
ଟି୨୦ ବିଶ୍ଵ କପ୍ ପ୍ରତିଯୋଗୀତାରେ ଅଷ୍ଟ୍ରେଲିଆ ପାକିସ୍ତାନକୁ ହରାଇ ଫାଇନାଲ୍ ରେ ନିଜ ସ୍ଥାନ ନିଶ୍ଚିତ କରିଛି। ଫାଇନାଲ୍ ରେ ଅଷ୍ଟ୍ରେଲିଆ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବାକୁ ଯାଉଛି। ଏହି ବିଶ୍ଵ କପ୍ ପ୍ରତିଯୋଗୀତାରେ ଭାରତ ସେମିଫାଇନାଲ୍ ରେ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଥିଲା ଯାହା ଭାରତୀୟ ଦର୍ଶକଙ୍କୁ ନିରାଶ କରିଥିଲା।
ଅଷ୍ଟ୍ରେଲିଆ ପାକିସ୍ତାନକୁ ପରାସ୍ତ କରିବା ପରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତି ଅଷ୍ଟ୍ରେଲିଆ ଦଳ ଜର୍ସି ପିନ୍ଧି ଷ୍ଟାଡିୟମରେ ଭାରତ ମାତାକି ଜୟ ଏବଂ ବନ୍ଦେ ମାତରମ ନାରା ଦେଉଛନ୍ତି। ପୋଷ୍ଟରେ ଦାବି କରା ଯାଇଛି ଭିଡିଓରେ ଥିବା ବ୍ୟକ୍ତି ଅଷ୍ଟ୍ରେଲିଆର ବ୍ୟାଟ୍ସାମେନ ମେଥ୍ୟୁ ୱେଡ୍ ଅଟନ୍ତି ଯିଏ ଏହି ପରି ନାରା ଲଗାଇ ଷ୍ଟାଡିୟମରେ ଥିବା ଭାରତୀୟ ସମର୍ଥକଙ୍କୁ ଉତ୍ସାହ କରୁଛନ୍ତି।
ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ହେଉଥିବା ଦାବିକୁ ମିଥ୍ୟା ବୋଲି ପାଇଲା।
ଏହି ସମାନ ଭିଡିଓ ଏବଂ ଦାବି ଆମକୁ ଫେସବୁକର ଅନ୍ୟ ପୋଷ୍ଟର ମଧ୍ୟ ଦେଖିବାକୁ ମିଳିଲା।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ଗାବିରତା ସହିତ ଦେଖିଲୁ। ଭିଡିଓର ଉପର ଡାହାଣ ପାର୍ଶ୍ଵରେ “ୱାର୍ଲ୍ଡ କ୍ରିକେଟ୍ ଫ୍ୟାନ୍ସ” ବୋଲି ଉଲ୍ଲେଖ କରା ଯାଇଛି। ଆମେ ୟୁଟ୍ୟୁବରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସମାନ ଭିଡିଓ ସର୍ଚ୍ଚ କରିଲୁ। ୨୦ ଜାନୁଆରୀ ୨୦୨୧ ରେ ଆମକୁ ସମାନ ଭିଡିଓ ୱାର୍ଲ୍ଡ କ୍ରିକେଟ୍ ଫ୍ୟାନ୍ସ ଚ୍ୟାନାଲରେ ପ୍ରସାରିତ ହେଇଥିବା ମିଳିଲା। ଏହି ଭିଡିଓର କ୍ୟାପସନ୍ ରେ କୁହା ଯାଇଛି ଯେ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ହେଉଥିବା ମ୍ୟାରେ ଜଣେ ଅଷ୍ଟ୍ରେଲିଆ କ୍ରିକେଟ୍ ପ୍ରେମୀ ଭାରତ ମାତା କି ଯାଇ ନାରା ଦେଉଛନ୍ତି।
ଉପରୋକୀ ଭିଡିଓ ଜାନୁଆରୀ ମାସରେ ପୋଷ୍ଟ ହେଇଥିବା ଦ୍ଵାରା ଏହା ସ୍ପଷ୍ଟ ହେଲା ଯେ ଭାଇରାଲ ଭିଡିଓର ବର୍ତ୍ତମାନ ସମୟ ସହିତ କୌଣସି ସମ୍ବନ୍ଧ ନାହିଁ।
ଏହା ପରେ ଆମେ ଟି୨୦ ବିଶ୍ଵ କପ୍ ରେ ଅଷ୍ଟ୍ରେଲିଆର ଜର୍ସି ଭାଇରାଲ ଭିଡିଓରେ ବ୍ୟକ୍ତିଙ୍କ ଦ୍ଵାରା ପିନ୍ଧି ଥିବା ଜର୍ସି ଠାରୁ ଭିନ୍ନ ପାଇଲୁ। ନିମ୍ନରେ ଆପଣ ତୁଳନା ଦେଖି ପାରିବେ।

୨୦ ଜାନୁଆରୀରେ ଇଣ୍ଡିଆଟାଇମ୍ସ ଦ୍ଵାରା ପ୍ରକାଶିତ ଏକ ସମ୍ବାଦରେ ଆମକୁ ଏହି ବିଷୟରେ ସୂଚନା ମିଳିଲା। ସମ୍ବାଦ ଅନୁଯାୟୀ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ହେଉଥିବା ଶେଷ ଟେଷ୍ଟ ମ୍ୟାଚର ଚତୁର୍ଥ ଦିନ ଖେଳ ସମୟରେ ଜଣେ ଅଷ୍ଟ୍ରେଲିଆ ସମର୍ଥକ ଭାରତ ମାତା କି ଜୟ ଏବଂ ବନ୍ଦେ ମାତରମ ନାରା ଲଗାଉଥିବା ବେଳେ ଭାରତ ସମର୍ଥକ ମାନେ ତାଙ୍କ ସହିତ ଯୋଗଦାନ ଦେଇଥିଲେ।

ଏହା ପରେ ଆମେ ମେଥ୍ୟୁ ୱେଡ୍ ଏବଂ ଭାଇରାଲ ଇଡେଓରେ ଥିବା ବ୍ୟକ୍ତିଙ୍କ ମଧ୍ୟରେ ତୁଳନା କରିଲୁ। ଫଳାଫଳରେ ଆମେ ଜାଣିଲୁ ଯେ ଭିଡିଓରେ ଥିବା ବ୍ୟକ୍ତି ମେଥ୍ୟୁ ୱେଡ୍ ଠାରୁ ଭିନ୍ନ ଦେଖିବାକୁ। ନିମ୍ନରେ ଆପଣ ମାନ ଏତୁଳନା ଦେଖି ପାରିବେ।

ଶେଷକଥା:
ଆମ ନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓରେ ଭାରତ ମାତା କି ଜୟ ନାରା ଲଗାଉଥିବା ବ୍ୟକ୍ତି ମେଥ୍ୟୁ ୱେଡ୍ ନୁହନ୍ତି ବରଂ ଅଷ୍ଟ୍ରେଲିଆର ଜଣେ ସମର୍ଥକ ଅଟନ୍ତି। ଏହି ଭିଡିଓର ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ମଧ୍ୟରେ ଖେଳା ଯାଇଥିବା ଟି୨୦ ବିଶ୍ଵ କପ୍ ମ୍ୟାଚ ହେଇଥିବା ଦାବି ମଧ୍ୟ ମିଥ୍ୟା ଅଟେ। ଏହି ଭିଡିଓ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଜାନୁଆରୀ ମାସରେ ଖେଳା ଯାଇଥିବା ସମୟର ଭିଡିଓ ଅଟେ।

Title:କ’ଣ ଅଷ୍ଟ୍ରେଲିଆ କ୍ରିକେଟର ମେଥ୍ୟୁ ୱେଡ୍ ଷ୍ଟାଡିୟମରେ ଥିବା ଭାରତ ଦର୍ଶକଙ୍କୁ ଉତ୍ସାହ କରିବା ପାଇଁ ଭାରତ ମାତା କି ଜୟ ନାରା ଦେଉଛନ୍ତି?
Fact Check By: Siddharth SahuResult: False
