
ଚୀନକୁ ନିଜ ଆତଙ୍କରେ ଘେରୋଇ ସାରିଲା ପରେ ବର୍ତମାନ କୋରୋନା ଭାଇରସ ଅନ୍ୟ ଅନ୍ୟ ଦେଶରେ ବ୍ୟାପୁଚି। ଖବର ଅନୁଯାୟୀ ବର୍ତମାନ ସୁଧା 10 ଟି ଦେଶରେ କୋରୋନା ଭାଇରସ ଦ୍ଵାରା ଆକ୍ରାନ୍ତ ହେଉଛନ୍ତି ଲୋକେ। ତ କଣ ବର୍ତମାନ ସମୟରେ ଭାରତରେ ମଧ୍ୟ କୋରୋନା ଭାଇରସ ନିଜ ଆତଙ୍କ ବିସ୍ତାର କରି ସାରିଲାଣି? କ’ଣ ଆମ ଦେଶରେ ମଧ୍ୟ ଲୋକେ ଏହି ମାରାତ୍ମକ ରୋଗର ଶିକାର ହେଉଛନ୍ତି?
28 ଜାନୁଆରୀ ପବ୍ଲିକ ଭଏସ ସାଇଟରେ ଛପି ଥିବା ଗୋଟିଏ ଅନୁଛେଦରେ ଏହା ଦାବି କରା ଯାଇଅଛି ଯେ ମାହାରାଷ୍ଟ୍ରରେ ୪ ଜଣ ଅରୋନା ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କୁ ହିକିତ୍ସା ଲାଗି ହସ୍ପିଟାଲରେ ଭର୍ତି କରା ଯାଇଅଛି। ୨ ସନ୍ଧିଗ୍ଧଙ୍କୁ ମୁମ୍ବାଇର କସ୍ତୁରବା ହସପିଟାଲରେ ଓ ଅନ୍ୟ ୨ ଜଣଙ୍କୁ ପୁନେ ସ୍ଥିତ ନାଇଦୁ ହସ୍ପିଟାଲରେ ଭର୍ତ୍ତି କରା ଯାଇଅଛି। ଏଥିସହିତ ମୁମ୍ବାଇ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଯାତ୍ରୀଙ୍କୁ ଯାଞ୍ଚ କରା ଯାଉଅଛି। ବାରତ୍ମାନ ଊଢା ଭାରତରେ ୧୦୦ରୁ ଅଧିକ ଲୋକେ ଏହି ଭାଇରସ ପାଇଁ ଅବଜରଭେସନରେ ଅଛନ୍ତି।
ଭୟଙ୍କର କୋରୋନା ଭାଇରସ ଯୋଗୁ ଚୀନରେ ମୃତ୍ୟୁ ସଂଖ୍ୟା ୮୧ କୁ ବୃଦ୍ଧି ପାଇ ଥିବା ବେଳେ ୧୮୦୦ ଜଣ ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ହୁବଇ ପ୍ରଦେଶରେ କୋରୋନା ଭାଇରସ ଆକ୍ରାନ୍ତ ସଂଖ୍ୟା ସବୁଠାରୁ ଅଧିକ। ସୋମବାର ଦିନ ହୁବଇରେ ୨୪ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଚୀନ ବାଦ ୧୦ଟି ଦେଶରେ କୋରୋନା ଭାଇରସ ପହଞ୍ଚିଥିବା ଜଣା ପଡିଛି।
ଏହି ପୋଷ୍ଟଟି କୁ ଫେସବୁକରେ ମଧ୍ୟ ଭାଇରାଲ କରା ଯାଇଅଛି।
ଏହି ବିଷୟରେ ଜାଣିବା ପାଇଁ ଆମ ଅନୁସନ୍ଧାନ ପଢନ୍ତୁ।
ଆମ ଅନୁସନ୍ଧାନ:
ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ଯାଇ “କୋରୋନା ଭାଇରସ ଇନ ମହାରାଷ୍ଟ୍ର” ଲେଖି ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ଏହି ବିଷୟ ଜଡିତ କିଛି ତଥ୍ୟ ମିଳିଲା।
୨୬ ଜାନୁଆରୀ ରେ କୁଇଣ୍ଟ ପତ୍ରିକାର ଗୋଟିଏ ଅନୁଛେଦରେ ଏହା ଲେଖା ଯାଇଅଛି ଯେ ଚୀନରୁ ଆସିଥିବା ୨ଟି ଲୋକଙ୍କୁ କୋରୋନା ଭାଇରସ ଦ୍ଵାରା ଆକ୍ରାନ୍ତ ହେବା ଆସଙ୍କାରେ ଅବଜରଭେସନରେ ରକ୍ଷା ଯାଇଅଛି। ଚିକିତ୍ସା ପରେ ତାଙ୍କ ମେଡିକାଲ ରିପୋର୍ଟ ନେଗେଟିଭ ଆସିଲା। ଏହା ଛଡ଼ା କୋରୋନା ଭାଇରସ ନେଇ ଆଉ ଦୁଇଟି କେସ ସାମନାକୁ ଆସିଲା- ଗୋଟିଏ ବେଙ୍ଗାଲୁରୁ ଆଉ ଗୋଟିଏ ହାଇଡେରାବାଦରୁ। ଆଇ.ସି.ଏମ.ଆର-ଏନ.ଆଇ.ଭି ପୁନେ କହିବା ଅନୁଯାୟୀ ଏହି ଦୁଇଟି କେସର ମେଡିକାଲ ରିପୋର୍ଟ ମଧ୍ୟ ନେଗେଟିଭ ବାହାରିଲା। ମୁମ୍ବାଇର ଜଣେ ବ୍ୟକ୍ତି ରାଇନୋ ଭାଇରସ ଦ୍ଵାରା ଆକ୍ରାନ୍ତ ହେଇଛନ୍ତି ଯେଉଁ ଗୋଟିଏ ସାମାନ୍ୟ ଥଣ୍ଡା ରୋଗ। କିଛି ଦିନ ପୂର୍ବରୁ ଚୀନରୁ ଫେରିଥିବା ୫ ଟି ଲୋଙ୍କାନୁ ଅବସରଭେସନରେ ରକ୍ଷା ଯାଇଅଛି ଯେଉଥିରୁ ଦୁଇ ଜଣ କୁ ହାଲୁକା ଥଣ୍ଡା ଧରିଥିଲା। ସେ ମାନଙ୍କୁ ଚିଞ୍ଚପୋକଲିରେ ଥିବା କରତୁରବା ହସ୍ପିଟାଲରେ ରକ୍ଷା ଯାଇ ଯାଞ୍ଚ କରା ଯାଉଅଥିଲା।
୨୪ ଜାନୁଆରୀରେ ଟାଇମସ ଅଫ ଇଣ୍ଡିଆ ପତ୍ରିକାରେ ଛପି ଥିବା ଅନୁଛେଦରେ ଏହା ଲେଖା ଯାଇଅଛି ଯେ ୱୂହାନ କୋରୋନା ଭାଇରସ ବ୍ୟାପୀ ଥିବାରୁ, ୫ ବ୍ୟକ୍ତିଙ୍କୁ ଯିଏ ଚୀନରୁ ଫେରିଥିଲେ, ତାଙ୍କୁ ଅବସର୍ଭେସନରେ ରଖା ଯାଇଥିଲା। ସେ ମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଥଣ୍ଡା ଓ କାସ ହେଉଥିବା ଯୋଗୁ କସ୍ତୁରବା ହସ୍ପିଟାଲରେ ଦାଖଲ କରା ଯାଇ ଥିଲା। ଡାଃ ପ୍ରଦୀପ ଆୱାତେଙ୍କ କହିବା ଅନୁଯାୟୀ କୌଣସି ସନ୍ଦିଗ୍ଧ ବ୍ୟକ୍ତିଙ୍କ ଦେହରେ କୋରୋନା ଭାଇରସ ଲକ୍ଷଣ ଦେଖା ଯାଇ ନାହିଁ।
ନାଲାସୁପାରାର ଜଣେ ମହିଳା, ଯିଏ ଚୀନର ଫୋସାନ ସହରର ରୁ ଫେରିହାନ୍ତି, ସେ ଦେହ ବଥା ହେବା ଓ ଥଣ୍ଡା ହେବା ନେଇ ହସ୍ପିଟାଲରେ କହିଛନ୍ତି। ଚିକିତ୍ସା ପରେ ଡାକ୍ତର ମାନେ ଜର, ବେକ ବଥା ଓ ପେଟ ଦରଦ ର କୌଣସି ଲକ୍ଷଣ ପାଇଲେ ନାହିଁ।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ପୋଷ୍ଟରେ କରା ଯାଇ ଥିବା ଦାବି ଯେ ମହାରାଷ୍ଟ୍ରରେ କୋରୋନା ଭାଇରସ ମାତିଥିବା କଥା ମିଥ୍ୟା ଅଟେ। ଡାକ୍ତରଙ୍କ କହିବା ଅନୁଯାୟୀ କୌଣସି ସନ୍ଦୀଘ୍ଦା ଲୋକ ୱୂହାନର କୋରୋନା ଭାଇରସରୁ ଆକ୍ରାନ୍ତ ହୋଇନାହାନ୍ତି। କୋରୋନା ଭାଇରସ ନେଇ ତାଙ୍କ ମେଡିକାଲ ରିପୋର୍ଟ ନେଗେଟିଭ ବାହାରି ଅଛି। ୫ ଜଣ ସନ୍ଦୀଘ୍ଦ ବ୍ୟକ୍ତି ଚୀନରୁ ଫେରିଛନ୍ତି। ଏହି ରୋଗ ମାହାରାଷ୍ଟ୍ରରେ ମାତିବା କଥା ମିଥ୍ୟା ଅଟେ।

Title:କ’ଣ ମାହାରାଷ୍ଟ୍ରରେ ମତିଲାଣି କୋରୋନା ଭାଇରସ? କ’ଣ ଲୋକେ ଶିକାର ହେଉଛନ୍ତି ଏହି ମାରାତ୍ମକ ଭାଇରସରୁ? ଜାଣନ୍ତୁ ସତ।
Fact Check By: Siddharth SahuResult: False