ଏହି କମ୍ପାନୀ ଟୀକା ଉତ୍ପାଦନ କରିବାରେ ଜୋର ଦେଇଛି।
୬ ଜୁନ ୨୦୨୦ ରେ ଲାଙ୍କେତ ମଧ୍ୟ ଏହି ଟୀକା ନେଇ ଗୋଟିଏ ଅନୁଛେଦ କୁ ନିଜ ୱେବସାଇଟରେ ପ୍ରକାଶିତ କରିଛି। ଏହି ଅନନୁଛେଦରେ ଲେଖା ଯାଇଅଛି ଯେ ଅନେକ କମ୍ପାନୀ କୋରୋନା ବିରୁଦ୍ଧ ରେ ଟୀକା ଉତ୍ପାଦନ କରିବା କୁ ଲାଗି ପଡିଛନ୍ତି କିନ୍ତୁ ସମସ୍ଯା ବର୍ତମାନ ସୁଧା ଅଛି। ଟୀକା ଉତ୍ପାଦନ କରିବାରେ ବହୁତ ସମୟ ଲାଗି ଥାଏ। ଗତ ବର୍ଷ FDA, ୪୩ ବର୍ଷ ପରେ ଇବୋଲା ଭାଇରସ ବିରୁଦ୍ଧରେ ପ୍ରଥମ ଟୀକା କୁ ମଞ୍ଜୁରୀ ଦେଇଛି। ଗୋଟିଏ ଟୀକା ବନାଇବା ପାଇଁ ସର୍ବନିମ୍ନ ୧୦ ବର୍ଷ ଲାଗିଥାଏ। ଏହି ଟୀକା ବର୍ତମାନ ଦୁଇତ୍ୟା ପର୍ଯ୍ୟାୟ ପରୀକ୍ଷାରେ ଅଛି ଏ.ଜେଡ.ଡି୧୨୨୨ ଟୀକା ଉତ୍ପାଦନ କରୁଥିବା ଦଳ ର ଏଦ୍ରିଏନ ହୀଳ ନାମକ ଜଣେ ଟୀକାକରଣ ବିଶେଷଜ୍ଞ କହିଛନ୍ତି ଯେ ଏହି ଟୀକା ର ସଫଳତା ହାର କେବଳ ୬% ଅଟେ। ଏହି ଅନୁଛେଦରେ ଏହା ମଧ୍ୟ ଲେଖା ଯାଇଅଛି ଯେ ପ୍ରଭାବ ହିନ ଟୀକା ବ୍ୟବହାର କରିଲେ ରୋଗ ବଢିଯିବା ସମ୍ଭାବନା ମଧ୍ୟ ଅଛି।
୪ ଜୁନ ରେ ଫିୟର୍ସ ଫର୍ମା ନାମକ ୱେବସାଇଟ ଗୋଟିଏ ଅନୁଛେଦ ପ୍ରକାଶିତ କରି କହିଛି ଯେ ୧୦୦୦ କୋରୋନା ରୋଗୀଙ୍କ ଉପରେ ଏ.ଜେଡ.ଡି ୧୨୨୨ ଟୀକାର ପ୍ରଥମ ପର୍ଯ୍ୟାୟ ରେ ହେଇଥିବା ପରୀକ୍ଷା ରେ ଫଳାଫଳ ଆଶା କରିଥିବା ଅନୁସାରେ ବାହାରିଲା ନାହିଁ। ଦୁଇତୀୟ ପର୍ଯ୍ୟାୟରେ ୫ ବର୍ଷ ଡ଼ଓ ୧୨ ବର୍ଷ ଶିଶୁ ମାନଙ୍କ ଉପରେ ଏବଂ ୫୬ ବାୟା ଠାରୁ ଅଧିକ ବୟସ ବ୍ୟକ୍ତିଙ୍କ ଉପରେ ପରୀକ୍ଷା କରା ଜୀବ। ତୃତୀୟ ପର୍ଯ୍ୟାୟ ଆରମ୍ଭ ହେଲେ, କେବଳ ୧୮ ବର୍ଷ ଅଧିକ ବ୍ୟକ୍ତିଙ୍କ ଉପରେ ଏହି ଟୀକାର ପରୀକ୍ଷା କରା ହେବ।
ଏହି ଅନୁଛେଦରୁ ଆମେ ଜାଣିବାକୁ ପାଇଲୁ ଯେ ଏ.ଜେଡ.ଡି ୧୨୨୨ ଟୀକାର ସମ୍ପୂର୍ଣ ଭାବରେ ପରୀକ୍ଷା ସଋ ନାହିଁ। ଶେଠୀ ପାଇଁ ଏହାକୁ ବର୍ତମାନ କୋରୋନା ପ୍ରତିରୋଧକ ଟୀକା କୁହା ଯାଇ ହେବ ନାହିଁ।
ଶେଷକଥା:
ଆମ ଅନୁସନ୍ଧାନ ରୁ ଆମେ ଜାଣିବା କୁ ପାଇଲୁ ଯେ ଏ.ଜେଡ.ଡି. ୧୨୨୨ ଟୀକାର ସମ୍ପୂର୍ଣ ଭାବେ ପରୀକ୍ଷା ସଋ ନାହିଁ। ଏହାର ବର୍ତମାନ ଦୁଇତ୍ୟ ପର୍ଯ୍ୟାୟ ପରୀକ୍ଷା ଚାଲିଛି। ଏହି ଟୀକା ଉତ୍ପାଦନ କମ୍ପାନୀ ର ଜଣେ ଟୀକାକାରଣ ବିଶେଷଜ୍ଞ କହିଛନ୍ତି ଯେ ଏହି ଟୀକାର ସଫଳତା ହାର କେବଳ ୬% ଅଟେ। ଲାନସେଟ ମଧ୍ୟ କହିଛି ଯେ ଏହି ଟୀକାର ବର୍ତମାନ ଦୁଇତୀୟ ପର୍ଯ୍ୟାୟ ପରୀକ୍ଷା ଚାଲୁଅଛି। ଏହି ପ୍ରମାଣ ଦେଖିଲା ପରେ ଆମେ ଜାଣିବା କୁ ପାଇଲୁ ଯେ ବର୍ତମାନ ଏହି ଟୀକା କୁ କୋରୋନା ବିରୁଦ୍ଧରେ ସଫଳ ପ୍ରତିଶୋଧକ ଟୀକା କହିବା ଉଚିତ ହେବ ନାହିଁ।
Title:କ’ଣ ଏ.ଜେଡ.ଡି ୧୨୨୨ ପ୍ରମାଣିତ କୋରୋନା ପ୍ରତିଶୋଧକ ଟୀକା? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False

