
ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ରିୟା ଚକରବୋରତ୍ତି ଏବଂ ଅନ୍ୟ ଅଭିନେତା ଓ ଅଭିନେତ୍ରୀଙ୍କ ନାମ ନିଶା କରୁଥିବା ସାମନାକୁ ଆସିଛି। ନିଶା ନିୟନ୍ତ୍ରଣ ବ୍ୟୁରୋ ରିୟାଙ୍କୁ ଗିରଫ କରିଲା ପରେ ବର୍ତମାନ ଦୀପିକା ପାଦୁକୋନଙ୍କ ନାମ ମଧ୍ୟ ସାମନାକୁ ଆସିଛି। ଏହି କଥା ନେଇ ସୋସିଆଲ ମିଡିଆରେ ଦୀପିକାଙ୍କ ନାମରେ ଅନେକ ପୋଷ୍ଟ ଦେଖିବାକୁ ମିଳିଛି। ୨୭ ସେପ୍ଟେମ୍ବରରେ ଜଣେ ଫେସବୁକ ୟୁଜର ଗୋଟିଏ ଫୋଟୋ ପୋଷ୍ଟ କରିଛନ୍ତି। ଏହି ଫୋଟୋରେ ଦେଖିବାକୁ ମିଳିଛି ଯେ ଦୀପିକା ଚାଲିକି ଆସୁଛନ୍ତି ଏବଂ ତାଙ୍କ ପୋଷାକରେ “ମୁ ଭାରତୀୟ କୃଶ ମାନଙ୍କ ସହିତ ଛିଡ଼ା ହେଇଛି” ବୋଲି ଲେଖା ଯାଇଅଛି। ଏହି ପୋଷ୍ଟରେ ଏହା ମଧ୍ୟ ଲେଖା ଯାଇଅଛି ଯେ ଦୀପିକା ନିଶ୍ଚୟ ଗଞ୍ଜେଇ ଓ ଅଫିମ ଚାଷୀଙ୍କୁ ସମର୍ଥନ ଦେବା ବିଷୟରେ କହୁଥିବେ।

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ପୋଷ୍ଟ କରା ଯାଇଥିବା ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ରିଭର୍ସ ଇମେହ ସର୍ଚ କରିଲା ପରେ ଆମକୁ ୨୦ ମାର୍ଚ ୨୦୧୮ ମସିହାରେ ଦି ଇଣ୍ଡିଆନ ଏକ୍ସପ୍ରେସ ପତ୍ରିକାରେ ଦୀପିକାଙ୍କ ଏହି ଫୋଟୋ ଦେଖିବାକୁ ମିଳିଲା। ଦୀପିକାର ଏହି ଫୋଟୋ ବିମାନ ବନ୍ଦରରୁ ବାହାରୁ ଥିବା ସମୟର ଅଟେ।

The New Indian Express | Archive
ଏହା ପରେ ଆମେ ଦୁଇଟି ଫୋଟୋର ତୁଳନା କରି ଦେଖିଲୁ। ତୁଳନା କରିଲା ପରେ ଆମେ ଜାଣିବାକୁ ପାଲିଲୁ ଯେ ପୋଷ୍ଟ କରା ଯାଇଥିବା ଫୋଟୋକୁ କମ୍ପ୍ୟୁଟର ଗ୍ରାଫିକ୍ସ ମାଧ୍ୟମରେ ଏଡିଟ୍ କରା ଯାଇ ଦୀପିକାଙ୍କ କିଶାନ ମାନଙ୍କୁ ସମର୍ଥନ ଦେବା କଥା ଲେଖା ଯାଇଅଛି। ବାସ୍ତବରେ ଦୀପିକାଙ୍କ ପୋଷାକରେ କିଛି ଲେଖା ହୋଇନାହିଁ।

ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଜାଣିବାକୁ ପାଇଲୁ ଯେ ପୋଷ୍ଟ କରା ଯାଇଥିବା ଫୋଟୋକୁ କମ୍ପ୍ୟୁଟର ଗ୍ରାଫିକ୍ସ ମାଧ୍ୟମରେ ଏଡିଟ୍ କରା ଯାଇ ଦୀପିକାଙ୍କ କିଶାନ ମାନଙ୍କୁ ସମର୍ଥନ ଦେବା କଥା ଲେଖା ଯାଇଅଛି। ପୋଷ୍ଟରେ କରା ଯାଇହିବା ଦାବିରେ କୌଣସି ସତ୍ୟତା ନାହିଁ।

Title:କ’ଣ ଦୀପିକାଙ୍କ ପୋଷାକରେ ଚାଷୀଙ୍କ ପାଇଁ ସମର୍ଥନ ବିଷୟରେ ଲେଖା ଯାଇଅଛି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False