
ଦୀପାବଳି ଯେତିକି ପାଖେଇ ଆସୁଛି ବାଣ ବିଷୟରେ ସୋସିଆଲ ମିଡିଆରେ ସେତିକି ପୋଷ୍ଟ ଦେଖିବାକୁ ମିଳୁଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଗଣମାଧ୍ୟମ ଦ୍ଵାରା ଏକ ସମ୍ବାଦ ଭାଇରାଲ ହେବାରେ ଲାଗିଛି ଯେ ଚୀନ ଭାରତକୁ ବିଷାକ୍ତ ବାଣ ପଠାଉଛି।
ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।
କ’ଣ ଦାବି ଏହି ପୋଷ୍ଟର?
୧୯ ଅକ୍ଟୋବରରେ ନନ୍ଦୀଘୋଷ ଟିଭି ଚ୍ୟାନାଲର ଫେସବୁକ ଏକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରା ଯାଇଛି। ଏହି ଭିଡିଓରେ ଦାବି କରା ଯାଇଛି ଯେ ଚୀନ ସ୍ଵତନ୍ତ୍ର ଧରଣର ବାଣ ଏବଂ ଆଲୁଅ ଭାରତକୁ ପଠାଇଛି। ଏହା ଶ୍ଵାସ ରୋଗ ସହ ଚକ୍ଷୁରୋଗ ସୃଷ୍ଟି କରିବ ବୋଲି ଚର୍ଚ୍ଚା ହେଉଛି। ଇଣ୍ଟର୍ନେଟ୍ ରେ ଏହା ଭାଇରାଲ ହେବାକୁ ଲାଗିଛି ସେଥିପାଇଁ ସତର୍କ ରହିବା ପାଇଁ ପରାମର୍ଶ ଦିଆ ଯାଇଛି। ଭାରତରେ ପୁଣି ବିପଦ ସୃଷ୍ଟି କରିବା ପାଇଁ ଚୀନ ଉଦ୍ୟମ କରୁଛି। ଏହି ବାଣରେ ବିଭିନ୍ନ ପ୍ରକାରର ବିଷାକ୍ତ ଗ୍ୟାସର ବ୍ୟବହାର କରା ଯାଇଛି।
Archive Link
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୃହ ମନ୍ତ୍ରାଳୟର ୱେବସାଇଟ ଏବଂ ଟୁଇଟର ହେଣ୍ଡେଲରେ ଯାଇ ସର୍ଚ୍ଚ କୃଲୁ। କିନ୍ତୁ ଏହି ପ୍ରସଙ୍ଗରେ ଆମକୁ ସେଠାରୁ କୌଣସି ସୂଚନା ମିଳିଲା ନାହିଁ।
ଏହି ବିଷୟରେ ଗଭୀରତା ସହିତ ଅନୁସନ୍ଧାନ କରିଲା ପରେ ଫଳାଫଳରେ ଆମକୁ ୧୮ ଅକ୍ଟୋବରରେ ପିଆଇବି ଦ୍ଵାରା ଏହି ଭାଇରାଲ ଦାବିକୁ ମିଥ୍ୟା ବୋଲି ଘୋଷଣା କରିଥିବା ଏକ ଟୁଇଟ ମିଳିଲା। ପିଆଇବି ନିଜ ଟୁଇଟର ହେଣ୍ଡେଲରେ ଟୁଇଟ କରି କହିଛି ଯେ ବର୍ତ୍ତମାନ ଏକ ମେସେଜ୍ ଭାଇରା ହେଉଛି ଯେ ଗୃହ ମନ୍ତ୍ରାଳୟ ଏକ ମେସେଜ୍ ଦ୍ଵାରା କହିଛି ଯେ ଶ୍ଵାସ ଏବଂ ଚକ୍ଷୁ ରୋଗ ବିସ୍ତାର କରିବା ପାଇଁ ଚୀନ ଭାରତକୁ ବାନ ଏବଂ ଆଲୁଅ ପଠାଉଛି। ଏହି ମେସେଜ୍ ମିଥ୍ୟା ଅଟେ। ଗୃହ ମନ୍ତ୍ରାଳୟ ଏପରି କୌଣସି ମେସେଜ୍ ବା ସୂଚନା ଦିଆ ଯାଇ ନାହିଁ।
ଅଧିକ ଅନୁସନ୍ଧାନ କରିଲା ପରେ ଆମେ ଏହା ମଧ୍ୟ ଜାଣିବାକୁ ପାଇଲୁ ଯେ ଏହି ମେସେଜ୍ ବା ସମ୍ବାଦ ଗତ ବର୍ଷ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଇଥିଲା। ପିଆଇବି ତାହାକୁ ମଧ୍ୟ ଖଣ୍ଡନ କରି ମିଥ୍ୟା ବୋଲି କହିଥିଲା।
ଚୀନରୁ ବାଣ ଆସିବା ନେଇ ଭରତର ପଦକ୍ଷେପ
୨୦୧୬ ମସିହାରେ ଦିଲ୍ଲୀ ଉଚ୍ଚ ନିୟାୟଳୟ ଚାଇନାର ନିର୍ମିତ ବାଣ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଥିଲା। ସେହି ବାଣରେ ବ୍ୟବହୃତ ପୋଟାସିୟମ୍ କ୍ଳୋରେଟ୍ ହେଉଛି ଏକ ରାସାୟଣୀ ପଦାର୍ଥ ଯାହା ଅତ୍ୟନ୍ତ ଖ୍ଯାତିକାରକ ଅଟେ। ୧୯୯୨ ମସିହାରୁ ଭାରତରେ ବାଣରେ ପୋଟାସିୟମ୍ କ୍ଳୋରେଟ୍ ବ୍ୟବହାର ଉପରେ ବ୍ୟାନ୍ ଲଗା ଯାଇଛି।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଇଛି ଯେ ଭାରତରେ ଚୀନ ଦ୍ଵାରା ନିର୍ମିତ ବାଣ ଏବଂ ଆଲୁଅ ଉପରେ ବ୍ୟାନ୍ ଲାଗିଛି। ଚୀନ କ୍ଷତିକାରକ ବାଣ ଏବଂ ଆଲୁଅ ପଠାଉଥିବା ଦାବି ମିଥ୍ୟା ଅଟେ।

Title:କ’ଣ ଚୀନ ଦୀପାବଳି ପାଖେଇ ଆସିଥିବାରୁ ଭାରତକୁ ବିଷାକ୍ତ ଏବଂ କ୍ଷତିକାରକ ବାଣ ପଠାଉଛି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
