
Photo Credit: Sports Keeda
୨୭ ଜୁଲାଇ ୨୦୧୯ ମସିହାରେ ଓଡ଼ିଆ ସ୍କ୍ରାପ୍ସ ସାଇଟରେ ଛପି ଥିବା ଗୋଟିଏ ଅନୁଛେଦରେ ଏହା ଲେଖା ଯାଇ ଅଛି ଯେ ୨୦୦୮ ୱାର୍ଲ୍ଡ କପ୍ ରେ ନିଜ ପ୍ରଦର୍ଶନ ପାଇଁ ଚର୍ଚାରେ ରହିବା ସହ ହିରୋ ଥିଲେ ପେରି ଗୋଏଲ। ଏହି ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ବର୍ତମାନ ସମୟରେ ପେରି ଗୋଏଲ ନିଜ ଘର ଚଳାଇବା ପାଇଁ ରାସ୍ତା କଡରେ ଛୋଲେ ଭଟୁରେ ବିକ୍ରି କରୁଛନ୍ତି। ପେରି ବିରାଟ କୋହଲୀଙ୍କ ପ୍ରିୟ ମିତ୍ରା। ଖରାପ ଫୋରମ ଯୋଗୁଁ ସେ ଧିରେ ଧିରେ ଗ୍ରାଉଣ୍ଡରୁ ଦୁରାଇ ଗକେ।

ଏହି ଖବରଟି ୬ ଜାନୁଆରୀରେ ଫେସବୁକରେ ମଧ୍ୟ ଭାଇରାଲ କରା ଯାଇଅଛି।

ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମ ଅନୁସନ୍ଧାନ ପଢନ୍ତୁ।
ଆମ ଅନୁସନ୍ଧାନ:
ଏହି ବିଷୟରେ ସତ୍ୟ ଜାଣିବା ପାଇଂ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନରେ ଆମେ ଗୁଗୁଲରେ ଯାଇ “ପେରୀ ଗୋଏଲ- ଛୋଲେ ଭଟୁରେ” ଲେଖି ସର୍ଚ କରିଲୁ। ଏହା ସର୍ଚ କରିଲା ପରେ ଏହି ପୋଷ୍ଟ ଜଡିତ କିଛି ତଥ୍ୟ ଆମ ସାମନାକୁ ଆସିଲା।
୧୪ ନଭେମ୍ବର ୨୦୧୭ ମସିହାରେ ଏନ.ଡି.ଟି.ଭି ଇଣ୍ଡିଆ ପତ୍ରିକାରେ ଏହା ବିଷୟରେ ଲେଖା ଯାଇଅଛି ଯେ ପେରି ଗୋଏଲ ପୋଷ୍ଟରେ କରା ଯାଇଥିବା ଦାବିକୁ ଖଣ୍ଡିତ କରିଛନ୍ତି। ପେରି କହିଛନ୍ତି ଯେ ସେ ଲୁଚି ଚୁପି ଜୀବନ ବ୍ଯତୀତ କରୁ ନାହାନ୍ତି। ତାଙ୍କର ପଟିଆଲାରେ ଆର.ଏସ.ଜି ପ୍ରପର୍ଟି ନାମରେ ହାଉସିଂ ବ୍ୟବସାଏ ଅଛି। ପେରି ଏହା ମଧ୍ୟ କହିଛନ୍ତି ଯେ ପଟିଆଲାର ପାଞ୍ଚଟି ଧନୀ ପରିବାର ମଧ୍ୟରୁ ତାଙ୍କ ପରିବାର ଗୋଟିଏ ଧନୀ ପରିବାର। ସେ କହିଛନ୍ତି ଯେ ସେ କ୍ରିକେଟ ଖେଳରେ ଭଲ ପ୍ରଦର୍ଶନ କରୁଥିଲେ ଓ ଏବେ ନିଜ ବ୍ୟବସାଏରେ ମଧ୍ୟ ଭଲ ପ୍ରଦର୍ଶନ କରୁଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଖବର ଯେ ସିଏ ଲୁଧିଆନାରେ ଛୋଲେ ଭଟୁରେ ବିକୁ ଥିବା କଥା ମିଥ୍ୟା ଅଟେ ବୋଲି ପେରି ଗୋଏଲ କହିଛନ୍ତି।

ଏହି ବିଷୟରେ ଆହୁରି ସତ୍ୟ ଜାଣିବା ପାଇଁ ଆମେ ପେରି ଗୋଏଲଙ୍କ ଫେସବୁକ ପ୍ରୋଫାଇଲ କୁ ମଧ୍ୟ ଯାଇ ଦେଖିଲୁ। ତାଙ୍କ ଫେସବୁକରେ ମଧ୍ୟ ସେ ଆର.ଏସ.ଜି ଗ୍ରୁପର ଅଧ୍ୟକ୍ଷ ବୋଲି କହିଛନ୍ତି। ସେ ୨୦୧୨ ମସିହାରେ ଏହି ଗ୍ରୁପର ଅଧ୍ୟକ୍ଷ ଭାବେ ଜୁଡି ହେଲେ।

ସେ ନିଜ ଫେସବୁକରେ ତାଙ୍କ ଦ୍ଵାରା ପ୍ରାରମ୍ଭ କରା ଯାଇ ଥିବା ଗୋଟିଏ କ୍ରିକେଟ ଏକାଡେମି ବିଷୟରେ ମଧ୍ୟ ପୋଷ୍ଟ କରିଛନ୍ତି।

ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ଏହି କ୍ରିକେଟ ଏକାଡେମି ଫୋନ ଲଗାଇ ସେଠିକାର ଅଧ୍ୟକ୍ଷ ଧିରାଜ ବବ୍ବରଙ୍କ ସହିତ କଥା ହେଳୁ। ଧିରାଜ ବବ୍ବର କହିଛନ୍ତି ଯେ ପେରି ଗୋଏଲଙ୍କ ଲୁଧିଆନାରେ ଛୋଲେ ଭଟୁରେ ବିକିବା କଥା ମିଥ୍ୟା ଅଟେ। ଧିରାଜଙ୍କ କହିବା ଅନୁସାରେ ପେରି ଗୋଏଲଙ୍କ ନିଜ ବ୍ୟବସାଏ ଅଛି ଓ ହୋଟେଲ ମଧ୍ୟ ଅଛି। ସେ କହିଲେ ଯେ ଏହା ଖବର ସବୁ ମିଥ୍ୟା ଓ ଫାଲତୁ।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ପୋଷ୍ଟରେ ପେରି ଗୋଏଲଙ୍କ ଛୋଲେ ଭଟୁରେ ବିକି ନିଜ ପରିବାର ଚଳାଇବା କଥା ମିଥ୍ୟା ଅଟେ। ପେରି ନିଜେ ଏନ.ଡି.ଟି.ଭି ମାଧ୍ୟମରେ କହିଛାଣ୍ଟି ଯେ ପୋଷ୍ଟରେ କରା ଯାଇଥିବା ଦାବି ମିଥ୍ୟା। ତାଙ୍କର ନିଜର ଆର.ଏସ.ଜି ଗ୍ରୁପ ନାମରେ ହାଉସିଂ ବ୍ୟବସାଏ ଅଛି।

Title:କ’ଣ ୨୦୦୮ କ୍ରିକେଟ ବିଶ୍ଵ କପ୍ ଖେଳିଥିବା ପେରି ଗୋଏଲ ବର୍ତମାନ ଛୋଲେ ଭଟୁରେ ବିକି ନିଜ ଜୀବନ ବିତାଉଛନ୍ତି? ଜାଣନ୍ତୁ ସତ।
Fact Check By: Siddharth SahuResult: False