କ’ଣ ମ୍ୟାଗୀରେ ପାଇଥିବା ହାନିକାରକ ପଦାର୍ଥର ଖବର ବର୍ତମାନ ସମୟର? କ’ଣ ସତ୍ୟତା ଏହି ଖବରର? ଜାଣନ୍ତୁ ସତ୍ୟ।

False Social

Archive

୬ ଅକ୍ଟୋବର ୨୦୧୯ ମସିହାରେ ଫେସବୁକର ମୁଁ ଓଡ଼ିଆ ପେଜରେ ପୋଷ୍ଟ ହୋଈଥିବା ଏହି ଖବରରେ ଏହା ଦାବି କରା ଯାଇଅଛି ଯେ ନେସ୍ଟଲେ କମ୍ପାନୀ ଦ୍ଵାରା ତିଆରି ମ୍ୟାଗୀରେ ୦.୭% ସୀସା ଓ ଏମ.ଏସ.ଜୀ. ରହିଅଛି। ଏହି ପୋଷ୍ଟରେ ଏହା ମଧ୍ୟ ଦାବି କରା ଯାଇଅଛି ଯେ ଏହି ପରିମାଣର ସୀସା ଏବଂ ଏମ.ଏସ.ଜୀ. ପ୍ରକୃତରେ ଛୋଟ ପିଲାଙ୍କ ଦେହ ପାଇଁ କ୍ଷତିକାରକ। ଏହା ହଜମ ପ୍ରକ୍ରିୟା ଦୁର୍ବଳ କରେ ଏବଂ ଯକୃତକୁ ମଧ୍ୟ କ୍ଷତି ପହଞ୍ଚାଏ। ଏହାକୁ ଗର୍ଭବତୀ ସ୍ତ୍ରୀ ମାନଙ୍କୁ ଦେବା ପାଇଁ ମନା କରା ଯାଇଅଛି। ଏହି ଖବରଟି ଏବେ ମଧ୍ୟ ସୋସିଆଲ ମିଡିଆରେ ଚର୍ଚା ରେ ଚାଲିଅଛି। ଏହି ପୋଷ୍ଟର ଶେଷରେ ଏହା ମଧ୍ୟ ଅନୁରୋଧ କରା ଯାଇଅଛି ଯେ ଏହି ପୋଷ୍ଟଟି କୁ ସାଙ୍ଗ ଓ ପରିବାର ଲୋକ ମାନଙ୍କ ମଧ୍ୟରେ ସେୟାର କରା ଯାଉ।

ଆମ ଅନୁସନ୍ଧାନ:

ଯେତେବେଳେ ଆମେ ଏହି ପୋଷ୍ଟଟି କୁ ପଢିଲୁ, ଆମେ ଜାଣିବାକୁ ପାଇଲୁ ଯେ ଏହି ପୋଷ୍ଟର ଛବିରେ ଦେଖା ଯାଓଥିବା ଝିଅ ବିଷୟ ରେ କିଛି ଲେଖା ହୋଇନାହିଁ। ଏହି ଝିଅର ମ୍ୟାଗୀ ବିଷୟରେ ଭାଇରାଲ ହେଉଥିବା ଖବର ସହିତ କିଛି ସମ୍ପର୍କ ନାହିଁ। ଏହି ଛବିଟି, ପୋଷ୍ଟର ଗମ୍ଭୀରତା ଦେଖାଇବା ପାଇଁ ବ୍ୟବହାର ହାଇଅଛି। 

ବିଜନେସ ଟୁଡେରେ ଚପିଥିବା ଅନୁଛଦ ଅନୁସାରେ ଜୁନ ୨୦୧୫ ମସିହାରେ “ଫୁଡ ସେଫଟି ଏଣ୍ଡ ଷ୍ଟାଣ୍ଡାର୍ଡ୍ସ ଅଥରିଟି ଅଫ ଇଣ୍ଡିଆ” (ଏଫ.ଏସ.ଏସ.ଏ.ଆଇ) ଦ୍ଵାରା ମ୍ୟାଗୀକୁ ବ୍ୟାନ କରା ଯାଇଥିଲା ଏବଂ ମ୍ୟାଗୀର ସମସ୍ତ ଉତ୍ପନ ଦ୍ରବ୍ୟକୁ ଦୋକାନ- ବଜାରରୁ ହଟାଯୀ ଦିଯାଯାଇଥିଲା। ୧୧ ଏପ୍ରିଲ ୨୦୧୬ ରେ ସି.ଏଫ.ଟି.ଆର.ଆଇ ମ୍ୟାଗୀର ୨୯ ଟି ନମୁନାର ପରୀକ୍ଷା କରିଲା ପରେ ଏହା ବିବୃତି ଦେଇଥିଲା ଯେ ମ୍ୟାଗୀରେ ଅନୁଜ୍ଞେୟ ପରିମାଣର ହି ସୀସା ଅଛି। 

ଏକୋନୋମିକ ଟାଇମ୍ସ ପତ୍ରିକା ରେ ଏହା ଦାବି କରା ଯାଇଅଛି ଯେ ୨୦୧୫ ମସିହାରେ ନେସ୍ଟଲେ କୋମ୍ପାନି ଉପରେ ମ୍ୟାଗୀରେ ଅଧିକ ପରିମାଣର ସୀସା ଏବଂ ଏମ.ଏସ.ଜି ର ବ୍ୟବହାର କରା ଯାଇଥିବା ଯୋଗୁ କେସ ଡାଖଲ ହୋଈଥିଲା। ନେସ୍ଟଲେ କୋମ୍ପାନି ଏହା ଦାବି କରିଅଛି ଯେ ମ୍ୟାଗୀ ସମ୍ପୂର୍ଣ ଭାବେ ସମସ୍ତ ପରୀକ୍ଷା ଉତିର୍ଣ କରିଅଛି ଏବଂ ସୀସାର ପରିମାଣ ଅନୁଜ୍ଞେୟ ପରିମାଣ ମଧ୍ୟରେ ଅଛି। 

2015 proof.jpg

Archive |

times.jpg

 Archive

ଶେଷକଥା:

ଆମ ଅନୁସନ୍ଧାନରୁ ଏହା ଜଣା ପଡିଲାଯେ ନେସ୍ଟଲେ କୋମ୍ପାନି ଦ୍ଵାରା ବନା ଯାଉଥିବା ମ୍ୟାଗୀରେ ସୀସା ପଦାର୍ଥର ବ୍ୟବହାର ହେଉଥିବା ଖବରଟୀ ବର୍ତମାନ ସମୟର ନ ହେଇ ୨୦୧୫ ମସିହାର। ଏହି ଖବରଟୀକୁ ବର୍ତମାନ ସମୟରେ ଲୋକଙ୍କ ମଧ୍ୟ ରେ ଭ୍ରମ ସୃଷ୍ଟି କରିବା ପାଇଁ ସୋସିଆଲ ମିଡିଆରେ ବିସ୍ତାର କାର ଯାଉଅଛି। ଏହି ପୋଷ୍ଟରେ କରା ଯାଇଥିବା ଦାବି ଯେ ମ୍ୟାଗୀରେ ମିଷିଥିବା ସୀସା ଓ ଏମ.ଏସ.ଜି ପଦାର୍ଥର ଖବର ସହିତ ବର୍ତମାନ ବିକ୍ରି ହେଉଥିବା ମ୍ୟାଗୀର କୌଣସି ସମ୍ପର୍କ ନାହି।

Avatar

Title:କ’ଣ ମ୍ୟାଗୀରେ ପାଇଥିବା ହାନିକାରକ ପଦାର୍ଥର ଖବର ବର୍ତମାନ ସମୟର? କ’ଣ ସତ୍ୟତା ଏହି ଖବରର? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *