
୨୭ ଅଗଷ୍ଟରେ ଜଣେ ଫେସବୁକ ୟୁଜର ନବୀନ ଓଡ଼ିଶା ନାମକ ଫେସବୁକ ଗ୍ରୁପରେ ଗୋଟିଏ ଫୋଟୋ ପୋଷ୍ଟ କରିଛନ୍ତି। ଏହି ଫୋଟୋରେ ଦେଖିବାକୁ ମିଳିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଧର୍ମେନ୍ଦ୍ର ପ୍ରଧାନ ନବୀନ ପଟନାୟକଙ୍କ ଫୋଟୋ ଧରି ଚିଡ଼ା ହେଇଛନ୍ତି। ନବୀନ ପଟନାୟକଙ୍କ ଏହି ଫୋଟୋ ଉପରେ ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ଦଳ ବୋଲି ଲେଖା ଯାଇଅଛି।

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ପୋଷ୍ଟ କରା ଯାଇଥିବା ଏହି ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୫ ଡିସେମ୍ବର ୨୦୧୫ ମସିହାରେ ଜି ନ୍ୟୂଜ ରେ ପ୍ରକାଶୀତ ହେଇଥିବା ଗୋଟିଏ ଅନୁଛେଦରେ କୁହା ଯାଇଥିବା ମିଳିଲା ଯେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗିନିଜ ବୁକ୍ ଅଫ ୱାର୍ଲ୍ଡ ରେକର୍ଡର ପ୍ରମାଣ ପତ୍ର ଦେଉଛନ୍ତି। ଏଲପିଯି ଗ୍ୟାସ ସବସିଡି ଫେରସ୍ତ ଯୋଜନାକୁ ମୋଦୀ ସରକାର ନୂଆ ଉପାୟରେ ପ୍ରାରମ୍ଭ କରି ଏହାର ନାମ ପହଲ ରଖିଛନ୍ତି। ୧ ଜାନୁଆରୀ ୨୦୧୫ ମସିହାରେ ଏହି ଯୋଜନା ସାରା ଦୀଶର ଲାଗୁ କରା ଯାଇଥିଲା। ସରକାରୀ ବିବୃତ୍ତି ଅନୁଯାୟୀ ପହଲ ଯୋଜନାକୁ ଗିନିଜ ବୁକ୍ ଅଫ ୱାର୍ଲ୍ଡ ରେକର୍ଡରେ ଶାମିଲ କରା ଯାଇଅଛି। ଏହି ଯୋଜନା ଅନ୍ତର୍ଗତ ୩୦ ଜୁନ ୨୦୧୫ ସୁଧା ୧୨.୫୭ କୋଟି ପରିବାରଙ୍କ ବ୍ଯାଙ୍କ ଖାତାରେ ପାଇସା ଜମା କରି ଦିଆ ଯାଇଅଛି।

ଏହା ପରେ ଆମେ ପୋଷ୍ଟ କରା ଯାଇଥିବା ଫୋଟୋର ନ୍ୟୂଜ ରେ ଥିବା ଫୋଟୋ ସହିତ ତୁଳନା କରି ଦେଖିଲୁ। ଫୋଟୋ ତୁଳନା କରିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ବାସ୍ତବ ଫୋଟୋ ୨୦୧୫ ମସିହାର ଅଟେ ଯେଉଁଟାକୁ କମ୍ପୁଟର ଗ୍ରାଫିକ୍ସ ବ୍ୟବହାର କରି ନବୀନ ପଟନାୟକଙ୍କ ଫୋଟୋ ଲଗାଇ ଦିଆ ଯାଇଅଛି।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣ ହେଲା ଯେ ପୋଷ୍ଟ କରା ଯାଇଥିବା ଫୋଟୋକୁ କମ୍ପ୍ୟୁଟର ଗ୍ରାଫିକ୍ସ ସାହାଜ୍ଯତାରେ ଏଡିଟ୍ କରା ଯାଇଅଛି। ପ୍ରକୃତର ଫୋଟୋରେ ଧର୍ମେନ୍ଦ୍ର ପ୍ରଧାନ ମୋଦୀଜିଙ୍କୁ ଗିନିଜ ବୁକ୍ ଅଫ ୱାର୍ଲ୍ଡ ରେକର୍ଡର ପପ୍ରମାଣ ପତ୍ର ଦେଉଛନ୍ତି।

Title:କ’ଣ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନବୀନ ପଟନାୟକଙ୍କ ଫୋଟୋ ପୁରସ୍କାରରେ ଦେଉଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False