
ଜାମିଆରେ ସିଏଏ ଓ ଏନ.ଆର.ସି ବିରୁଦ୍ଧରେ ଧାରଣା ଦେଉ ଥିବା ସମୟରେ ଗୋଟିଏ ଗୁଳିଚାଳନା ଘଟଣାରେ ଜେନ ଚତ୍ରଙ୍କ ମୃତ୍ୟୁ ହୋଇଅଛି ଏବଂ ଅନ୍ୟ ଗୋଟିଏ ଛାତ୍ରକୁ ଆଘାତ ପହଞ୍ଚିଛି। ଏହି ସବୁ ମିଡିଆ ଓ ପୋଲିସ ଉପସ୍ଥିତ ଥିବା ସମୟରେ ଘଟିଥିଲା ଓ ବର୍ତମାନ ସୋସିଆଲ ମିଡିଆରେ ଏହାର ଫୋଟୋ ଏବଂ ଭିଡିଓ ଭାଇରାଲ ହେଉଛି। ଏପରି କିଛି ଫୋଟୋରେ ଆଘାତ ହୋଇଥିବା ଛାତ୍ର ହାତରେ ଗୋଟିଏ ଲାଲ ରଙ୍ଗ ବୋତଲ ଦେଖିବାକୁ ମିଳିଛି। ଏହି ଫୋଟୋରେ ଏହା ଦାବି କରା ଯାଇଅଛି ଯେ ଆଘାତ ହୋଇଥିବା ଛାତ୍ର ନାଟକ କରୁଛନ୍ତି। ଫେକ୍ଟ କୃସେଣ୍ଡୋ ଏହି ଦାବି ବିଷୟରେ ଅନୁସନ୍ଧାନ କରିଲା ପରେ ଫୋଟୋରେ କର ଜିଥିବା ଦାବି ମିଥ୍ୟା ବୋଲି ଜଣା ପଡିଲା।
୩୦ ଜାନୁଆରୀରେ ଦେଲି ନ୍ୟୁଜ ସାଇଟରେ ଛପି ଥିବା ଗୋଟିଏ ଅନୁଛେଦରେ ଏହା ଦାବି କରା ଯାଇଅଛି ଯେ ଫୋଟୋରେ ଥିବା ବ୍ୟକ୍ତି ଶହୀନ ବାଦ ଘଟଣାରେ ଗୁଳିରୁ ଆହତ ହେବା ବାହାନା କରୁଛନ୍ତି ଓ ଟମାଟ ସାସ୍ ବ୍ୟବହାର କରି ରକ୍ତ ବହୁଥିବା ଦେଖାଉଛନ୍ତି। ଏହି ପୋଷ୍ଟରେ ଏହା ମଧ୍ୟ ଲେଖା ଯାଇଅଛି ଯେ ଏହି ସବୁ ପରିସ୍ଥିତି ମଝିରେ ଆହତ ହେଇଥିବାର ବାହାନା କରୁ ଥିବା ବ୍ୟକ୍ତି ଟମାଟ ସସ୍ ବୋତଲ ଲୁଚିବା ପାଇଁ ଭୁଲି ଯାଇଛନ୍ତି। ଏହି ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ଶହୀନ ବାଗର ଗୁଳି ଚାଳନା ଘଟଣାଟି ପ୍ରଥମରୁ ପ୍ଳାନ ହେଇଥିଲା। ଘଟଣା ସମୟରେ ୨୪ ଟି କେମେରା ଘଟଣା ସ୍ଥଳରେ ଘଟଣାର ଭିଡିଓ ଓ ଫୋଟୋ ବାହାର କରିବା ପାଇଁ ଉପସ୍ଥିତ ଥିଲା। ଏହା ପରେ ଗୁଳିଚାଳନା କରିଥିବା ଲୋକର ହଟାତ ଫେସବୁକ ଫେସବୁକ ଏକାଉଣ୍ଟ ମିଳିଗଲା ଓ ତା ନାମ ରାମଭକ୍ତ ଗୋପାଳ ବୋଲି କୁହା ଗଲା। ଏହି ଏକାଉଣ୍ଟ ୨୦୧୮ ମସିହାରେ କ୍ଖୋଲା ଯାଇଥିଲା ଓ ୨୦୨୦ ରେ ପ୍ରଥମ ଥର ପାଇଁ ସେଥିରେ କିଛି ରାଜନୀତି ହିନ୍ଦୁବାଦୀ ପୋଷ୍ଟ କରା ଗଲା ଏବଂ ସେହି ପୋଷ୍ଟର ଫୋଟୋ ନେଇ ଏକାଉଣ୍ଟ ଡ଼ିଲିଟ କରି ଦିଆ ଯାଇଅଛି। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରା ଯାଇଅଛି ଯେ ରାମଭକ୍ତତ ପୁଲିସ ଗିରଫରେ ଅଚି ତ ଏହାର ଫେସବୁକ କିଏ ବ୍ୟବହାର କରୁଥିଲା? ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ଏହା ଗୋଟିଏ ଘଟଣା ନୁହେଁ, ଏହା ହିନ୍ଦୁଙ୍କୁ ବଦନାମ କରିବା ପାଇଁ ରଚି ଥିବା ଗୋଟିଏ ପ୍ଳାନ ଯେଉଁଟା ସାମନାକୁ ଆସି ଗଲା ଓ ଗୁଳିଚାଳନାରେ ଆହତ ହେବା ନାଟକ ମଧ୍ୟ କରା ଯାଇଅଛି।
ଏହି ଖବରଟି ଫେସବୁକରେ ଓଡ଼ିଶା ୱିଥବିଜେପି ନାମକ ପେଜରେ ମଧ୍ୟ ଭାଇରାଲ କରା ଯାଇଅଛି।
ଏହିବିସୟରେ ସତ୍ୟ ଜାଣିବା ପାଇଁ ଆମ ଅନୁସନ୍ଧାନ ପଢନ୍ତୁ।
ଆମ ଅନୁସନ୍ଧାନ:
ଏହି ବିଷଷୟରେ ସତ୍ୟ ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ଯାଇ “ଶହୀନ ବାଗ ଷୁଟଆଉଟ” ଲେଖି ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ କିଛି ଅନ୍ଲାଇନ ନ୍ୟୁଜ ପତ୍ରିକାରୁ ଏହି ବିଷୟରେ ସତ୍ୟ ଘଟଣା ଜାଣିବାକୁ ମିଳିଲା।
ସମସ୍ତ ନ୍ୟୁଜ ହେନାଲରେ 30 ଜାନୁଆରୀରେ ହେଇଥିବା ଗୁଳିଚାଳନାରେ ଶାହଦାବ ଫାରୁଖ ନାମ ଛାତ୍ରର ଆଘାତ ହେବା ଖବର ଦେଖା ଯାଇଅଛି। ଜାମିଆ ବିଶ୍ଵବିଦ୍ୟାଳୟ ଦ୍ଵାରା ଦିଆ ଯାଇଥିବା ସୂଚନା ଅନୁଯାୟୀ, ଶାହଦାବ ଜାମିଆର ମାସ କମ୍ୟୁନିକେସନ ପଢୁଛନ୍ତି। ଆଘାତ ହେଲା ପରେ ତାଙ୍କୁ ହୋଲି ଫେମିଲି ହସ୍ପିଟାଲରେ ଦାଖଲ କରା ଯାଇଥିଲା ଓ ଏହା ପରେ ତମକୁ AIIMS ହସ୍ପିଟାଲରେ ଦାଖଲ କରା ଗଲା।
ଗୁଳିଚାଳନା ସମୟରେ ଅନେକ ଫୋଟୋଗ୍ରାଫର ଘଟଣାସ୍ଥଳରେ ଥିଲେ। ଏହି କାରଣ ଯୋଗୁ ଇଣ୍ଟର୍ନେଟରେ ଅନୀକ ଫୋଟୋ ଉପଲବ୍ଧ ଅଛି। ଯେତେବେଳେ ଆମେ ପୋଷ୍ଟ କରା ଯାଇଥିବା ଫୋଟୋକୁ ଅନ୍ୟ ଏଙ୍ଗଳରୁ ଦେଖିଲୁ ସେତେବେଳେ ଜଣା ପଡିଲା ଯେ ଏହା ଗୋଟିଏ ଲଳ ରଙ୍ଗର ପାଣି ବୋତଲ। ଅଲି ଖାନ ମୂହମ୍ମଦାବାଦ ନାମକ ଜଣେ ଏହି ଫୋଟୋଟି କୁ ଟୁଇଟରରେ ପୋଷ୍ଟ କରିଛନ୍ତି।
ଭଲସେ ଦେଖିଲା ପରେ ଜଣା ପଡୁଛି ଯେ ଲାଲ ବୋତଲଟି ଶାହଦାବଙ୍କୁ ସାହାଜ୍ଯ କରୁଥିବା ଝିଅ ହାତରେ ଅଛି। ଫେକ୍ଟ କୃସେଣ୍ଡୋ ଜାମିଆର ପବ୍ଲିକ ରିଲେସନ ଅଫିସର ଏହମଦ ଅଜିମଙ୍କୁ ସମ୍ପର୍କ କରିଲା ଏହମଦ ଅଜିମ କହିଲେ ଯେ ଶାହଦାବକୁ ତାଙ୍କ ବାମ ହାତରେ ଗୁଳି ମାଡ ହୋଇଅଛି ଓ ବର୍ତମାନ ସେ ଜମ୍ମୁ କାଶ୍ମୀରରେ ନିଜ ଘରେ ଆରାମ କରୁଛନ୍ତି।
ସେ ଏହା ମଧ୍ୟ କହିଛନ୍ତି ଯେ ଶାହଡାବ କୁ ସହଜୟତା କରୁଥିବା ଛାତ୍ରୀଙ୍କର ନାମ ମିଦତ ସମାରା। ଏହି ସବୁ ପରେ ଫେକ୍ଟ କୃସେଣ୍ଡୋ ସମାରାଙ୍କ ସହିତ ସମ୍ପର୍କ କରିଲା ଓ ସମାରା ସେହି ଲାଲ ବୋତଲର ଫୋଟୋ ପଠାଇଲେ। ବୋତଲ ଫୋଟୋ ଦେଖିଲା ପରେ ଆମେ ଜାଣିଲୁ ଯେ ଏହା କୌଣସି ରକ୍ତ ବୋତଲ ବା ଟମାଟ କେଚପ ବୋତଲ ନୁହେଁ।
Alt News ମଧ୍ୟ ଏହି ବିଷୟରେ ଆଗରୁ ଫେକ୍ଟ ଚେକ୍ କରି ସାରିଛି।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ପୋଷ୍ଟରେ କରା ଯାଇଥିବା ଦାବି ଯେ ଗୁଳିଚାଳନା ଘଟଣାରେ ଆହତ ହେଇଥିବା ଜାମିଆ ଛାତ୍ର ନାଟକ କରରୁଛନ୍ତି ଓ ପ୍ରକୃତରେ ତାଙ୍କୁ ଗୁଳି ଲାଗି ନଥିବା କାଥା ମିଥ୍ୟା ଅଟେ। ଅନୁସନ୍ଧାନରୁ ଆମେ ଏହା ସ୍ପଷ୍ଟ ଭାବେ ଜାଣି ପାରିଲୁ ଯେ ଆହତ ହେଇ ଥିବା ଛାତ୍ରକୁ ପ୍ରକୃତରରେ ଗୁଳି ମାଡ଼ ହେଇଅଛି ଓ ତାଙ୍କ ଚିକିତ୍ସା ଦିଲ୍ଲୀ AIIMS ହସ୍ପିଟାଲରେ ହେଉଛି।

Title:କ’ଣ ଯାମିଆ ଛାତ୍ର ବିଗତ ଦିନ ଯାମିଆର ଗୁଳିଚାଳନାରେ ଆହାତ ହେବା ନାଟକ କରୁଛନ୍ତି? କ’ଣ ତାଙ୍କ ଆହତ ହେବା ଗୋଟିଏ ମିଥ୍ୟା? ଜାଣନ୍ତୁ ସତ।
Fact Check By: Siddharth SahuResult: False