
୧୮ ଅଗଷ୍ଟରେ ଜଣେ ଫେସବୁକ ୟୁଜର ଗୋଟିଏ ଫୋଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ ଭଗତ ସିଂହ କୁ ଇଂରେଜ ମାନେ ଚାବୁକରେ ପ୍ରହାର କରୁଛନ୍ତି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଏହି ବିଷୟ ନେଇ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୨୨ ମେ ୨୦୧୮ ମସିହାରେ ଜଣେ ଟୁଇଟର ୟୁଜର ଏହି ଫୋଟୋ ଟୁଇଟ କରିଥିବା ମିଳିଲା। ଏହି ଟୁଇଟରେ କୁହା ଯାଇଅଛି ଯେ ଏହି ଫୋଟୋ ପଞ୍ଜାବର କାସୁର ଆଞ୍ଚଲର ଅଟେ ଯେଉଁଟା ବେଞ୍ଜାମିନ ହୋର୍ନିମେନ ନାମକ ଜଣେ ବବ୍ୟକ୍ତି ଚୋରା ଚାଲାଣ କରି ନିଜ ସହିତ ନେଇ ଯାଇ ଥିଲେ ଏବଂ ୧୯୨୦ ମସିହାରେ ତାଙ୍କର ଗୋଟିଏ ପୁସ୍ତକ ପ୍ରକାଶ କରିଥିଲେ।
Here are two of the photographs of public floggings at Kasur, in Punjab, that were smuggled out of India and published by Benjamin Horniman in 1920 #AmritsarMassacre pic.twitter.com/qoUZOPypsY
— Kim A. Wagner (@KimAtiWagner) May 22, 2018
ଏହା ପରେ ଆମେ ଗୁଗୁଲରେ ଯାଇ ବେଞ୍ଜାମିନ ହୋର୍ନିମେନ ଲେଖି ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୭ ଏପ୍ରିଲ ୨୦୧୯ ମସିହାରେ ହିନ୍ଦୁସ୍ତାନ ଟାଇମ୍ସ ପତ୍ରିକାରେ ବେଞ୍ଜାମିନଙ୍କ ବିଷୟରେ ପ୍ରକାଶିତ ହେଇଥିବା ଗୋଟିଏ ଅନୁଛେଦ ମିଳିଲା। ଏହି ଅନୁଛେଦରେ କୁହା ଯାଇଅଛି ଯେ ବେଞ୍ଜାମିନ ହୋର୍ନିମେନ (୧୮୭୩ – ୧୯୪୮) ଜଣେ ଇଂରେଜ ପତ୍ରକାର ଥିଲେ ଯିଏ ୧୯୧୯ ମସିହାରେ ବୋମ୍ବେ କ୍ରୋନିକାଲ୍ସ ନାମକ ପତ୍ରିକାର ସମ୍ପାଦକ ଥିଲେ। ଜଳିଆବାଲା ବାଗ ହିଂସା ପରେ ବୋମ୍ବେ କ୍ରୋନିକାଲ୍ସ ଭାରତର ସ୍ଵାଧୀନତା ସ୍ଵର ର ଗୋଟିଏ ମାଧ୍ୟମ ହେଇ ଯାଇଥିଲା। ଏହି ହିଂସାର ରିପୋର୍ଟ ଲେଖିଥିବା ସାମ୍ବାଦିକଙ୍କୁ ୨ ବର୍ଷ କାରାଦଣ୍ଡ ଦିଆ ଯାଇଥିଲା ଏବଂ ବେଞ୍ଜାମିନଙ୍କୁ ଇଂଲାଣ୍ଡ ଫେରସ୍ତ କରା ଯାଇଥିଲା। ଜଳିଆବାଲା ବାଗ ହିଂସା ପର କିଛି ଘଟଣାର ଫୋଟୋ ଚୋରା ଚାଲାଣ କରି ନେଇ ଯାଇଥିଲେ। ୧୯୨୦ ମସିହାରେ ବେଞ୍ଜାମିନଙ୍କର “ଅମ୍ରିତସର ଏଣ୍ଡ ଆୱାର ଦ୍ୟୁଟି ଟୁ ଇଣ୍ଡିଆ” ନାମକ ପୁସ୍ତକ ପ୍ରକାଶିତ ହେଇଥିଲା ଯେଉଁଥିରେ ସେ ଗେନେରାଲ ଡାୟାରଙ୍କରକ୍ରୁରତା ବିଷୟରେ ଲେଖିଛନ୍ତି।
ଏହା ପରେ ଆମେ ଜଳିଆବାଲା ବାଗ ଘଟଣା କେଉଁ ବର୍ଷ ଘଟିଥିଲା ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ବ୍ରିଟାନିକା ୱେବସାଇଟରେ ଏହି ବିଷୟରେ ତଥ୍ୟ ମିଳିଲା। ବ୍ରିଟାନିକାର ଗୋଟିଏ ଅନୁଛେଦରେ କୁହା ଯାଇଅଛି ଯେ ଜଳିଆବାଲା ବାଗ ହିଂସା ୧୩ ଏପ୍ରିଲ ୧୯୧୯ ମସିହାରେ ହେଇଥିଲା। ଏହି ହିଂସାରେ ଇଂରେଜ ସୈନିକ ମାନେ ଅନେକ ସଂଖ୍ୟାରେ ଏକତ୍ର ହେଇଥିବା ଅସ୍ତ୍ରହୀନ ଭାରତୀୟଙ୍କ ଉପରେ ଗୁଳିଚାଳନା କରି ତାଙ୍କ ହତ୍ୟା କରିଥିଲେ। ଏହି ଘଟଣା ପଞ୍ଜାବର ଅମୃତସର ଅଞ୍ଚଲରେ ଘଟିଥିଲା।
୧୩ ଅଗଷ୍ଟ ୨୦୧୯ ମସିହାରେ ବାୟୋଗ୍ରାଫି ନାମକ ୱେବସାଇଟରେ ଭଗତ ସିଂହଙ୍କ ଜୀବନୀ ବିଷୟରେ ଗୋଟିଏ ଅନୁଛେଦ ପ୍ରକାଶିତ ହେଇଛି। ଏହି ଜୀବନୀରେ ଲେଖା ଯାଇଅଛି ଯେ ତାଙ୍କ ଜନ୍ମ ୨୭ ସେପ୍ଟେମ୍ବର ୨୦୦୭ ମସିହାରେ ଗୋଟିଏ ଶିଖ୍ ପରିବାର ରେ ହେଇଥିଲା। ତାଙ୍କ ଜନ୍ମ ସମୟରେ ତାଙ୍କ ପିତା ସ୍ଵାଧୀନତା ଆନ୍ଦୋଳନ ପାଇଁ ଜେଲ୍ ରେ ଥିଲେ। ୧୩ ବୟସରେ ଭଗତ ସିଂହ ଗାନ୍ଧୀଜୀଙ୍କ ଠାରୁ ନାହୁତ ପ୍ରଭାବିତ ହେଇ ଥିଲେ। ସେ ନିଜର ସ୍କୁଲ ଛାଡ଼ି ଲାହୋର ର ନେସନଲ କଲେଜରେ ଶିକ୍ଷା ନେଇଥିଲେ। ୧୯୨୬ ମସିହାରେ ସେ ନଉଜଭନ ଭାରତ ସଭାର ଗଠଣକରି ଥିଲେ। ୧୯୨୭ ମସିହା ରେ ରେ ଆନ୍ଦୋଳାଣ ରେ ସମ୍ପୂର୍ଣ ଭାବେ ଯୋଗଦାନ ଦେଲା ପରେ ପୋଲିସ ନଜରରେ ଆସିଲେ।
ପୋଷ୍ଟ କରା ଯାଇଥିବା ସମୟରେ ଭଗତ ସିଂହ କେବଳ ୧୨ ବର୍ଷର ଥିଲେ ଏବଂ କୌଣସି ସତ୍ୟାଗ୍ରହ ଆନ୍ଦୋଳାଣରେ ଭାଗ ନେଇ ନଥିଲେ। ସେଥିପାଇଁ ପୋଷ୍ଟ କରା ଯାଇଥିବା ଫୋଟୋରେ ବ୍ୟକ୍ତି ଜଣ ଭଗତ ସିଂହ ନୁହନ୍ତୁୟ।
ଶେଷକଥା:
ପୋଷ୍ଟ କରା ଯାଇଥିବା ଫୋଟୋ ୧୯୨୦ ମସିହାର ଅଟେ। ସେତେବେଳେ ଭଗତ ସିଂହ କେବଳ ୧୨ ବର୍ଷର ଥିଲେ ଏବଂ କୌଣସି ଆନ୍ଦୋଳାଣରେ ଭାଗ ଦେଇ ନଥିଲେ। ପୋଷ୍ଟରେ କରା ଯାଇଥିବା ଦାବି ଯେ ଫୋଟୋରେ ଥିବା ବ୍ୟକ୍ତି ଭଗତ ସିଂହ ଅଟନ୍ତି ସମ୍ପୂର୍ଣ ଭାବେ ମିଥ୍ୟା ଅଟେ।

Title:କ’ଣ ଫୋଟୋରେ ଇଂରେଜଙ୍କର ନିର୍ଯାତନା ସାମନା କରୁଥିବା ବ୍ୟକ୍ତି ଭଗତ ସିଂହ ଅଟନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False