
ପଞ୍ଜାବ, ହରିୟାଣା ଏବଂ ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନର ଖବର ସୋସିଆଲ ମିଡିଆରେ ବୃଦ୍ଧି ପାଇବାରେ ଲାଗିଛି। ଏହି ଖବର ସହିତ ଗୋଟିଏ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ କିଛି ଡଙ୍ଗାରେ ଲୋକେ ଭାରତର ପତକା ଧରିଛନ୍ତି। ପୋଷ୍ଟର ଦାବି ଅନୁଯାୟୀ ଏହି ଫୋଟୋ କେରଳରୁ ଆସିଛି ଏବଂ ବର୍ତ୍ତମାନ ଚାଲୁଥିବା କୃଷକ ଆନ୍ଦୋଳନ ସମର୍ଥନରେ ଏପରି କରା ଯାଇଅଛି।
ଫେକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା।

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ସମାନ ଫୋଟୋ ବିଜେପି କେଶପୁର ପୂର୍ବ ମଣ୍ଡଲ ନାମକ ଫେସବୁକ ଏକାଉଣ୍ଟରେ ୧୫ ଅଗଷ୍ଟ ୨୦୨୦ ମସିହାରେ ପୋଷ୍ଟ ହେଇଥିବାର ମିଳିଲା। ଏହି ପୋଷ୍ଟରେ ସେ ସମସ୍ତଙ୍କୁ ଭାରତର ୭୪ ସ୍ଵାଧୀନତା ଦିବସ ଶୁଭେଚ୍ଛା ଜଣାଇଛନ୍ତି।
ଏହି ଫୋଟୋ ଦିଲ୍ଲୀ ନାମକ ଜଣେ ଟୁଇଟର ୟୁଜର ମଧ୍ୟ ୧୫ ଅଗଷ୍ଟରେ ଟୁଇଟ କରିଛନ୍ତି।
କୃଷି ବିଲ୍ ସଂସଦରେ କେବେ ପ୍ରସ୍ତୁତ କରା ଯାଇଥିଲା?
ଏହା ପରେ ଆମେ ଗୁଗୁଲରେ ଯାଇ ସର୍ଚ କରିଲୁ ଯେ କୃଷି ବିଲ୍ ସଂସଦରେ କେଉଁ ତାରିଖରେ ପ୍ରସ୍ତୁତ କରା ଯାଇଥିଲା। ସର୍ଚ କରିଲା ପରେ ଆମକୁ ପିଆଇବି ସରକାରୀ ୱେବସାଇଟରେ ଏହି ବିଷୟରେ ସୂଚନା ମିଳିଲା। ଏହି ୱେବସାଇଟ ଅନୁଯାୟୀ କୃଷି ବିଲ୍ ଲୋକ୍ ସଭା ସଂସଦରେ ୧୪ ସେପ୍ଟେମ୍ବର ୨୦୨୦ ରେ ଏବଂ ୨୦ ସେପ୍ଟେମ୍ବରରେ ରାଜ୍ୟ ସଭା ସଂସଦରେ ପ୍ରସ୍ତୁତ କରା ଯାଇଥିଲା।

ଯେହେତୁ ଭାଇରାଲ ଫୋଟୋ ସଂସଦରେ କୃଷି ବିଲ୍ ପ୍ରସ୍ତୁତ କରିବା ପୂର୍ବରୁ ବିଭିନ୍ନ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି, ତେଣୁ ଏହି ଫୋଟୋର କୃଷି ବିଲ୍ ବା କୃଷି ଆନ୍ଦୋଳନ ସହିତ ଜଡ଼ିତ ହେବାର କୌଣସି ସମ୍ଭାବନା ନାହିଁ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ସଂସଦରେ କୃଷି ବିଲ୍ ପ୍ରସ୍ତୁତ କରିବା ପୂର୍ବରୁ ମଧ୍ୟ ଏହି ଫୋଟୋ ଇଣ୍ଟରନେଟ୍ ରେ ଉପଲବ୍ଧ ଅଛି। ସେଥିପାଇଁ ଉପରୋକ୍ତ ପୋଷ୍ଟରେ କରା ଯାଇଥିବା ଦାବି ମିଥ୍ୟା ଏବଂ ଭିତ୍ତିହୀନ ଅଟେ।

Title:କ’ଣ କୃଷକ ଆନ୍ଦୋଳନକୁ ସମର୍ଥନ କରି କେରଳରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False