କ’ଣ ପ୍ରକୃତ ଖବର ଏହି ଗଛ ବିଷୟରେ? କ’ଣ ଏହା ଗୋଟିଏ ଚମତ୍କାରୀ ଗଛ? କ’ଣ ଏହା ଖାଲି ଭାରତରେ ଦେଖିବା କୁ ମିଳେ? କ’ଣ ଇତିହାସ ଏହି ଗଛ ବିଷୟରେ ଯାହା ସାମ୍ନା କୁ ଆସି ନାହିଁ? ଜାଣନ୍ତୁ ଆମ ଅନୁସନ୍ଧାନ କ’ଣ।

Environmental
source article.jpg

 Archive

source.jpg

ଓଡ଼ିଆ ଏକ୍ସପ୍ରେସ ପତ୍ରିକାରେ ଛପି ଥିବା ଏକ ଅନୁଛେଦ ଫେସବୁକର ଓଡ଼ିଆ ଅନାବନା ପେଜରେ ଭାଇରାଲ ହୋଇଅଛି। ଏହି ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ପାରିଜାତ ନାମକ ଦିବ୍ୟ ବୃକ୍ଷ କେବଳ ଭାରତରେ ଅଛି। 

ଏହି ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ହିନ୍ଦୁ ପୁରାଣ ଅନୁସାରେ ଯେତେବେଳେ ନାରଦମୁନି ଶ୍ରୀ କୃଷ୍ଣଙ୍କୁ ଦେଖା କରିବା କୁ ଆସିଥିଲେ, ସେତେବେଳେ ନିଜ ସହିତ ପାରିଜାତର ଏକ ଫୁଲ ନେଇ ଆସିଥିଲେ। ସେହି ଫୁଲଟି କୁ ସେ ଶ୍ରୀ କୃଷ୍ଣଙ୍କୁ ଭେଟି ଦେଇ ଥିଲେ। ଶ୍ରୀ କୃଷ୍ଣ ସେହି ଫୁଲକୁ ତାଙ୍କ ସାଙ୍ଗରେ ବସିଥିବା ରୁକ୍ମଣୀ କୁ ଦେଈଥିଲେ। କିନ୍ତୁ ଯେତେବେଳେ ଶ୍ରୀ କୃଷ୍ଣଙ୍କ ଦ୍ଵିତୀୟ ସ୍ତ୍ରୀ ସତ୍ୟଭାମାଙ୍କୁ ଏହା ବିଷୟରେ ଖବର ମିଳିଲା ସେ ବହୁତ କ୍ରୋଧିତ ହୋଇଥିଲେ। ସେ କୃଷ୍ଣଙ୍କ ସହ ଜିଦ କରିଥିଲେ ଯେ ତାଙ୍କୁ ବାଟିକାରେ ପାରିଜାତ ବୃକ୍ଷ ଦରକାର। ଏହି ପୋଷ୍ଟ ଅନୁସାରେ ଏହି ପ୍ରକାରରେ ପାରିଜାତ ବୃକ୍ଷ ପୃଥିବୀକୁ ଆସିଲା। 

ସ୍ନାପ୍ଲାଣ୍ଟ ସାଇଟର ଗୋଟିଏ ଅନୁଛେଦରେ ଏହା ଦାବି କରାଯାଇଅଛି ଯେ ଏହି ବୃକ୍ଷ ପଛରେ ଏକ ପୌରାଣିକ ପ୍ରେମ କାହାଣୀ ଅଛି। ପାରିଜାତକ ନାମ ଗୋଟିଏ ରାଜକୁମାରୀଙ୍କୁ ସୂର୍ଯ୍ୟ ଦେବଙ୍କ ସହିତ ପ୍ରେମ ହୋଇଯାଇଥିଲା। କିନ୍ତୁ ଯେତେବେଳେ ସୂର୍ଯ୍ୟ ଦେବ ତାଙ୍କୁ ଛାଡି ଦେଇଥିଲେ, ପାରିଜାତକ ଏହି କଷ୍ଟ ସହି ନ ପାରି ଆତ୍ମହତ୍ୟା କରି ଥିଲେ ଓ ତାଙ୍କ ଚିତାରୁ ଏହି ବୃକ୍ଷ ଜନ୍ମ ନେଇ ଥିଲା। ସୂର୍ଯ୍ୟ ଦେବଙ୍କ ଉପସ୍ଥିତି ସହି ନ ପରି ଏହି ବୃକ୍ଷର ଫୁଲ ରାତି ସମୟରେ ଫୁଟି ଥାଏ ଏବଂ ସୂର୍ଯ୍ୟ ଉଦୟ ହେବ ଆଗରୁ ଆଖିର ଲୁହ ପରି ଝଡି ଯାଏ। ଏହା ମଧ୍ୟ ବିଶ୍ଵାସ କରା ଯାଏ ଯେ  ପାରିଜାତ ବୃକ୍ଷ, ସ୍ଵର୍ଗରେ ଥିବା ୫ ଟି ବୃକ୍ଷ ମଧ୍ୟରେ ଗୋଟିଏ ବୃକ୍ଷ। ଅଜବଗଜବ ସାଇଟରେ ଛପି ଥିବା ଏକ ଅନୁଛେଦରେ ଏହା ବର୍ଣନା କରା ଯାଇଅଛିଯେ ଏହି ବୃକ୍ଷଟି ସମୁଦ୍ର ମନ୍ଥନରେ ବାହାରି ଥିଲା। ଏହି ଘଟଣାର ବର୍ଣନା ହରିବଂଶ ପୌରାଣରେ  ମଧ୍ୟ କରା ଯାଇଅଛି। ଏହି ବୃକ୍ଷଟି କଳ୍ପବୃକ୍ଷ ନାମରେ ମଧ୍ୟ ଜଣା ଯାଏ। ଏହି ପୌରାଣ ଅନୁସାରେ ଏହି ବୃକ୍ଷକୁ ଛୁଇଁଲା ମାତ୍ରେ ଦେବନର୍ତକ, ଉର୍ବଶୀଙ୍କ କ୍ଳାନ୍ତ ମେଣ୍ଟି ଯାଉଥିଲା।

ajabgajab site.jpg

ଆମ ଅନୁସନ୍ଧାନ: 

ଏହି ପୋଷ୍ଟ ବିଷୟରେ ସତ୍ୟ ସାମ୍ନା କୁ ଆଣିବା ପାଇଁ ଆମେ ଏହି ବିଷୟରେ ଅନୁସନ୍ଧାନ କରିଲୁ। ଆମେ ଗୁଗଲରେ ଏହି ବୃକ୍ଷ ନାମରେ ବିଭିନ୍ନ ଅନୁଛେଦର ବିଶ୍ଳେଷଣ କରିଲୁ। ଆମ ଅନୁସନ୍ଧାନରୁ ଆମେ ଏହି ତଥ୍ୟ ସାମ୍ନାରେ ଆସିଲୁ ଯେ ପାରିଜାତ ବୃକ୍ଷ ଦେଶ ବିଦେଶରେ ବାଓବାବ ନାମରେ ମଧ୍ୟ ପ୍ରସିଦ୍ଧ ,ଅତ୍ୟଧିକ ଗଭୀର ଅନୁସନ୍ଧାନ କରିଲା ପରେ ଆମେ ଏହା ଜାଣିଲୁ ଯେ ଏହି ବୃକ୍ଷର ଉତ୍ପତି। ଆମ ଅନୁସନ୍ଧାନ ସମୟରେ ଆମେ ବାଓବାବ ଫାଉଣ୍ଡେସୋନ ସାଇଟରେ ଆମେ ଏହି ବୃକ୍ଷ ସମ୍ବନ୍ଧିତ କିଛି ସତ୍ୟ ଜାଣିଲୁ। ଏହି ବୃକ୍ଷର ବୈଜ୍ଞାନିକ ନାମ ହେଲା ଅଦଂସୋନିଆ ଡିଜିଟାଟା। ଏହି ବୃକ୍ଷ ଆଫ୍ରିକା ମହାଦ୍ଵୀପରେ ଦେଖା ଯାଏ। ଏହା ଅଷ୍ଟ୍ରେଲିଆ ଏବଂ ମାଦାଗାସ୍କର ରେ ମଧ୍ୟ ଦେଖା ଯାଇଅଛି। 

ଦି ରୋୟାଲ ସୋସାଇଟୀ ର ଗୋଟିଏ ପତ୍ରିକା ପଢିଲା ପରେ ଆମେ ଏହା ସତ୍ୟ ସାମ୍ନାରେ ଆସିଲୁ ଯେ ପାରିଜାତ ଓ ବାଓବାବ ବୃକ୍ଷ ଭାରତ ଛଡା ଅନ୍ୟ ଦେଶରେ ମଧ୍ୟ ମିଳିଅଛି। ନିମ୍ନ ରେ ଦିଆଯାଇଥିବା ଗ୍ରାଫ ରୁ ଆମେ ଏହା ବିଷୟରେ ସ୍ପଷ୍ଟ ରେ ଜାଣିପାରିବା |

geographical distribution.jpg
baobab density.jpg

ତଳେ ଦିଆଯାଇଥିବା ମାନଚିତ୍ର ରେ ଆମେ ଦେଖିପାରିବା ଯେ କେଉଁ ରାସ୍ତା ଦେଇ ପାରିଜାତ ବୃକ୍ଷ କେଉଁ ଦେଶ କୁ ଯାଇଅଛି। 

import of baobab.jpg

ଶେଷକଥା: 

ଆମ ଅନୁସନ୍ଧାନରୁ ଆମେ ଏହା ସତ୍ୟ ସାମ୍ନାରେ ଆସିଲୁ ଯେ ଏହି ଅନୁଛେଦରେ କରା ଯାଇଥିବା ଦାବି କି ପାରିଜାତ ବୃକ୍ଷ କେବଳ ଭାରତ ରେ ଅଛି ଗୋଟିଏ ମିଥ୍ୟା। ଏହି ବୃକ୍ଷଟି ଭାରତ ଛଡା ଆଫ୍ରିକା, ଥାଇଲ୍ୟାଣ୍ଡଏବଂ ଅଷ୍ଟ୍ରେଲିଆ ରେ ମଧ୍ୟ ମିଳିଅଛି। 

Leave a Reply

Your email address will not be published. Required fields are marked *