ଏପରି କେଉଁ ରୋଗରୁ ପୀଡିତ ଏହି ଛୋଟ ପିଲା? କ’ଣ ଏହି ପିଲାର ଶରୀରଟି ଧୀରେ ଧୀରେ ହୋଇଯାଉଛି ପଥର? କ’ଣ ଏହି ରୋଗର କୌଣସି ଚିକିତ୍ସା ଉପଲବ୍ଧ ନାହିଁ? କ’ଣ ହାତ ଠିୟା କରି ସାରିଆଛନ୍ତି ଡାକ୍ତର? ଜାଣନ୍ତୁ ସତ।

False Social

Archive

ଫେସବୁକର ଓଡ଼ିଆ ଦୁନିଆର ପେଜରେ ଛପି ଥିବା ଏହି ଖବରଟୀ ବାଂଲାଦେଶର ଗୋଟିଏ ନିବାସୀ ମେହଦି ହସନ ଯେ ମାତ୍ର ୮ ବର୍ଷର ଗୋଟିଏ ପିଲା, ତାଙ୍କ ଅଜବ ଧରଣର ରୋଗ ବିଷୟରେ ବର୍ଣନା କରାଯାଇଅଛି। ଏହି ଅନୁଛେଦରେ ଏହା ଦାବି କରା ଯାଇଅଛି ଯେ ଏହି ପିଲାକୁ ଏପରି ଗୋଟିଏ ରୋଗ ମାଡି ବସିଅଛି, ଯାହା ଫଳରେ ଏହି ଛୁଆର ଦେହ ଧୀରେ ଧୀରେ ଗୋଟିଏ ପଥରକୁ ବଦଲୁଅଛି। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରା ଯାଇଅଛି ଯେ ଯେଉଁ ଲୋକେ ଏହି ପିଲାକୁ ଦେଖୁଅଛନ୍ତି ଡରି ପଳାଉଛନ୍ତି। ଏହି ରୋଗ କାରଣ ଯୋଗୁ ମେହଦୀ ଚାଲି ବୁଲି ପାରୁନାହିଁ ଓ କପଡା ମଧ୍ୟ ପିନ୍ଧି ପାରୁ ନାହିଁ। 

ଏହି ପୋଷ୍ଟରେ ଵହ ମଧ୍ୟ ଦାବି କରା ଯାଇଅଛି ଯେ ମେହଦୀଙ୍କର ମାଁ ଓ ବାପା ଅନେକ ଡାକ୍ତରଙ୍କୁ ଦେଖେଇଲେ କିନ୍ତୁ କେହି ତା ଚିକିତ୍ସା କରି ପାରିଲେ ନାହିଁ ଏବଂ କହିଲେ ଯେ ଏହି ରୋଗର କୌଣସି ଚିକିତ୍ସା ଉପଲବ୍ଧ ନାହିଁ। 

ଆମ ଅନୁସନ୍ଧାନ:   

ଏହି ପୋଷ୍ଟରେ ଛପି ଥିବା ଅନୁଛେଦ ପଢିଲା ପରେ ଏହା ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ଏହି ପୋଷ୍ଟର ଛବିର ଗୁଗଲ ରିଭର୍ସ ଇମେଜ ସର୍ଚ କରିଲୁ ଓ ଗୁଗଲରେ ଯାଇ ଏହି ବିଷୟରେ ଖୋଜ ମଧ୍ୟ କରିଲୁ। ଆମ ଅନୁସନ୍ଧାନରୁ ଆମେ କିଛି ସତ୍ୟ ଜାଣିବାକୁ ପାଇଲୁ। 

୨୭ ଏପ୍ରିଲ ୨୦୧୭ ମସିହାରେ ଢାକା ଟ୍ରାଇବ୍ୟୁନ ନାମ ପତ୍ରିକାର ଗୋଟିଏ ଅନୁଛେଦରେ ଏହା ଲେଖା ଯାଇଅଛି ଯେ ମେହଦୀ ହସନ ନାମ ୮ ବର୍ଷୀୟ ବଙ୍ଗଳାଦେଶର ପିଲାଟି ଧୀରେ ଧୀରେ ପଥର ହୋଇଯାଉଥିଲା। ମେହଦୀଙ୍କୁ ଢାକା ମେଡିକାଲ କଲେଜ ହସ୍ପିଟାଲରେ ଡାଖିଲା କରା ଯାଇଥିଲା ଏବଂ ଚିକିତ୍ସା ପ୍ରାରମ୍ଭ କରା ଯାଇଥିଲା। ଚିକିତ୍ସା ପରେ ମେହଦୀ ସୁସ୍ତ ହେବାକୁ ଆରମ୍ଭ କରିଲେ। ମାତ୍ର ଗୋଟିଏ ମାସ ଚିକିତ୍ସା ପରେ ମେହଦୀ ନିଜ ହାତରୁ ଖାଇ ପାରିଲେ ଏବଂ ନିଜ ଖେଲଣା ସହିତ ଖେଳି ପାରିଲେ। ଏହି ରୋଗର ନାମ ହେଲା ଏପିଡେର୍ମୋଳାଇଟିକ ହାଇପରକେରାଟୋସିସ। ଢାକା ମେଡିକାଲର ଚର୍ମ ରୋଗ ବିଶେଷଜ୍ଞ ଡାଃ. ରାଶିଦ ଏହମଦଙ୍କ କହିବା ଅନୁସାରେ ଏହି ରୋଗଟି କୁ ଠିକ ହେବା ପାଇଁ ୪ ବର୍ଷ ଲାଗିଯିବ। ସେ ଏହା ମଧ୍ୟ କହିଅଛନ୍ତି ଯେ ମେହଦୀଙ୍କ ଦେହ ଧୀରେ ଧୀରେ ସୁସ୍ତ ହେଉଅଛି। 

Dhaka Tribune.jpg

Archive

୨୭ ଏପ୍ରିଲ ୨୦୧୭ ମସିହାରେ ଫେସବୁକରେ ମଧ୍ୟ ଏହି ବିଷୟରେ ଶେୟାର କରା ଯାଇଅଛି।

http://bit.ly/mehdi-hassan-turning-stone

facebook.jpg

ଶେଷକଥା: 

ଆମ ଅନୁସନ୍ଧାନରୁ ଆମେ ଏହା ଜାଣି ପାରିଲୁଜେ ମେହଦୀ ହସନ ଯେଉଁ ରୋଗରେ ପୀଡିତ ଅଛନ୍ତି ସେହି ରୋଗର ନାମ ହେଲା ଏପିଡେର୍ମୋଳାଇଟିକ ହାଇପରକେରାଟୋସିସ। ମେହଦୀଙ୍କୁ ଠିକ ହେବ ପାଇଁ କିଛି ବର୍ଷ ଲାଗିଯିବ। ଏହି କଥା ଢାକା ମେଡିକାଲ କୋଲ୍ଲେଯର ଚର୍ମ ବିଶେଷଜ୍ଞ ଡାଃ. ରାଶିଦ ଏହମଦ କହିଅଛନ୍ତି। ପୋଷ୍ଟ କରା ଯାଇଥିବା ଦାବି ଯେ ମେହଦୀଙ୍କ ଏହି ରୋଗର କୌଣସି ଚିକିତ୍ସା ଉପଲବ୍ଧ ନାହିଁ ଗୋଟିଏ ମିଥ୍ୟା।

Avatar

Title:ଏପରି କେଉଁ ରୋଗରୁ ପୀଡିତ ଏହି ଛୋଟ ପିଲା? କ’ଣ ଏହି ପିଲାର ଶରୀରଟି ଧୀରେ ଧୀରେ ହୋଇଯାଉଛି ପଥର? କ’ଣ ଏହି ରୋଗର କୌଣସି ଚିକିତ୍ସା ଉପଲବ୍ଧ ନାହିଁ? କ’ଣ ହାତ ଠିୟା କରି ସାରିଆଛନ୍ତି ଡାକ୍ତର? ଜାଣନ୍ତୁ ସତ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *