
Photo Credit: Times Of Israel
କୋରୋନା ଭାଇରସ ର କୌଣସି ଚିକିତ୍ସା ବାହାରି ନଥିବାରୁ ବିଶ୍ଵ ସାରା ଲୋକେ ନିଜକୁ ସତର୍କ ରଖୁଛନ୍ତି। କିନ୍ତୁ ଏହା ଯଥେଷ୍ଟ ହେଉ ନାହିଁ। ଏତେ ସତର୍କତା ମଧ୍ୟରେ ଅନେକ ଲୋକ ଆକ୍ରାନ୍ତ ହେଉଛନ୍ତି ଓ ଅନେକ ଲୋକ ନିଜ ଜୀବନ ହରାଉଛନ୍ତି। କୋରୋନା ଗୋଟିଏ ଏପରି ରୋଗ ଯେଉଁଟା ଭେଦଭାବ ନକରି ସମସ୍ତ ବର୍ଗର ଲୋକଙ୍କୁ ହେଉଛି। ବର୍ତମାନ ସୋସିଆଲ ମିଡିଆରେ ଅନେକ ଦେଶର ନେତାଙ୍କୁ କୋରୋନା ଆକ୍ରାନ୍ତ କରିଥିବା ଜଣା ପଡ଼ିଛି। ଏହା ନେଇ ଅନେକ ଗୁଜବ ମଧ୍ୟ ସୋସିଆଲ ମିଡିଆରେ ବୁଲୁଛି।
ଗତ କାଲି 31 ମାର୍ଚରେ ଓଡ଼ିଆ ଫାଷ୍ଟ ସାଇଟରେ ଛପି ଥିବା ଗୋଟିଏ ଅନୁଛେଦରେ ଏହା ଦାବି କରି କୁହା ଯାଇଅଛି ଯେ ଇସ୍ରାଏଲ୍ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତେଣୁ ସେ ଆଜିଠାରୁ କ୍ୱାରେଣ୍ଟାଇନ୍ରେ ରହିବେ। ସୋମବାର ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ତାଙ୍କର ଜଣେ ସହଯୋଗୀ କରୋନା ପଜିଟିଭ୍ ଥିବା ଜଣାପଡ଼ିବା ପରେ ଏହା କୁହାଯାଇଛି। ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, “ଏହା ପ୍ରତିଷେଧକ ସ୍ୱରୂପ ନିଆ ଯାଇଥିବା ପଦକ୍ଷେପ। ଏପରିକି ଏହି ମହାମାରୀ ସମ୍ପର୍କିତ ପରୀକ୍ଷା ଓ ତଦନ୍ତ ପୂର୍ବରୁ ହିଁ ଏପରି ପଦକ୍ଷେପ ନିଆଯାଇଛି।”
୩୧ ମାର୍ଚରେ ଜିତେନ୍ଦ୍ର ମୋହାନ୍ତି ନାମକ ଜଣେ ଫେସବୁକ ୟୁଜର ବବି ସେନା ନାମକ ଫେସବୁକ ପେଜରେ ଏହି ବିଷୟରେ ପୋଷ୍ଟ କରିଛନ୍ତି।
ଆସନ୍ତୁ ଜାଣିବା ଏହି ଖବର ର ସତ୍ୟତା କ’ଣ:
ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ଯାଇ ଇସ୍ରାଏଳ ପ୍ରଧାନମନ୍ତ୍ରୀ କୋରୋନା ଆକ୍ରାନ୍ତ ଲେଖି ସର୍ଚ କରିଲୁ। ଏହା ସର୍ଚ କରିଲା ପରେ ଆମେ କିଛି ତଥ୍ୟ ସାମନା ସାମନି ହେଳୁ।
୩୦ ମାର୍ଚରେ ସି.ଏନ.ବି.ସି. ପତ୍ରିକାରେ ଛପି ଥିବା ଗୋଟିଏ ଅନୁଛେଦରେ ସ୍ପଷ୍ଟ ଭାବେ ଏହା କୁହା ଯାଇଅଛି ଯେ ସୋମବାର ଦିନ ଇସ୍ରାଏଲ ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନୟାହୁଙ୍କ କୋରୋନା ପରୀକ୍ଷାର ଫଳ ନେଗେଟିଭ ବାହାରିଛି। ଇସ୍ରାଏଲ ର ୭୦ ବର୍ଷୀୟ ମୁଖପାତ୍ର କୋରୋନାରୁ ସଂକ୍ରାମିତ ହେଲା ପରେ ତାଙ୍କୁ ବିଛିନ୍ନତା ରେ ରକ୍ଷା ଯାଇଅଛି। ଓଫିର ଗେନଦେଲମାନ ନିଜ ଟୁଇଟର ରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନେତାନଯାଉ, ତାଙ୍କ ପରିବାର ସଦସ୍ୟ ଏବନ ତାଙ୍କ କର୍ମଚାରୀ ମାନଙ୍କ କୋରୋନା ପରୀକ୍ଷା ଫଳ ନେଗେଟିଭ ବାହାରିଛି। କିନ୍ତୁ ସ୍ୱାସ୍ଥ୍ୟ ମନ୍ତରାଳୟରୁ ଆଗକୁ ନିର୍ଦେଶ ନଆସି ଥିବା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନେତାନଯାହୁ ବିଛିନ୍ନତାରେ ରହିବେ। ସ୍ୱାସ୍ଥ୍ୟ ମନ୍ତରାଳୟ ନିୟମ ଅନୁଯାୟୀ ୧୪ ଦିନ ବିଛିନ୍ନତାରେ ରହିବା ଆବଶ୍ୟକ। ଇସ୍ରାଏଲ ମିଡିଆ ଅନୁଯାୟୀ କୋରୋନା ଆକ୍ରାନ୍ତ ହେଇଥିବା ମୁଖପାତ୍ର ସାଂସଦ କୁ ଆସି ଥିଲେ ଓ ସେହି ସମୟରେ ପ୍ରଧାନମନ୍ତ୍ରୀ ନେତାନଯାହୁ ମଧ୍ୟ ସେଠାରେ ଉପସ୍ଥିତ ଥିଲେ।
ଏହା ପରେ ଆମେ ଟୁଇଟରରେ ଯାଇ ମୁଖପାତ୍ର ଓଫିର ଗେନଦେଲମାନଏନକେ ଟୁଇଟ ଖୋଜି ବାହାର କରିଲୁ। ୩୦ ମାର୍ଚରେ ଓଫିର ଗେନଦେଲମାନ ଟୁଇଟ କରି ଏହା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନେତାନଯାଉ, ତାଙ୍କ ପରିବାର ସଦସ୍ୟ ଏବନ ତାଙ୍କ କର୍ମଚାରୀ ମାନଙ୍କ କୋରୋନା ପରୀକ୍ଷା ଫଳ ନେଗେଟିଭ ବାହାରିଛି। କିନ୍ତୁ ସ୍ୱାସ୍ଥ୍ୟ ମନ୍ତରାଳୟରୁ ଆଗକୁ ନିର୍ଦେଶ ନଆସି ଥିବା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନେତାନଯାହୁ ବିଛିନ୍ନତାରେ ରହିବେ।
ଏହା ଛଡ଼ା ଆମକୁ ହିନ୍ଦୀ ପତ୍ରିକା “ଲାଇଭ ହିନ୍ଦୁସ୍ଥାନରେ ଛପି ଥିବା ଗୋଟିଏ ଅନୁସନ୍ଧାନ ମଧ୍ୟ ମିଳିଲା। ୩୦ ମାର୍ଚରେ ଛପି ଥିବା ଏହି ଅନୁଛେଦରେ ଏହା କୁହା ଯାଇଅଛି ଯେ ଇସ୍ରାଏଲ ସଂସଦରେ ଜଣେ କୋରୋନା ସଂକ୍ରାମିତ ହେଇଥିବା ଜଣା ପଡିଲା ପରେ, ପ୍ରଧାନମନ୍ତ୍ରୀ ନେତାନଯହୁ ଏବଂ ଅନ୍ୟ ସାଂସଦଙ୍କୁ ବିଛିନ୍ନତାରେ ରଖା ଯାଇଅଛି। ୩୦ ମାର୍ଚ, ସୋମବାର ଦିନ ପ୍ରଧାନମନ୍ତ୍ରୀଙ୍କ କର୍ଜୟାଳୟରୁ ଏହା ସୂଚନା ମ୍ନିଲିଥିଲା ଯେ କୋରୋନା ପରୀକ୍ଷାର ଫଳ ନ ଆସିବା ପର୍ଯ୍ୟନ୍ତ ଏବଂ ଅନ୍ୟ ସମସ୍ତ ସନ୍ଦେହ ଦୂର ହେବା ପର୍ଯ୍ୟନ୍ତ, ସେ ଓ ତାଙ୍କ ସହକର୍ମୀ ନିଜକୁ ବିଛିନ୍ନତାରେ ରଖିବେ। ୨ ସପ୍ତାହ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ କୋରୋନା ପରୀକ୍ଷାର ଫଳ ନେଗେଟିଭ ବାହାରି ଥିଲା। ଇସ୍ରାଏଲରେ ପୂର୍ଣ ଭାବେ ଲକଡାଉନର ସ୍ଥିତି ଅଛି ଏବଂ ଲୋକଙ୍କୁ ନିଜ ଘର ଠାରୁ ୧୦୦ ମିଟର ଅଧିକ ଯିବାର ଅନୁମତି ନାହିଁ।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନୟାହୁ କୋରୋନା ଆକ୍ରାନ୍ତ ହେଇ ନାହାନ୍ତି। କୋରୋନା ସଂକ୍ରମିତ ହେଇଥିବା ବ୍ୟକ୍ତି ଇସ୍ରାଏଲ ସଂସଦର ମୁଖପାତ୍ର ଅଟନ୍ତି। ସତର୍କତା ରଖିବା ପାଇଁ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ଅନ୍ୟ ସହକର୍ମୀ ସ୍ୱାସ୍ଥ୍ୟ ମନ୍ତରାଳୟ ରୁ ନିର୍ଦେଶ ନ ଅସସିବା ପର୍ଯ୍ୟନ୍ତ ବିଛିନ୍ନତାରେ ରହିବାର ନିର୍ଣୟ ନେଇଛନ୍ତି। ଏହି କଥାର ପୁଷ୍ଟି ନିଜେ ଓଫିର ଗେନଦେଲମାନ ନିଜେ ଟୁଇଟ କରି କହିଛନ୍ତି। ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ପୋଷ୍ଟରେ କରା ଯାଇଥିବା ଦାବି ଯେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନଯାହୁ କୋରୋନା ଆକ୍ରାନ୍ତ ହେଇଥିବା କଥା ସମ୍ପୂର୍ଣ ଭାବେ ମିଥ୍ୟା।

Title:କ’ଣ ଇଜ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନୟାହୁ ଙ୍କୁ କୋରୋନା ନିଜ ଶିକାର ବନାଇଛି।? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False