
ପାକିସ୍ତାନ ପ୍ରଧାଣମନ୍ତ୍ରୀ ଇମରାନ ଖାନଙ୍କ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵ ସରକାର ବିଷୟରେ କହୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଇମରାନ ଖାନ ସ୍ଵୀକାର କରିଛନ୍ତି ଯେ ୭୩ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଭାରତରେ ଏକ ଦୃଢ ସରକାର ଆସିଛି।
ଫେକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା।
କ’ଣ ଦାବି ଏହି ପୋଷ୍ଟr?
୧୦ ଜାନୁଆରୀରେ ଜଣେ ଫେସବୁକ ୟୁଜର ଗୋଟିଏ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ଇମରାନ ଖାନ ଭାରତର ଚଳିତ ସରକାରର ପ୍ରଶଂସା କରୁଛନ୍ତି। ଏହି ଭିଡିଓରେ ଶୁଣିବାକୁ ମିଳିଛି ଯେ ପାକିସ୍ତାନ ପ୍ରଧାଣମନ୍ତ୍ରୀ ଇମରାନ ଖାନ କହୁହାନ୍ତି, “ବର୍ତ୍ତମାନ ପାକିସ୍ତାନକୁ ଗୋଟିଏ ମଜବୁତ ସେନା ସଂଗଠନର ଆବଶ୍ୟକ ଅଛି। ଦୀର୍ଘ ୭୩ ବର୍ଷ ପରେ ଏପରି ଗୋଟିଏ ସରକାର ଆସିଛି ଯେଉଁଟା ପୂର୍ବରୁ କେବେ ଆସି ନାହିଁ।“
ପୋଷ୍ଟରେ ଦାବି କରା ଯାଇଅଛି ଯେ “************************”
ଆମ ଅନୁସନ୍ଧାନ:
ଏହି ଭିଡିଓ ପୁରା ଭିଡିଓର ଗୋଟିଏ ଛୋଟିୟା ଅଂଶ ହେଇଥିବାରୁ ଆମକୁ ସନ୍ଦେହ ହେଲା। ଭିଡିଓକୁ ଦେଖିଲା ପରେ ଏହି ଭିଡିଓରେ ଥିବା ନ୍ୟୁଜ ଚ୍ୟାନାଲର ନାମ ଦିଆ ଯାଇଅଛି। ଆମେ ପ୍ରଥମେ ଗୁଗୁଲରେ ଯାଇ ଏହି ନ୍ୟୁଜ ଚ୍ୟାନାଲ ବିଷୟରେ ସର୍ଚ କରିଲୁ। ଗୁଗୁଲରେ ୯୨ ନ୍ୟୁଜ ଏଚଡି ଲେଖି ସର୍ଚ କରିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ଏହା ପାକିସ୍ତାନର ନ୍ୟୁଜ ଚ୍ୟାନାଲ ଅଟେ।


ଏହା ପରେ ଆମେ ପୋଷ୍ଟ କରା ଯାଇଥିବା ଭିଡିଓର ଗୁଗୁଲୃଭର୍ସ ଇମେଜ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୨୬ ଡିସେମ୍ବରରେ ୯୨ ଏଚଡି ପ୍ଲସ ନ୍ୟୁଜର ଫେସବୁକ ଏକାଉଣ୍ଟରେ ଏହି ଭିଡିଓର ଆଉ କିଛି ଅଂଶ ଦେଖିବାକୁ ମିଳିଲା। ଏହି ଭିଡିଓ ପାଖା ପାଖି ୧୧ ମିନିଟର ଭିଡିଓ ଅଟେ। କିନ୍ତୁ ଏହି ଭିଡିଓରେ ଆମକୁ କିଛି ସ୍ପଷ୍ଟ ଜଣା ପାଡ଼ିଲା ନାହିଁ।
ଏହା ପରେ ଆମେ ୟୁଟ୍ୟୁବରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ କରିଲା ପରେ ଆମକୁ ସମାନ ପୁରା ଭିଡିଓ ଦେଖିବାକୁ ମିଳିଲା। ଏହି ଭିଡିଓର ୫.୫୦ ମିନିଟ ରୁ ୬.୪୦ ମିନିଟ ଟକ ଭାଇରାଲ ହେଉଥିବା ଭିଡିଓର ଅସଲି ଅଂଶ ଦେଖି ହେବ। ଏହି ଭିଡିଓରେ ଇମରାନ ଖାନ କହୁଛନ୍ତି ଯେ ଗତ ୭୩ ବର୍ଷରେ ଭାରତରେ ଆଜି ଭଳି ସରକାର କେବେ ଆସିନଥିଲା ଯିଏ ସମୁଦାୟବାଦି, ଜାତିପ୍ରଥା, ମୁସଲିମ ବିରୋଧୀ, ଇସଲାମ ବିରୋଧୀ ଏବଂ ପାକିସ୍ତାନ ବିରୋଧୀ ସରକାର ଅଟେ।
ତଳେ ଆପଣ ଭାଇରାଲ ଭିଡିଓ ଏବଂ ପ୍ରକୃତର ଭିଡିଓର ତୁଳନା ଦେଖି ପାରିବେ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓରେ ଇମରାନ ଖାନ ଭାରତ ସରକାରର ପ୍ରଶଂସା କରୁ ନାହାନ୍ତି। ପୁରା ଭିଡିଓରେ ଇମରାନ ଖାନ ଭାରତ ସରକାର ଉପରେ ମୁସଲିମ ବିରୋଧୀ, ପାକିସ୍ତାନ ବିରୋଧୀ ଇତିଯାଦି ହେବାର ଅଭିଯୋଗ ଲଗାଉଛନ୍ତି। ଅସଲି ଭିଡିଓର କ୍ଲିପ୍ କୁ ଏଡିଟ୍ କରି ଗୁଜବ ସୃଷ୍ଟି କରା ଯାଉଅଛି।

Title:କ’ଣ ଭିଡିଓରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରୁଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False