କ’ଣ ଫୋଟୋରେ ଥିବା ବ୍ୟକ୍ତି ନିଜ ଲି-ଙ୍ଗ ଟ୍ରାଂସପ୍ଳାଣ୍ଟ କରାଉଛନ୍ତି? କ’ଣ ସେ ଗୋଡ଼ାର ଳିଙ୍ଗ ଲଗାଉଛନ୍ତି? ଜାଣନ୍ତୁ ସତ।

False Medical Social

ବର୍ତମାନ ମଣିଷ ନିଜ ଅଙ୍ଗ ଉପରେ ଅନେକ ଗବେଷଣା କରୁଛି। କିଛି ଲୋକ ପୁରୁଷ ହେଇ ମଧ୍ୟ ସ୍ତ୍ରୀ ଳିଙ୍ଗକୁ ସର୍ଜରୀ ମାଧ୍ୟମରେ ପରିବର୍ତନ ହେଇଯାଉଛନ୍ତି ଏବଂ ସମାଜରେ ସ୍ତ୍ରୀ ହେଇ ରହୁଛନ୍ତି। ସେକ୍ସର ଚରମ ଆନନ୍ଦ ପ୍ରାପ୍ତି ପାଇଁ ଲୋକେ ଅଲଗା-ଅଲଗା ଉପାଏ ଆପଣେଇଥାନ୍ତି। 

୬ ଜାନୁଆରୀରେ ଓଡ଼ିଆ ନ୍ଯୁଜ ୨୪ ରେ ଛପି ଥିବା ଏହି ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ଫୋଟୋରେ ଥିବା ବ୍ୟକ୍ତି ସେକ୍ସ କରିବାକୁ ଗୋଡ଼ା ଲିଙ୍ଗ ଲଗାଇଥିଲେ। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରା ଯାଇଅଛି ଯେ କାନାଡ଼ାରେ ରହୁ ଥିବା ଏହି ବ୍ୟକ୍ତି ହସ୍ପିଟାଲରେ ସଫଳତା ପୂର୍ବକ ଟ୍ରାନ୍ସପ୍ଳାଣ୍ଟ କରିଥିଲେ। ଏଠାରେ ଏକ ୧୪ ଜଣିଆ ଡାକ୍ତରୀ ଦଳ ସରଗେରୀ କରିଥିଲେ। 

odia news 24.png

Odia News 24  | Archive

ଏହି ଖବର ଫେସବୁକରେ ମଧ୍ୟ ଭାଇରାଲ କରା ଯାଇଅଛି। 

horse penis transplant.png

Facebook  | Archive

ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମ ଅନୁସନ୍ଧାନ ପଢନ୍ତୁ। 

ଆମ ଅନୁସନ୍ଧାନ:

ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଏହି ଫୋଟୋର ଗୁଗୁଲ ଓ ୟାଣ୍ଡେକ୍ସ ସହଜୟତାରେ ରିଭର୍ସ ଇମେଜ ସର୍ଚ କରିଲୁ। ଏହା ସର୍ଚ କରିଲା ପରେ ଆମକୁ ଏହି ଫୋଟୋ ଜଡିତ କିଛି ସତ୍ୟ ଜଣା ପଡିଲା। 

୨୧ ଏପ୍ରିଲ ୨୦୧୪ ମସିହାରେ ଚାଇନା ଡେଲି ପତ୍ରିକାରେ ଛପି ଥିବା ଗୋଟିଏ ଅନୁଛେଦରେ ଏହା ଲେଖା ଯାଇଅଛି ଯେ ଫୋଟୋରେ ଥିବା ବ୍ୟକ୍ତିଜଣଙ୍କ ନାମ ସୁନ ଲିୟାଙ୍ଗ ଓ ସେ ଚୀନର ସବୁଠାରୁ ମୋଟ ଲୋକ ଥିଲେ। ଏହି ଅନୁଛେଦରେ ଏହା ମଧ୍ୟ ଲେଖା ଯାଇଅଛି ଯେ ଏହି ଫୋଟୋଟି ୨୧ ଏପ୍ରିଲ ୨୦୧୪ ରେ ନିୟା ଯାଇଥିଲା ଓ ଏହାର କିଛି ଦିନ ପରେ ସୁନ ଲିୟାଙ୍ଗ ହୃଦୟ ରୋଗ ଯୋଗୁ ମୃତ୍ୟୁ ହେଇ ଯାଇଥିଲା। ଡାକ୍ତରଙ୍କ କହିବା ଅନୁସାରେ ଲିୟାଙ୍ଗଙ୍କ ଓଜନ ୩୦୦ କେ.ଜି ଥିଲା ଓ ତାଙ୍କ ଓଜନ ଯୋଗୁ ତାଙ୍କ ଶରୀର ର ବିଭିନ୍ନ ଅଙ୍ଗରେ ଓ ହୃଦୟ ଓପରେ ବହୁତ ଚାପ ଅଡୁଥିଲା ଏହି ଅନୁଛେଦରେ ତାଙ୍କୁ ହସ୍ପିଟାଲରେ ଦାଖଲ କରିବା ପୂର୍ବର ଗୋଟିଏ ଫୋଟୋ ମଧ୍ୟ ଦିଆ ଯାଇଅଛି। 

china daily 1.png

China Daily  | Archive

china daily 2.png

China  Daily  | Archive

ଏହି ବିଷୟ ନେଇ ୧୫ ଏପ୍ରିଲ ୨୦୧୪ ମସିହାରେ ଚୀନର ଅଫିସିଆଲ ଇଂରାଜୀ ସମ୍ବାଦ ପତ୍ର ଇସିଏନଏସ.ସିଏନ ରେ ଏହା ଲେଖା ଯାଇଅଛି ଯେ ସୁନ ଲିୟାଙ୍ଗ ଜଣେ ୨୨ ବର୍ଷ ଯୁବକ ଓ ତାଙ୍କ ଓଜନ ୩୦୦ କେ.ଜି।  ଆଦିକ ଓଜନ ହେବା କାରଣେ ତାଙ୍କୁ ଅନେକ ରୋଗ ମାଡି ବସିଛି। ତାଙ୍କୁ ଘର ଭିତରୁ ଏମ୍ବୁଲାନ୍କ ଟକ ନେବା ପାଇଁ ୧୦ ଟି ହସ୍ପିଟାଲ କର୍ମଚାରୀ ଓ ପଡୋଶୀ ମାନଙ୍କ ସାହାଜ୍ଯ ଦରକାର ପଡିଥିଲା। ଲିୟାଙ୍ଗଙ୍କ ଭାଇ ଏହା କହି ଅଛନ୍ତି ଯେ ଯେତେବେଳେ ଲିୟାଙ୍ଗକୁ ଏମ୍ବୁଲାନ୍ସରେ ଭର୍ତି କରା ହେଲା ସେତେବେଳେ ଗାଡିର ଚକ୍କା ପଙ୍କଚର ହେଇ ଗଲା। ଲିୟାଙ୍ଗଙ୍କୁ ମାନସିକ ରୋଗ ମଧ୍ୟ ଥିଲା ଓ ସେ ବିଦ୍ୟାଳୟ ଯାଇ ପାରୁ ନଥିଲେ। ତାଙ୍କ ମୋଟାପା ଯୋଗୁ ତାଙ୍କ ଶରୀର ସାରା ବିନ୍ଧିବା ଆରମ୍ଭ ହେଇ ଯାଇଥିଲା ଓ ତାଙ୍କ ପାଇବାର ଲୋକେ ତାଙ୍କୟୁ ହସ୍ପିଟାଲରେ ଡାଖଳ କରିବା ନିର୍ଣଯ ନେଇ ଥିଲେ। ରିଝାଓରେ ଗୋଟିଏ ଡାକ୍ତର କହିଥିଲେ ଯେ ମୋଟାପା ଯୋଗୁ ଲିୟାଙ୍ଗକୁ ଅନେକ ରୋଗ ମାଡ଼ି ବସିଛି ଓ ତାଙ୍କୁ ପତଳା ହେବା ନିହାତି ଦରକାର। 

ecns.cn.png

ECNS.CN  | Archive

ଶେଷକଥା:

ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ପୋଷ୍ଟରେ କରା ଯାଇ ଥିବା ଦାବି ଯେ ଫୋଟୋରେ ଥିବା ଲୋକ ଘୋଡ଼ାର  ସେକ୍ସ ଳିଙ୍ଗ ଲଗାଉଛନ୍ତି, ଗୋଟିଏ ମିଥ୍ୟା କଥା ଅଟେ। ଏହି ଫୋଟୋ ୨୦୧୪ ମାଇହାର ଓ ଏହା ଚୀନର ଜଣେ ଯୁବକ ସୁନ ଲିୟାଙ୍ଗଙ୍କ ଫୋଟୋ। ସୁନ ଲିୟାଙ୍ଗ ଳିଙ୍ଗ ଟ୍ରାନ୍ସପ୍ଳାଣ୍ଟ କରାଉ ନାହାନ୍ତି। ତାଙ୍କ ମୋଟାପା ଯୋଗୁ ସେ ଗୋଟିଏ ହସ୍ପିଟାଲରେ ଦାଖଲ ହେଇଥିଲେ ଓ କିଛି ଦିନ ପରେ ହୃଦୟ ରୋଗ ଯୋଗୁ ତାଙ୍କ ମୃତ୍ୟୁ ଘଟି ଥିଲା। ପୋଷ୍ଟରେ କରା ଯାଇଥିବା ଦାବିର ସ୍ସତୀ ସହିତ କୌଣସି ସମ୍ବନ୍ଧ ନାହିଁ।  

Avatar

Title:କ’ଣ ଫୋଟୋରେ ଥିବା ବ୍ୟକ୍ତି ନିଜ ଲି-ଙ୍ଗ ଟ୍ରାଂସପ୍ଳାଣ୍ଟ କରାଉଛନ୍ତି? କ’ଣ ସେ ଗୋଡ଼ାର ଳିଙ୍ଗ ଲଗାଉଛନ୍ତି? ଜାଣନ୍ତୁ ସତ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *