କ’ଣ ଟି-୨୦ ରେ ଭାରତ ପାକିସ୍ତାନ ଠାରୁ ପରାଜୟ ପରେ ଜୟ ଶାହ ଏବଂ ଅକ୍ଷୟ କୁମାର ଆନନ୍ଦ ପ୍ରକାଶ କରୁଛନ୍ତି? ଜାଣନ୍ତୁ ସତ୍ୟ।

False Social Sports
image.jpg

ଦୁବଇରେ ଟି ୨୦ ବିଶ୍ଵ କପ୍ ପ୍ରତିଯୋଗୀତା ଆରମ୍ଭ ହେଇ ସାରିଛି। ଭାରତ ନିଜ ପ୍ରଥମ ମ୍ୟାଚ୍ ୨୪ ଅକ୍ଟୋବରରେ ପାକିସ୍ତାନ ବିରୁଦ୍ଧରେ ଖେଳିଥିଲା। ଏହି ମ୍ୟାଚ୍ ରେ ଭାରତକୁ ୧୦ ୱିକେଟ୍ ର ପ୍ରଜାୟର ସାମନା କରିବାକୁ ପଡିଥିଲା। ଅକ୍ଷୟ କୁମାର, ଜୟ ଶାହ ଏବଂ ଅନ୍ୟାନ୍ୟ ପ୍ରସିଦ୍ଧ ଲୋକକ ମ୍ୟାଚ୍ ର ଦର୍ଶକ ଥିଲେ। ଭାରତର ଖରାପ ପ୍ରଦର୍ଶନ ଏବଂ ପରାଜୟ ପରେ ସାରା ଦେଶ ଦୁଖିତ ହେଇଛି। 

ବର୍ତ୍ତମାନ ଭାରତ ପାକିସ୍ତାନ ମ୍ୟାଚ୍ ର ଏକ ଦୃଶ୍ୟର ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଜୟ ଶାହ ଏବଂ ଅକ୍ଷୟ କୁମାର ଆନନ୍ଦ ପ୍ରକାଶ କରୁଛନ୍ତି। ଦାବି କରା ଯାଇଛି ଯେ ଜୟ ଶାହ ଏବଂ ଅକ୍ଷୟ କୁମାର ଭାରତର ପରାଜୟ ପାଳନ କରୁଛନ୍ତି। 

ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। 

କ’ଣ ଦାବି ଏହି ପୋଷ୍ଟର?

୨୫ ଅକ୍ଟୋବରରେ ଜଣେ ଫେସବୁକ ବ୍ୟବହାରକାରୀ ନିଜ ଏକାଉଣ୍ଟରେ ଜୟ ଶାହ ଏବଂ ଅକ୍ଷୟ କୁମାରଙ୍କର ଭାରତ ପାକିସ୍ତାନ ଟି ୨୦ ବିଶ୍ଵ କପ୍ ର ଦୁଇଟି ଫୋଟୋ ପୋଷ୍ଟ କରି ଲେଖିଛନ୍ତି ଯେ “ଗୋଟେ କାମେଡିଆନ ଓ ଜଣେ କାନାଡିଆନ। ଭାରତ ହାରିଲା ଓ ପାକିସ୍ତାନ ଜିତିଲା, ଏଭଳି କୂଳାଙ୍ଗାର ପାଇଁ।”

fb.jpg

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ହଟଷ୍ଟାର ୱେବସାଇଟରେ ଯାଇ ଭାରତ ପାକିସ୍ତାନ ମ୍ୟାଚ୍ ର ହାଇଲାଇଟ ଦେଖିଲୁ। ଭାରତ ୧୮.୫ ଓଭରରେ ହାର୍ଦିକ ପାଣ୍ଡିୟା ବଲକୁ ମାରିବାରେ ଅସମର୍ଥ ହେଇଥିଲେ କିନ୍ତୁ ସେହି ବଲରେ ଓଭରଥ୍ରୋ କାରଣରୁ ଭାରତକୁ ୪ ରନ୍ ମିଳିଥିଲା। ଏହା କାରଣରୁ ଖୁସି ହେଇ ଜୟ ଶାହ ଓ ଅକ୍ଷୟ କୁମାର ନିଜ ଖୁସି ପ୍ରକାଶ କରିଥିଲେ। ନିମ୍ନରେ ଆପଣ ମାନେ ସେହି କ୍ଷଣର ଭିଡିଓକୁ ଦେଖି ପାରିବେ। 

ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ କ୍ରିକେଟ୍ କନ୍ଟ୍ରି ୱେବସାଇଟରେ ଆମକୁ ଏହି ପ୍ରସଙ୍ଗରେ ଏକ ଅନୁଛେଦ ମିଳିଲା। ୱେବସାଇଟ ଅନୁଯାୟୀ ପାକିସ୍ତାନ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିର୍ଣୟ ନେଇଥିଲା। ତେଣୁ ଭାରତ ପ୍ରଥମେ ବ୍ୟାଟିଂ କରିଥିଲା। ୧୯ ତମ ଓଭରର ଅନ୍ତିମ ବଲରେ ପାକିସ୍ତାନ ବୋଲର ଶାହିନ ଆଫ୍ରିଦୀଙ୍କ ଦ୍ଵାରା ଓଭରଥ୍ରୋରେ ୪ ରନ୍ ମିଳିଥିବାରୁ ଜୟ ଶାହ ଏବଂ ଅକ୍ଷୟ କୁମାର ଆନନ୍ଦ ପ୍ରକାଶ କରିଥିଲେ। 

CC.jpg

ଶେଷକଥା

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। କାରଣ, ଜୟ ଶାହ ଏବଂ ଅକ୍ଷୟ କୁମାର ଭାରତର ପରାଜୟ ପାଳନ କରୁ ନାହାନ୍ତି ବରଂ ୧୮.୫ ଓଭରରେ ଅଭର୍ଥ୍ରୋରେ ୪ ଟି ରନ୍ ମିଳିଥିବାରୁ ଆନନ୍ଦ ପ୍ରକାଶ କରି ଥିଲେ।

Avatar

Title:କ’ଣ ଟି-୨୦ ରେ ଭାରତ ପାକିସ୍ତାନ ଠାରୁ ପରାଜୟ ପରେ ଜୟ ଶାହ ଏବଂ ଅକ୍ଷୟ କୁମାର ଆନନ୍ଦ ପ୍ରକାଶ କରୁଛନ୍ତି?

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *