
୯ ମାର୍ଚରେ ଓଡ଼ିଆ ନ୍ୟୁଜ ୨୪ ସାଇଟରେ ଛପି ଥିବା ଗୋଟିଏ ଅନୁଛେଦରେ ଏହା ଦାବି କରା ଯାଇଅଛି ଯେ ଅରୁଣାଚଳ ପ୍ରଦେଶ ରେ ରହିଛି ଦୁନିଆ ର ସବୁଠାରୁ ବଡ଼ ପ୍ରାକୃତିକ ଶିବଲିଙ୍ଗ I ଅରୁଣାଚଳ ପ୍ରଦେଶ ରେ ଅଗଣିତ ପାହାଡ଼ ଓ ପର୍ବତମାଳା ରହିଛି I ଏଠାରେ ବିରତମାନ ଥିବା ଶିବଲିଙ୍ଗ ସିଧେହେଶ୍ଵରଃ ମହାଦେବ ନାମ ରେ ପରିଚିତ ଅଟନ୍ତି I ଏହି ଶିବଲିଙ୍ଗ ପ୍ରାୟ ୨୬ ଫୁଟ ଉଚ୍ଚ ଓ ୨୨ ଫୁଟ ଚୌଡା ଅଟେ I ଏହି ଶିବଲିଙ୍ଗ ର ବର୍ଣନା ଶିବ ପୁରାଣ ରେ ମଧ୍ୟ ବର୍ଣିତ ରହିଛି I ୧୭ ତମ ଅଧ୍ୟାୟ ର ରୁଦ୍ର ଖଣ୍ଡ ରେ ଏହି ଶିବଲିଙ୍ଗ ବିଷୟ ରେ ଉଲେଖ ରହିଛି I ଏହି ଭବ୍ୟ ଶିବଲିଙ୍ଗ କୁ ଦେଖି ଭକ୍ତମାନେ ବେଶ ଆଶ୍ଚଯ୍ୟ ମଧ୍ୟ ହେଇଥାନ୍ତି I ଶୀଧେସ୍ୱର୍ଣନାଥ ମନ୍ଦିର ରେ ଏହି ମହା ଶିବରାତ୍ରି ଆର୍ଯ୍ୟକ୍ରମ ବିଶେଷ ଆଡମ୍ବର ସହ ହେଇଥାଏ I ଏଠାରେ ମହାଦେବ ଙ୍କ ର ବିଶେଷ ପୂଜା କରାଯାଇଥାଏ I ଅନେକ ଦୂର ଦୂର ରୁ ଶିବ ଭକ୍ତମାନେ ଏଠାରେ ମହାଦେବଙ୍କ ର ଦର୍ଶନକରିବା କୁ ଆସିଥାନ୍ତି I
ଏହି ପୋଷ୍ଟଟି କୁ ଫେସବୁକରେ ମଧ୍ୟ ଭାଇରାଲ କରା ଯାଇଅଛି।
ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନରେ ଆମେ ପ୍ରଥମେ ପୋଷ୍ଟରେ ଥିବା ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ରିଭର୍ସ ଇମେଜ ସର୍ଚ କରିଲା ପରେ ଆମକୁ ଏହି ବିଷୟ ଜଡିତ କିଛି ତଥ୍ୟ ମିଳିଲା।
୧୧ ଜାନୁଆରୀ ୨୦୧୯ ମସିହାରେ ଦି ଇଣ୍ଡିୟାନ ଏକ୍ସପ୍ରେସ ପତ୍ରିକାରେ ଛପି ଥିବା ଗୋଟିଏ ଅନୁଛେଦରେ ଏହା କୁହା ଯାଇଅଛି ଯେ ଭାରତରେ ସବୁଠାରୁ ବଡ ଶିବଲିଙ୍ଗ କେରଳର ଅଛି। ଏହାର ଉଚ୍ଛତା ୧୧୧.୨ ଫିଟ। ଏହି ଶିବଲିଙ୍ଗ ତିରୁଭନନ୍ତପୁରମ ଜିଲ୍ଲାର ଚେଙ୍କାଲ ଅଞ୍ଚଳରେ ଉପସ୍ଥିତ ଅଛି। ଏହି ଶିବଲିଙ୍ଗରେ ୮ ମହଲା ଅଛି। ଏହା ମଧ୍ୟରୁ ୬ ମହଲା ମଣିଷ ଶରୀରରେ ଥିବା ଊର୍ଜା ଚକ୍ରକୁ ଦର୍ଶାଇଛି। ଏହି ମନ୍ଦିରର ଲୋକେ ଆସା କରୁଛନ୍ତି ଯେ ଏହି ଶିବଲିଙ୍ଗ ଲିମକା ଓ ଗିନିଜ ବୁକ ଅଫ ରେକର୍ଡ୍ସରେ ମଧ୍ୟ ଆସିବା। ଏହା ପୂର୍ବରୁ କାର୍ନାଟକାର କୋଲାର ଜିଲାରେ ଥିବା କୋତିଂଲିଙ୍ଗ ମନ୍ଦିରରେ ଥିବା ଶିବଲିଙ୍ଗ ସବୁଠାରୁ ବଡ ଥିଲା ଓ ତା ଉଚ୍ଛତା ୧୦୮ ଫିଟ ଥିଲା।
ଏହା ପରେ ଆମେ ଇଣ୍ଡିଆ ବୁକ ଅଫ ରେକର୍ଡ ସାଇଟରେ ଯାଇ ଏହି ଶିବଲିଙ୍ଗ ବିଷୟରେ ଖୋଜିଲୁ। ଏହି ସାଇଟରେ ଏହା କୁହା ଯାଇଅଛି ଯେ ୧୦ ଜାନୁଆରୀ ୨୦୧୯ ମସିହାରେ ତିରୁଭନନ୍ତପୁରମ କେରଳରେ ଥିବା ମହେଶ୍ଵରମ ଶ୍ରୀ ଶିବ ପାର୍ବତୀ ମନ୍ଦିର ର ଟ୍ରଷ୍ଟ ୧୧୧ ଫିଟର ଶିବଲିଙ୍ଗ ନିର୍ମାଣ କରି ଗୋଟିଏ ରେକର୍ଡ କରିଛି।
India Book Of Records | Archive
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ପୋଷ୍ଟରେ କରା ଯାଇଥିବା ଦାବି ଯେ ଅରୁଣାଚଳ ରେ ଦୁନିୟାର ସବୁ ଠାରୁ ବଡ ଶିବଲିଙ୍ଗ ଅଛି, ଗୋଟିଏ ମିଥ୍ୟା କଥା ଅଟେ। ସବୁଠାରୁ ବଡ ଶିବଲିଙ୍ଗ କେରଳର ତିରୁଭନନ୍ତପୁରମ ଜିଲାରେ ଅଛି ଓ ଏହାର ଉଚ୍ଛତା ୧୧୧.୨ ଫିଟ ଅଟେ।

Title:କ’ଣ ଦୁନିୟାର ସବୁଠାରୁ ବଡ ଶିବଳିଙ୍ଗ ଅରୁଣାଚଳ ପ୍ରଦେଶରେ ଅଛି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False