
କୋରୋନାର ଭୟ ସଂସାର ସାରା ବ୍ୟାପୀ ସାରିଲାଣି। ଅନେକ ଲୋକ ଆକ୍ରାନ୍ତ ହେଉଛନ୍ତି ଏବଂ ଅନେକ ଲୋକଙ୍କର ମୃତ୍ୟୁ ମଧ୍ୟ ହେଉଛି। ବର୍ତମାନ ସୁଧା ଏହି ରୋଗର କୌଣସି ଔଷଧ ବା ଟୀକା ଣ ବାହାରି ଥିବାରୁ ଏହି ରୋଗରୁ ଉଦ୍ଧାର ମିଳୁ ନାହିଁ। ନିଜ କୁ ସୁରକ୍ଷିତ ରଖିବା ପାଇଁ ଅନେକ ଦେଶ ନିଜ ଦେଶବାସୀଙ୍କ ପାଇଁ ଭିନ୍ନ ଭିନ୍ନ ପ୍ରକାର ର ପଦକ୍ଷେପ ନେଇଛନ୍ତି। ସେହି ସମୟରେ ଡାକ୍ତର ମାନେ ଏବଂ ହସ୍ପିଟାଲର ଅନ୍ୟ କର୍ମଚାରୀ ମାନେ ନିଜ ଜୀବନକୁ ବିପଦରେ ପକାଇ ଲୋକଙ୍କ ସେବା କରୁଛନ୍ତି।
୨୫ ମାର୍ଚରେ ଜଣେ ଫେସବୁକ ୟୁଜର ଓଡ଼ିଶା ୱିଥ ବିଜେପି ନାମକ ଫେସବୁକ ପେଜରେ ଗୋଟିଏ ଫୋଟୋ ପୋଷ୍ଟ କରି ଏହା ଦାବି କରିଛନ୍ତି ଯେ ଫୋଟୋରେ ଥିବା ଦମ୍ପତି ଡାକ୍ତର ଅଟନ୍ତି। ସେମାନେ ୧୩୪ ଜଣ କୋରୋନା ଆକ୍ରାନ୍ତ ରୋଗୀଙ୍କର ଇଟାଲୀରେ ଚିକିତ୍ସା କରି ଥିଲେ। ସେମାନେ ଏହା ଜାଣିବାକୁ ପାଇଲେ ଯେ ସେମାନେ ମଧ୍ୟ କୋରୋନା ସଂକ୍ରାମିତ ହେଇ ସାରିଛନ୍ତି ଆଉ ତାଙ୍କର ଜୀବନ ବଞ୍ଚିବାର କୌଣସି ଆସା ନାହିଁ। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରା ଯାଇଅଛି ଯେ ଦୁହି ଜଣ ପରସ୍ପର ସହିତା ଦେଖା କରିବା ଅଧଘଣ୍ଟା ପରେ ଉଭୟଙ୍କର ମୃତ୍ୟୁ ଘଟିଥିଲା।
ଆମ ଅନୁସନ୍ଧାନରୁ ଜଣା ପଡିଲା ଯେ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ପୋଷ୍ଟରେ ଥିବା ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ଋଭ୍ର୍ସ ଇମେଜ ସର୍ଚ କରିଲା ପରେ ଆମକୁ ଏହି ବିଷୟ ନେଇ ୱାଶିଂଟନ ପୋଷ୍ଟ ନାମକ ପତ୍ରିକାରେ ଛପି ଥିବା ଗୋଟିଏ ଅନୁଛେଦ ମିଳିଲା। ଏହି ଅନୁଛେଦରେ ଏହା କୁହା ଯାଇଅଛି ଯେ ୧୨ ମାର୍ଚ ରେ ଜଣେ ଦମ୍ପତି ସ୍ପେନ ଦେଶର ବାର୍ଷିଲୋନା ସହର ର ବିମାନ ବନ୍ଦରରେ ପରସ୍ପର କୁ ପ୍ରେମ କରିବା ଦେଖିବାକୁ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ନିର୍ଦେଶରେ ୟୁରୋପରୁ ଲୋକଙ୍କ ଅନ୍ୟ ଦେଶକୁ ଯିବା ଆସିବା ନେଇ କଠୋର ନିୟମ ଏହି ରବିବାରରୁ ଲାଗୁ କରା ଗଲା। ଅନେକ ଲୋକଙ୍କ ପାଇଁ ଏହି ନୂତନ କୋରୋନା ଭାଇରସ ଦ୍ଵାରା ବେସୀ ସାଂଘାତିକ ଲକ୍ଷଣ ଦେଖିବା କୁ ମିଳେ ନାହିଁ, ମାତ୍ର ହାଲୁକା ଜର ଓ କାସ ହୋଇଥାଏ। କିନ୍ତୁ ଅନ୍ୟ କେତେ ଲୋକଙ୍କ ପାଇଁ ଏହା ନିମୋନିୟା ପରି ସାଂଘାତିକ ରୃପ ଧରି ଥାଏ।
ଉପରେ ଥିବା ବାଶିଙ୍ଗଟନ ପୋଷ୍ଟ ପତ୍ରିକାରେ ଥିବା ଫୋଟୋ ତଳେ ଫୋଟୋଗ୍ରାଫରଙ୍କ ନାମ ଏମିଲିଓ ମୋଡ଼େନାତି ବୋଲି କୁହା ଯାଇଅଛି। ଏହି ନାମ ଜାଣିଲା ପରେ ଆମେ ଟୁଇଟରରେ ଯାଇ ତାଙ୍କ ଅଫିସିଆଲ ଏକାଉଣ୍ଟ ଖୋଜି ବାହାର କରିଲୁ। ୧୨ ମାର୍ଚରେ ଏମିଲିଓ ନିଜ ଟୁଇଟର ହେଣ୍ଡେଲରେ ଏହି ଫୋଟୋ ଟୁଇଟ କରି କହିଛନ୍ତି ଯେ ସ୍ପେନର ବାର୍ଷିଲୋନା ବିମାନ ବନ୍ଦରରେ ଗୋଟିଏ ଦମ୍ପତି ପରସ୍ପରକୁ ପ୍ରେମ କରୁଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଏହା ଘୋଷଣା କରିଛନ୍ତି ଯେ ସପ୍ତାହାନ୍ତ ଠାରୁ ୟୁରୋପ ରୁ ଲୋକଙ୍କ ଚଳ-ପ୍ରଚଳ ନେଇ କଡ଼ା ନିୟମ ଲାଗୁ ହେବ।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ଏହି ଫୋଟୋରେ ଥିବା ଦମ୍ପତି କୌଣସି ଡାକ୍ତର ନୁହନ୍ତି ବା ତାଙ୍କର କୌଣସି କୋରୋନା ଆକ୍ରାନ୍ତ ରୋଗୀଙ୍କ ହିକିତ୍ସା କରିଥିବାରୁ ମୃତ୍ୟୁ ହେଇ ନାହିଁ। ଏହି ଦମ୍ପତି ଯାତ୍ରୀ ଅଟନ୍ତି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ଦ୍ଵାରା ୟୁରୋପରୁ ଯାତ୍ରୀଙ୍କ ଚଳ-ପ୍ରଚଳ ନେଇ କଡ଼ା ନିୟମ ଲାଗୁ ହେଲା ପରେ ବିମାନ ବନ୍ଦରରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି କଥାର ନିଜେ ଫୋଟୋଗ୍ରାଫର ଏମିଲିଓ ଟୁଇଟରରେ ପୁଷ୍ଟି କରିଛନ୍ତି। ପୋଷ୍ଟରେ କଡ଼ା ଜିଥିବା ଦାବିରେ କୌଣସି ସତ୍ୟତା ନାହିଁ।

Title:କ’ଣ ଫୋଟୋରେ ଥିବା ଡାକ୍ତର ଦମ୍ପତି କୋରୋନା ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା କରି ନିଜ ଜୀବନ ହରାଇଲେ? ଜାଣନ୍ତୁ ସତ।
Fact Check By: Siddharth SahuResult: False