କ’ଣ ନରେନ୍ଦ୍ର ମୋଦି ଖାଲି ପଡ଼ିଆକୁ ଦେଖି ନିଜ ହାତ ହଲାଉଛନ୍ତି? ଜାଣନ୍ତୁ ସତ୍ୟ।

False Social

ଆସାମ ଏବଂ ପଶ୍ଚିମବଙ୍ଗରେ ନିର୍ବାଚନ ପାଖେଇ ଆସୁଥିବାରୁ ସୋସିଆଲ ମିଡିଆରେ ନେତାଙ୍କ ସଭା ଓ ସମାବେଶରେ କେତେ ଜନସମାଗମ ହେଉଛି ସେ ନେଇ ଆଲୋଚନା ଲାଗି ରହେ। ଏହା ମଧ୍ୟରେ ନରେନ୍ଦ୍ର ମୋଦିଙ୍କର ଖାଲି ଭୂମିରେ ହାତ ବୁଲାଉଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ପୋଷ୍ଟ କରି ପରିହାସ କରି କୁହା ଯାଇଅଛି ଯେ “ଏତେ ଜନସମାଗମଯେ ଦେଖି ଆଖି ଲାଖି ଯାଉଛି।“ 

ଫେକ୍ଟ କୃସେଣ୍ଡୋର ଅନୁସନ୍ଧାନରେ ଏହି ଦାବି ଭୁଲ ପ୍ରମାଣିତ ହୋଇଛି। 

https://twitter.com/pagalakhana/status/1378252497647661061

Archive

ଆମ ଅନୁସନ୍ଧାନ:

ଉପରୋକ୍ତ ପୋଷ୍ଟରେ ଦିଆ ଯାଇଥିବା ଦାବିର ସତ୍ୟତା ଯାଞ୍ଚ କରିବା ଆବଶ୍ୟକ ମନେ ହେଉଥିବାରୁ ଆମେ ଆମର ଅନୁସନ୍ଧାନ ଆରମ୍ଭ କରିଲୁ। ପ୍ରଥମେ ଆମେ ଭାଇରାଲ ହେଉଥିବା ଭିଡିଓ କ୍ଲିପର ଅସଲି ଭିଡିଓ ଖୋଜିବାକୁ ଚେଷ୍ଟା କରିଲୁ। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତ୍ଯେକ ରାଲିର ଭିଡିଓ ବିଭିନ୍ନ ବିଜେପିଏ ସୋସିଆଲ ମିଡିଆ ଏକାଉଣ୍ଟରେ ଶେୟାର କରାଯାଏ। ସେହି ଅନୁଯାୟୀ ଆମକୁ ୧ ଏପ୍ରିଲରେ ବିଜେପିର ଅଫିସିଆଲ ଟୁଇଟର ଏକାଉଣ୍ଟ ରେ ଶେୟାର ହୋଇଥିବା ଏକ ଭିଡିଓ ପାଇଲୁ। ଏହି ଭାଇରାଲ ଭିଡିଓ ପଶ୍ଚିମବଙ୍ଗର ଜୟନଗରରେ ମୋଦିଙ୍କ ରାଲିର ଭିଡିଓ ଅଟେ।  

Archive

ଉପରୋକ୍ତ ଭିଡିଓରେ ଦେଖିବାକୁ ମିଳିଲାଯେ ଯେତେବେଳେ ମୋଦି ହେଲିକପ୍ଟରରୁ ଉଲ୍ହାଇଲେସେତେବେଳେ ତାଙ୍କୁ ଅଭିବାଦନ ଜଣାଇବା ପାଇଁ ଏକ ବିଶାଳ ଭିଡ଼ ଜମିଥିଳା। ମୋଦି ମଧ୍ୟ ଲୋକଙ୍କୁ ଦେଖି ହାତ ବୁଲାଇଥିଲେ। ଆପଣ ରାଲିର ସମ୍ପୂର୍ଣ ଭିଡିଓ ଏଠାରେ ଦେଖି ପାରିବେ। 

ଏହା ପରେ ଆମ ଭାଇରାଲ ଭିଡିଓର ତୁଳନା ଅସଲି ଭିଡିଓ ସହିତ କରିଲୁ। ଏଥିରୁ ସ୍ପଷ୍ଟ ହେଲା ଯେ ଅସଲି ଭିଡିଓକୁ ଏଡିଟ୍ କରା ଯାଇଅଛି ଏବଂ ଭିଡିଓର ଧ୍ୱନି ବନ୍ଦ କରି ଏକ ହିନ୍ଦୀ ଗୀତ ଦ୍ଵାରା ସ୍ଥାନିତ କରାଯାଇଛି। 

ଶେଷକଥା: 

ଆମ ଅନୁସନ୍ଧାନରେ ଉପରୋକ୍ତ ପୋଷ୍ଟ ଭୁଲ ପ୍ରମାଣିତ ହେଇଛି। କାରଣ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ନକଲି ଅଟେ। ମୋଦିଙ୍କ ଆଗମନ ସମୟରେ ଏକ ବିଶାଳ ଜନସମାଗମ ଜମା ହୋଇଥିଲା ଏବଂ ମୋଦି ତାଙ୍କୁ ଦେଖି ନିଜ ହାତ ହେଲେଇ ଅଭିବାଦନ ଜଣାଇଥିଲେ।

Avatar

Title:କ’ଣ ନରେନ୍ଦ୍ର ମୋଦି ଖାଲି ପଡ଼ିଆକୁ ଦେଖି ନିଜ ହାତ ହଲାଉଛନ୍ତି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *