
୨୪ ଜୁଲାଇ ରେ ଜଣେ ଫେସବୁକ ୟୁଜର ସାରେ ଜାହାନ ସେ ଅଛା ହିନ୍ଦୁସ୍ତାନ ହମାରା ନାମକ ଫକେବୂକ ଗ୍ରୁପରେ ଗୋଟିଏ ଫୋଟୋ ପୋସ୍ତ କରିଛନ୍ତି। ଏହି ଫୋଟୋ ଖଦି ମାସ୍କର ବିଜ୍ଞାପନ ଅଟେ। ୩ ଟି ମାସ୍କର ଦାମ ୯୯୯ ଟଙ୍କା ବୋଲି ଲେଖା ଯାଇଅଛି। ଏହି ପୋଷ୍ଟର ବିଜ୍ଞାପନ ରେ ମୋଦୀ ଜି ଏବଂ ମେକ୍ ଇନ ଇଣ୍ଡିଆ ଲେଖା ଯାଇଥିବା ମଧ୍ୟ ଦେଖିବା କୁ ମିଳିଛି। ଏହି ପୋଷ୍ଟରେ ଦାବି କରା ଯାଇଅଛି ଯେ ୯୯୯ ଟଙ୍କା ରେ ଖଦି ମାସ୍କ ବିକିବା ପାଇଁ ସରକାର ଏନ ୯୫ ମାସ୍କ ବିକିବାରେ ଫେଳ୍ ହେଇଗଲା। କୋରୋନା ନାଁରେ ଡରର ବାତାବରଣରୁ ଫାଇଦା ଉଠାଉଛି ସରକାର।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନ ରେ ପ୍ରଥମେ ଆମେ ଟୁଇଟର ରେ ଯାଇ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ଖାଦି ଏଣ୍ଡ ଭିଲେଜ ଇଣ୍ଡଷ୍ଟ୍ରିସ କମିଶନ୍ (KVIC) ର ଟୁଇଟର ହେଣ୍ଡେଲରେ ଏହି ବିଷୟରେ ଟୁଇଟ ହେଇ ଥିବା ମିଳିଲା। ୨୪ ଜୁଲାଇ ରେ KVIC ଟୁଇଟ କରି କହିଛି ଯେ KVIC ନାମରେ ଅଧିକ ଦାମରେ ବିକ୍ରି ହେଉଥିବା ମାସ୍କର ଶିକାର ହୁଅନ୍ତୁ ନାହିଁ। KVIC ଏହା ମଧ୍ୟ କହିଛି ଯେ ସେ ଖଦି ମାସ୍କ ମାତ୍ର ୩୦ ତାଙ୍କା ଦରରେ ଲୋକଙ୍କ ପାଇନ ଉପଲବ୍ଧ କରିଛି।
୨୭ ଜୁଲାଇ ରେ KVIC ଟୁଇଟ କରି କହିଛି ଯେ ଖଦି ଏବଂ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ନାମରେ ଦାମିକା ମାସ୍କ ବ୍ବିକୁଥିବା ରୁ ଚଣ୍ଡିଗଡ଼ ସହର ରେ ରହୁ ଥିବା ଖୁଶ୍ବୁ ନାମକ ଜଣେ ଯୁବତୀଙ୍କ ବିରୁଦ୍ଧରେ ପୋଲିସ ପାଖରେ ମାମଲା ରୁଜୁ କରା ଯାଇଅଛି।
୨୮ ଜୁଲାଇ ରେ ଆମର ଉଜାଲା ନାମକ ପତ୍ରିକାରେ ପ୍ରକାଶିତ ହେଇଥିବା ଗୋଟିଏ ଅନୁଛେଦରେ କୁହା ଯାଇଅଛି ଯେ ଖଦି ନାମରେ ନକଲି ମାସ୍କ ବିକୁଥିବା ରୁ ଏବଂ ବିଭିନ୍ନ ସୋସିଆଲ ମିଡିଆରେ ଏହାର ବିଜ୍ଞାପାନ ଦେଇଥିବା ରୁ ଖଦି ଗ୍ରାମ ଉଦ୍ଯୋଗ ସଂସ୍ଥା ସୋମବାର ଦିନ ଚଣ୍ଡିଗଡ଼ ସହରରେ ରହୁଥିବା ଜଣେ ନିବାସୀଙ୍କ ବିରୁଦ୍ଧରେ ପୋଲିସ ପାଖରେ ମାମଲା ରୁଜୁ କରିଛି। ଚଣ୍ଡିଗଡ଼ ଏସ.ପି ପାଖରେ ମାମଲା ରୁଜୁ କରି କୁହା ଯାଇଅଛି ଯେ ଖୁସବୁ ନାମକ ଜଣେ ମହିଳା ଅବୈଧ ରୂପରେ ମସ୍କକୁ ଖଦି ସଂସ୍ଥାର କହି ବିକୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଫୋଟୋ ଥିବା ଏହି ମସ୍କ ରେ ଖଦି ସଂସ୍ଥାର ଲୋଗୋ, ମେକ୍ ଇନ ଇଣ୍ଡିଆ ଏବଂ ଭୋକାଳ ଫର ଲୋକାଲ ଛାପି ମିଥ୍ୟା ଗୁଜବ ସୃଷ୍ଟି କରିଛନ୍ତି ଯେ ତାଙ୍କୁ ଖଦି ମସ୍କ ବିକିବା ଅନୁମତି ଦିଆ ଯାଇଅଛି।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଜାଣିବାକୁ ପାଇଲୁ ଯେ ୯୯୯ ଟଙ୍କାରେ ପ୍ରଧାନମନ୍ତ୍ରୀ ଏବଂ ମେକ୍ ଇନ ଇଣ୍ଡିଆ ନାମ ରେ ବିକ୍ରି ହେଉଥିବା ମାସ୍କ ମୋଦୀ ସରକକରଙ୍କର ପଦକ୍ଷେପ ନୁହେଁ। ଏହି ମାସ୍କ ଚଣ୍ଡିଗଡ଼ରେ ନିବାସୀ ଖୁସବୁ ନାମକ ଜଣେ ମହିଳା ଅବୈଧ ରୂପ ରେ ଖଦି ମାସ୍କ ବିକିଥିବାରୁ ଖଦି ସଂସ୍ଥା ତାଙ୍କ ବିରୁଦ୍ଧରେ ପୋଲିସ ପାଖରେ ମାମଲା ରୁଜୁ କରିଅଛି। ଖଦି ସଂସ୍ଥା ଟୁଇଟ କରି ସ୍ପଷ୍ଟ କରିଛି ଯେ ଏହି ମାସ୍କ ବନାଇବା ଅନୁମତି କାହାକୁ ମଧ୍ୟ ଦିଆ ଯାଇ ନାହିଁ ଏବଂ ଖଦି ମାସ୍କ ବଜାରରେ ୩୦ ଟଙ୍କାରେ ଉପଲବ୍ଧ ଅଛି।
Title:କ’ଣ ମେକ୍ ଇନ ଇଣ୍ଡିଆ ଅନ୍ତର୍ଗତ ମୋଦୀ ସରକାର ୯୯୯ ଟଙ୍କାରେ ୩ ଟି ଖଦି ମାସ୍କ ବିକୁଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False

