କ’ଣ ଫୋଟୋରେ ବସିଥିବା ବୃଦ୍ଧ ବ୍ୟକ୍ତି ପୂର୍ବତନ ରାଷ୍ଟ୍ରପତ୍ତି ଡାଃ ଅବ୍ଦୁଲ କାଲାମଙ୍କ ବଡ଼ ଭାଇ? କ’ଣ ସେ ବର୍ତମାନ ଛତା ମରାମତି କାମ କରୁଛନ୍ତି? ଜାଣନ୍ତୁ ସତ୍ୟ।

False Social
image.jpg

୪ ଅଗଷ୍ଟରେ ଜଣେ ଫେସବୁକ ୟୁଜର ଓଡ଼ିଶା ୱୀଥ ବିଜେପି ନାମକ ଫେସବୁକ ଗ୍ରୁପରେ ଗୋଟିଏ ଫୋଟୋ ପୋସ୍ତ କରିଛନ୍ତି। ଏହି ଫୋଟୋରେ ଜଣେ ବୃଦ୍ଧ ବ୍ୟକ୍ତି ଛତା ମରାମତି ଦୋକାନରେ ବସିଛନ୍ତି। ଏହି ଫୋଟୋରେ ଦାବି କରା ଯାଇଅଛି ଯେ ଏହି ବୃଦ୍ଧ ବ୍ୟକ୍ତି ଡାଃ ଅବ୍ଦୁଲ କାଲାମଙ୍କ ବଡ଼ ଭାଇ ଅଟନ୍ତି ଏବଂ ତାଙ୍କର ଗୋଟିଏ ଛତା ମରାମତି ଦୋକାନ ଅଛି। ଏହି ପୋସ୍ତରେ ଏହା ମଧ୍ୟ କୁହା ଯାଇଅଛି ଯେ କାଲାମ ସାହାବ ଚାହିଁଥାନ୍ତେ ତାଙ୍କ ବଡ଼ ଭାଇଙ୍କ ପାଇଁ ବହୁତ କିଛି କରି ପାରିଥାନ୍ତେ କିନ୍ତୁ କିନ୍ତୁ କରିଲେ ନାହିଁ। ତାଙ୍କ ପାଇଁ ଦେଶହି ତାଙ୍କ ପରିବାର ଥିଲା ବୋଲି କୁହା ଯାଇଅଛି। 

fb.jpg

Facebook | Archive

ଏହି ଖବର ୨ ଅଗଷ୍ଟ ୨୦୧୫ ମସିହାରେ ଫେସବୁକର ଅନ୍ୟ ଗ୍ରୁପରେ ମଧ୍ୟ ଦେଖିବାକୁ ମିଳିଛି। 

ଏହି ଖବର ୪ ଅଗଷ୍ଟ ୨୦୧୫ ମସିହାରେ ଇଣ୍ଡିଆ.କମ୍ ନାମକ ଅନ୍ଲାଇନ ସମ୍ବାଦରେ ମଧ୍ୟ ପ୍ରକାଶିତ ହେଇଥିଲା। ଏହି ସମ୍ବାଦରେ କୁହା ଯାଇଅଛି ଯେ ଛତା ମରାମତି ଦୋକାନରେ ବସିଥିବା ଏହି ବୃଦ୍ଧ ବ୍ୟକ୍ତି ଡାଃ ଅବ୍ଦୁଲ କାଲାମଙ୍କ ବଡ଼ ଭାଇ ଅଟନ୍ତି। ତାଙ୍କ ନାମ ମହମ୍ମଦ ମୁଥୁ ମୀରା ଲିବାଇ ମାରାଇକର ଅଟେ। ତାଙ୍କ ବୟସ ୯୯ ଅଟେ ଏବଂ ସେ ଏହି ଛତା ଦୋକାନର ମାଲିକ ଅଟନ୍ତି। ତାଙ୍କ ଦୋକାନରେ ସେ ଡାଃ ଅବ୍ଦୁଲ କାଲାମଙ୍କ ଫୋଟୋ ମଧ୍ୟ ରଖିଛନ୍ତି। ଏହି କଥାରୁ ପ୍ରମାଣ ହେଉଛି ଯେ ଡାଃ କାଲାମଙ୍କ କେତେ ସଛୋଟ। 

india.com.jpg

India.com | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଡାଃ ଅବ୍ଦୁଲ କାଲାମଙ୍କ ଘର ଲୋକଙ୍କୁ ଏବଂ ତାଙ୍କ ଫୋନ ନମ୍ବର ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ଗୁଗୁଲରେ ଏପିଯେ ଅବ୍ଦୁଲ କାଲାମ ଫାଉଣ୍ଡେସନ୍ସ ନାମକ ଗୋଟିଏ ସଂସ୍ଥାର ୱେବସାଇଟ ମିଳିଲା। ଆମେ ଏହି ୱେବସାଇଟରେ ଦିଆ ଯାଇଥିବା ଫୋନ ନମ୍ବରରେ କଲ୍ ଲଗାଇ ଶ୍ରୀ ସୁରେଶଙ୍କ ସହିତ କଥା ହେଳୁ। କଥା ହେଲା ପରେ ସେ ଆମକୁ ପୋସ୍ତ କରା ଯାଇଥିବା ଫୋଟୋ ମେଲ୍ କରିବା ପାଇଁ କହିଲେ। ମେଲ୍ ପାଇ ଶ୍ରୀ ଶେଖ ସଲିମ (ଡାଃ ଅବ୍ଦୁଲ କାଲାମଙ୍କ ନାତି) ଉତ୍ତର ଦେଲେ ଯେ ପୋଷ୍ଟରେ କରା ଯାଇଥିବା ଦାବି ମିଥ୍ୟା ଅଟେ। ଭାରତ ରତ୍ନ ଡାଃ ଅବ୍ଦୁଲ କାଲାମଙ୍କ ବଡ଼ ଭାଇ ହାଯୋ ମହମ୍ମଦ ମୁଥୁ ମୀରା ମାରାଇକାୟର ରାମେଶ୍ଵରମରେ ରୁହନ୍ତି ଏବଂ ତାଙ୍କ ବୟସ ୧୦୪ ଅଟେ। ଏହା ସହ ସେ ଡାଃ ଅବ୍ଦୁଲ କାଲାମଙ୍କ ଭାଇଙ୍କ କିଛି ଫୋଟୋ ମଧ୍ୟ ପଠାଇଛନ୍ତି। 

Dr.APJ.Abdul Kalam Elder brother photo-1.jpg
Dr.APJ.Abdul Kalam Elder brother photo-3.jpg
Dr.APJ.Abdul Kalam Elder brother photo-4.jpg

ଏହା ପରେ ଆମେ ପୋଷ୍ଟ କରା ଯାଇଥିବା ଫୋଟୋ ଏବଂ ମେଲ୍ରେ ମିଳିଥିବା ଫୋଟୋର ତୁଳନା କରିଲୁ। ତୁଳନା କରିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ପୋଷ୍ଟରେ ଛତା ଦୋକାନରେ ବସି ଥିବା ବୃଦ୍ଧ ବ୍ୟକ୍ତି ଡାଃ ଅବ୍ଦୁଲ କାଲାମଙ୍କ ବଡ଼ ଭାଇ ନୁହନ୍ତି। 

COMPARISION.jpg

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣ ହେଲା ଯେ ପୋଷ୍ଟରେ କରା ଯାଇଥିବା ଦାବି ସମ୍ପୂର୍ଣ ଭାବେ ମିଥ୍ୟା ଅଟେ। ଡାଃ ଅବ୍ଦୁଲ କାଲାମଙ୍କ ନାତି ନିଜେ ଏହି କଥାର ଖଣ୍ଡନ କରି କହିଛନ୍ତି ଯେ ଏହା ବିଭାରାନ୍ତକାରୀ ପୋଷ୍ଟ ଅଟେ ଏବଂ ଏହାରେ କୌଣସି ସତ୍ୟତା ନାହିଁ। 

Avatar

Title:କ’ଣ ଫୋଟୋରେ ବସିଥିବା ବୃଦ୍ଧ ବ୍ୟକ୍ତି ପୂର୍ବତନ ରାଷ୍ଟ୍ରପତ୍ତି ଡାଃ ଅବ୍ଦୁଲ କାଲାମଙ୍କ ବଡ଼ ଭାଇ? କ’ଣ ସେ ବର୍ତମାନ ଛତା ମରାମତି କାମ କରୁଛନ୍ତି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *