କ’ଣ ଏହି ଭିଡିରେ ନାଚୁ ଥିବା ବ୍ୟକ୍ତି ଜଣେ ବିଜେପି ନେତା? କ’ଣ ବ୍ଯାଂକୋକ ରେ କରୁଅଛନ୍ତି ରାସଲୀଳା? ଜ୍ନାନ୍ତୁ ସତ।

False Political

Archive

ଫେସବୁକର ବାବୁଷାନ ଫେନ କ୍ଲବରେ ପୋଷ୍ଟ ହୋଇଥିବା ଏହି ଭିଡିଓଟି ଭାଇରାଲ ହୋଇଚାଲିଅଛି। ଏହି ଭିଡିଓରେ ଏହା ଦେଖିବାକୁ ମିଳିଅଛି ଯେ ଜଣେ ବ୍ୟକ୍ତି ବୀନା ବସ୍ତ୍ର ପିନ୍ଧି କିଛି ଝିଅ ମାନଙ୍କ ସହ ନାଚୁଛନ୍ତି ଏବଂ ଅସଲିଳ ବ୍ୟବହାର କରୁଛନ୍ତି। ଏହି ପୋଷ୍ଟରେ ଏହି ଝିଅ ମାନଙ୍କୁ ଦେହାଜିବି ବୋଲି ଦାବି କରା ଯାଇଅଛି। ନାଚୁଥିବା ଏହି ବ୍ୟକ୍ତି ଜଣେ ବିଜେପି ନେତା ବୋଲି ମଧ୍ୟ ଦାବି କରା ଯାଇଅଛି। ଭିଡିଓରେ ଆମେ ଏହା ମଧ୍ୟ ଦେଖି ପାରିବା ଯେ ମଦ ନିସାରେ ବିନା ବସ୍ତ୍ର ପିନ୍ଧି ଏହି ବ୍ୟକ୍ତି କିଛି ଦେହଜିବି ମାନଙ୍କ ସହିତ ରସଲୀଳା କରୁଅଛନ୍ତି। 

ଗତ ମାସ ଏହି ଭିଡିଓଟି କୁ ଫେସବୁକର “ଆମେ ନବୀନ ପଟନାୟକ ସମର୍ଥକ” ନାମ ପେଜରେ ମଧ୍ୟ ପୋଷ୍ଟ କରା ଯାଇଅଛି। ଏହି ପେଜରେ ମଧ୍ୟ ଏହା ଦାବି କରା ଯାଇଅଛି ଯେ ମଦ ନିସାରେ ଦେହଜିବି ଝିଅଙ୍କ ସହିତ ଅସଲିଳ ଭାବେ ନାଚୁ ଥିବା ବ୍ୟକ୍ତି ଜଣେ ବିଜେପି ନେତା। ଗୋଟିଏ ମାସରେ ଏହି ଭିଡିଓଟି କୁ ୧୧୦୦ ଲାଇକ୍ସ, ୨୬୪ କାମେଣ୍ଟ ଏବଂ ୧୪୦୦ ଥର ଶେୟାର ମଧ୍ୟ କରା ଯାଇ ଅଛି। ଏହି ଭିଡିଓ କୁ ୧,୩୮,୦୦୦ ଭିୟୁଷ ମଧ୍ୟ ମିଳିଅଛି।

source 2.jpg

Archive

ଫେସବୁକର “ସାମାଜବାଡି ଡିଜିଟାଲ ଫୋର୍ସ : ମିଶନ ୨୦୨୨” ପେଜରେ ମଧ୍ୟ ଏହି ଭିଡିଓଟି କୁ ଶେୟାର କରା ଯାଇଅଛି ଓ ଏହା ମଧ୍ୟ ଦାବି କରା ଯାଇଅଛି ଯେ ଭିଡିଓରେ ନାଚୁ ଥିବା ବ୍ୟକ୍ତି ଜଣେ ଓଡ଼ିଶାର ବିଜେପି ନେତା। 

source 3.jpg

Archive

ଏହି ଭିଡିଓଟି କୁ ଟୁଇଟର ରେ ମଧ୍ୟ ଭାଇରାଲ କରା ଯାଇଅଛି। ଟୁଇଟର ର “ହିଉମ୍ଯାନ ଫାର୍ଷ୍ଟ” ହ୍ୟାନ୍ଡେଲ ରେ ଏହି ଭିଡିଓଟି ରେ  ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ନାଚୁ ଥିବା ବ୍ୟକ୍ତି ବିଜେପି ନେତା ସୁଧାଂଶୁ ତ୍ରିବେଦୀ।

twitter.jpg

Archive

ଏହି ପୋଷ୍ଟ ବିଷୟରେ ସତ୍ୟ ଜାଣିବା ପାଇଁ ପଢନ୍ତୁ ଆମ ଅନୁସନ୍ଧାନ।

ଆମ ଅନୁସନ୍ଧାନ:

ଏହି ଭିଡିଓ ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ଗୁଗଲରେ ଯାଇ ସୁଧାଂଶୁ ତ୍ରିବେଦୀଙ୍କ ଫୋଟୋ ବାହାର କରିଲୁ। ଭିଡିଓରେ ଦାବି କରା ଯାଇଥିବା ବ୍ୟକ୍ତି ସୁଧାଂଶୁ ତ୍ରିବେଦୀ ବୋଲି ଗୋଟିଏ ମିଥ୍ୟା। 

sudhansu Tiwari comparision.jpg

ଭିଡିଓରେ ଥିବା ସତ୍ୟତା ଜାଣିବାକୁ ଆମେ ଭିଡିଓ କୁ ଇନଭିଡ କ୍ରୋମ ଏକ୍ସଟେନସନ ଟୁଲ ସହାୟତାରେ ଭିଡିଓ କୁ ମୁଖ୍ୟ ଫ୍ରେମରେ ବିଭାଜିତ କରିଲୁ। ସେ ମଧ୍ୟରୁ ଗୋଟିଏ ଫ୍ରେମର ଗୁଗଲ ରିଭର୍ସ ଇମେଜ ସର୍ଚ କରିଲୁ,, ଯାହା ଦ୍ଵାରା ଭିଡିଓ ପଛରେ ଥିବା ସତ୍ୟ ଘଟଣାଟି ଆମ ନଜରକୁ ଆସିଲା। 

ଅଲ୍ଟ ନିୟୁଷ ପାତ୍ରୀକର ଗୋଟିଏ ଅନୁଛେଦରେ ଏହା ଲେଖା ଯାଇଅଛି ଯେ ମଦ ନିଶାରେ ଦୁବି ନାଚୁ ଥିବା ଜଣେ ଅଜଣା ଲୋକଙ୍କ ଭିଡିଓକୁ ବିଜେପେ ନେତା ସୁଧାଂଶୁ ତ୍ରିବେଦୀ ବୋଲି କୁହାଯାଉଅଛି। 

alt news.jpg

Archive

ଶେଷକଥା: 

ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ଏହି ଭିଡିଓରେ କରା ଯାଇଥିବା ଦାବି ଗୋଟିଏ ମିଥ୍ୟା କଥା। ଜଣେ ଅଜଣା ବ୍ୟକ୍ତିଙ୍କୁ ବିଜେପି ନେତା ସୁଧାଂଶୁ ତ୍ରିବେଦୀ ବୋଲି ମିଥ୍ୟା ଖବର ଭାଇରାଲ କରା ଯାଇଅଛି। ଏହି ଭିଡିଓରେ ନାଚୁ ଥିବା ବ୍ୟକ୍ତି ଓ କରା ଯାଇ ଥିବା ଦାବିର ସୁଧାଂଶୁ ତ୍ରିବେଦୀଙ୍କ ସହିତ କୌଣସି ସମ୍ବନ୍ଧ ନାହିଁ। ଏହି ଭିଡିଓଟି କୁ ବିଜେପି ନେତା ସୁଧାଂଶୁ ତ୍ରିବେଦୀଙ୍କ ନାମ କୁ  ଅପମାନ କରିବା ପାଇଁ ଭାଇରାଲ କରା ଯାଉଅଛି।

Avatar

Title:କ’ଣ ଏହି ଭିଡିରେ ନାଚୁ ଥିବା ବ୍ୟକ୍ତି ଜଣେ ବିଜେପି ନେତା? କ’ଣ ବ୍ଯାଂକୋକ ରେ କରୁଅଛନ୍ତି ରାସଲୀଳା? ଜ୍ନାନ୍ତୁ ସତ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *