
ପାରଲେ ଜି ବିସ୍କୁଟ କୁ ପିଲାଠାରୁ ନେଇ ବୁଢା ପର୍ଯ୍ୟନ୍ତ ସବୁ ବର୍ଗ ର ଲୋକେ ଏହି ବିସ୍କୁଟ ଖାଇଥାନ୍ତି | ଅନେକ ଲୋକ ଙ୍କ ର ଏହା ପସନ୍ଦିତା ବ୍ରାଣ୍ଡ ଅଟେ | ଏହା ଆଗ ରୁ ଯେପରି ଥିଲା ଆଜି ବି ସେହିପରି ଅଛି | ଏହା ର ଡିଜାଇନ ରେ କିଛି ବି ପରିବର୍ତନ ହେଇ ନାହିଁ | ଏହି ପୋଷ୍ଟରେ କରା ଯାଇ ଥିବା ଦାବି ଅନୁସାରେ ଉପରେ ଯେଉଁ ପିଲାଟି ର ଫୋଟୋ ଆପଣ ଦେଖୁଛନ୍ତି ତାଙ୍କ ନାମ ନିରୁ ଦେଶପାଣ୍ଡେ ଅଟେ | ସେ ନାଗପୁର ରେ ରୁହନ୍ତି| ସେ ଯେତେବେଳେ ୪ ବର୍ଷ ର ଥିଲା ଏହା ସେ ସମୟ ର ଫୋଟୋ | ସେ ସମୟ ରେ ତାଙ୍କ ପିତା ଏକ ଫୋଟୋ ଉଠାଇ ପାରଲେ କମ୍ପାନୀ କୁ ପଠାଇଥିଲେ | ଏବଂ ସେ ସମୟ ରୁ ନେଇ ଆଜି ପର୍ଯ୍ୟନ୍ତ ଏହି ଫୋଟୋ ଟି ସେହିପରି ରହିଛି | କିନ୍ତୁ ଏହି ପିଲାଟି ଆଜି ପ୍ରାୟ 65 ବର୍ଷ ବୟସ ର ହେଇଗଲେଣି | ନିରୁ କିଛି ଦିନ ତଳେ ଇଂଲଣ୍ଡ ଯାଇଥିଲେ ଏବଂ ସେ ସମୟ ରେ ଏହି ବିଷୟ ରେ ଜଣାପଡିଥିଲା | କାରଣ ସେ ଏକ ମାର୍କେଟ ରେ ବୁଲିବା ସମୟ ରେ ଏକ ଦୋକାନ ରେ ଥିବା ପାରଲେ ବିସ୍କୁଟ ଉପରେ ତାଙ୍କ ର ନଜର ପଡିଥିଲା ଓ ଏହି ସମୟ ରେ ତାଙ୍କ ଆଖି ରେ ଲୁହ ଆସିଯାଇଥିଲା | ଲୋକେ ତାଙ୍କ ର ଏହି ବିସ୍କୁଟ ବ୍ୟବହାର କରିବାର ଦେଖି ଖୁବ ଖୁସି ହେଇଥିଲେ |
Facebook | Archive | Odia News 24 | Archive
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ଆମେ ପୋଷ୍ଟରେ ଥିବା ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ରିଭର୍ସ ଇମେଜ ସର୍ଚ କରିଲ୍ଲ ପରେ ଆମକୁ ୩୦ ଅକ୍ଟୋବର ୨୦୧୩ ମସିହାରେ ଇକୋନୋମିକ ଟାଇମ୍ସ ପତ୍ରିକାରେ ପ୍ରକାଶିତ ହେଇ ଥିବା ଗୋଟିଏ ଅନୁଛେଦରେ ଏହି ବିଷୟର ମିଥ୍ୟା ହେଇଥିବା ପ୍ରମାଣ ମିଳିଲା। ଏହି ଅନୁଛେଦରେ ପାର୍ଲେ-ଜି ବିସ୍କୁଟର ଇତିହାସ ବିଷୟରେ ଲେଖା ଯାଇଅଛି। ଏହି ନୁଛେଦର ଗୋଟିଏ ଅଂଶରେ ଲେଖା ଯାଇଅଛି ଯେ ବହୁତ ବର୍ଷ ଧରି ପାର୍ଲେ-ଜି ବିସ୍କୁଟ ପେକେଟଏ ଥିବା ଝିଅର ଫୋଟୋ ବିଷୟରେ ସୋସିଆଲ ମିଡିଆ ରେ ଚର୍ଚା ର ବିଷୟ ରହିଛି। ଗୋଟିଏ ବେନାମୀ ପୋଷ୍ଟ ଦାବି ଅନୁଯାୟୀ ଏହି ଝିଅ ନାମ ନିରୁ ଦେଶପାଣ୍ଡେ ଆଉ ଏହି ଫୋଟୋ ସେତେବେଳେ ନିୟା ଯାଇଥିଲା ଯେତେବେଳେ ସେ ୪ ବର୍ଷ ୩ ବର୍ଷର ଥିଲେ। ଅନ୍ୟ ପୋଷ୍ଟ ଅନୁସାରେ ଏହି ଝିଅ ନାମ ଗୁଞ୍ଜନ ଗୁନ୍ଦାନିଆ ଅଟେ।
କିନ୍ତୁ ପାର୍ଲେ-ଜି ଉତ୍ପାଦକ ପରିଚାଳକ ମୟଙ୍କ ଶାହ ଏହି କଥାର ସ୍ପଷ୍ଟ କରିଛନ୍ତି ଯେ ଏହି ଫୋଟୋଗୋଟିଏ ଦୃଷ୍ଟାନ୍ତ ଅଟେ। ଏଭେରେଷ୍ଟ କ୍ରୀଏତିଭ ନାମକ ସଂସ୍ଥା ୧୯୬୦ ମସିହାରେ ଏହି ଫୋଟୋର ଚିତ୍ରାଙ୍କଣ କରିଥିଲେ। ଏହି ଫୋଟୋ ନେଇ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଗୁଜବକୁ ଖଣ୍ଡନ କରି ମୟଙ୍କ ଶାହ କହିଛନ୍ତି ଯେ ଲୋକେ ଏହି ଝିଅ ଫୋଟୋ ନେଇ ଅନେକ କାଳ୍ପନିକ କାହାଣୀ ଗଢିଛନ୍ତି ଏବଂ ଅନ୍ୟ ଅନ୍ୟ ନାମ ଦେଇଛନ୍ତି।
୨୬ ଅଗଷ୍ଟ ୨୦୧୭ ମସିହାରେ ଲାଇଭ୍ ହିନ୍ଦୀ ନ୍ୟୁଜ ଛେନାଲ ନିଜ ୟୁଟ୍ୟୁବ ଛେନାଲ ରେ ପାର୍ଲେ-ଜି ବିସ୍କୁଟ ବିଷୟରେ ଗୋଟିଏ ଭିଡିଓ ପ୍ରସାରିତ କରିଥିଲା। ଏହି ଭିଡିଓରେ ଏହା କୁହା ଯାଇ ଅଛି ଯେ ପ୍ରଥମେ ପାର୍ଲେ-ଜି ବିସ୍କୁଟର ନାମ ପାର୍ଲେ ଗ୍ଳୁକୋ ଥିଲା ଯେଉଁଟା ପଛେ ପାର୍ଲେ-ଜି ନାମରେ ବଦଳା ଯାଇ ଥିଲା। ବିସ୍କୁଟର ପେକେଟରେ ଥିବା ଝିଅର ଫୋଟୋ ମଧ୍ୟ ବିସ୍କୁଟର ପରିଚୟ ହେଇ ସାରିଥିଲା। କିଛି ବର୍ଷ ପୂର୍ବରୁ ସୋସିଆଲ ମିଡିଆ ରେ ଏହା ଗୁଜବ ଭାଇରାଲ ହେଇଥିଲା ଯେ ଏହି ଝିଅ ନାଗପୁର ର ବାସିନ୍ଦା ନିରୁ ଦେଶପାଣ୍ଡେ ଅଟନ୍ତି। କିନ୍ତୁ ଏହା ମିଥ୍ୟା ବୋଲି ଲାଇଭ୍ ହିନ୍ଦୀ ଛେନାଲ କହିଛି। ଏଭେରେଷ୍ଟ କ୍ରୀଏତିଭ ନାମକ ସଂସ୍ଥା ୧୯୬୦ ମସିହାରେ ଏହି ଫୋଟୋର ଚିତ୍ରାଙ୍କଣ କରିଥିଲେ।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଜାଣିବାକୁ ପାଇଲୁ ଯେ ପାର୍ଲେ-ଜି ବିସ୍କୁଟ ପେକେଟରେ ଝିଅର ଫୋଟୋ ନିରୁ ଦେଶପାଣ୍ଡେଙ୍କ ସାନ ବେଳ ଫୋଟୋ ନୁହେଁ। ପାର୍ଲେ-ଜି ଉତ୍ପାଦକ ପରିଚାଳକ ମୟଙ୍କ ଶାହ ଏହି କଥାର ସ୍ପଷ୍ଟ କରିଛନ୍ତି ଯେ ଏହି ଫୋଟୋଗୋଟିଏ ଦୃଷ୍ଟାନ୍ତ ଅଟେ। ଏଭେରେଷ୍ଟ କ୍ରୀଏତିଭ ନାମକ ସଂସ୍ଥା ୧୯୬୦ ମସିହାରେ ଏହି ଫୋଟୋର ଚିତ୍ରାଙ୍କଣ କରିଥିଲେ। ଏହି ଝିଅର ଫୋଟୋ କୌଣସି ମହିଳା ସହିତ କିଛି ସମ୍ବନ୍ଧ ନାହିଁ।

Title:କ’ଣ ପାର୍ଲେ-ଜି ବିସ୍କୁଟ ପେକେଟରେ ଥିବା ଝିଅ ନିରୁ ଦେଶପାଣ୍ଡେଙ୍କ ସାନ ବେଳ ଫୋଟୋ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False