କ’ଣ ଭିଡିଓରେ ଥିବା ପଥର ପୁରୀ ଜଗନାଥ ମନ୍ଦିର ର ଶାଲିଗ୍ରାମ ପଥର? କ’ଣ ଏହି ପଥର ର ପୂଜା ବିପଦ ସମୟରେ କରା ଯାଇଥାଏ? ଜାଣନ୍ତୁ ସତ୍ୟ।

False Religious
images.jpg

୨୭ ମେ ୨୦୨୦ ରେ ଜଣେ ଫେସବୁକ ୟୁଜର ଦେବମୁର୍ଟ ଦର୍ଶନ ନାମକ ଫେସବୁକ ଗ୍ରୁପରେ ଗୋଟିଏ ଭିଡିଓ ପୋଷ୍ଟ କରି ଦାବି କରିଛନ୍ତି ଯେ ଭିଡିଓରେ ଥିବା ପଥର ପୁରୀ ଜଗନାଥ ମନ୍ଦିର ର ଶାଲିଗ୍ରାମ ପଥର ଅଟେ। ଏହି ପଥର ବିପଦ ସମୟରେ ମନ୍ଦିର ରୁ କାଢି ପୂଜା କରା ଯାଏ। ୧୯୨୦ ମସିହାରେ ଏହି ପଥର ସ୍ପେନିଶ ଫ୍ଲୁ ସମୟରେ ବାହାର କରି ପୂଜା କରା ଯାଇଥିଲା। ବର୍ତମାନ କୋରୋନା ସମୟରେ ମଧ୍ୟ ଏହି ପଥର ର ପୂଜା କରା ଯାଇଅଛି। 

https://www.facebook.com/geeta.joshi.31392/videos/2619384541677219/

Archive

ଏହି ଖବର ଟୁଇଟର ରେ ମଧ୍ୟ ଭାଇରାଲ ହେଇ ଥିବା ମିଳିଛି। 

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ପୁରୀ ଜଗନାଥ ମନ୍ଦିର ନନା ଦାମୋଦରଙ୍କ ସହିତ ଫୋନ ଲଗେଇ କଥା ହେଳୁ।  ନନା ଆମକୁ କହିଲେ ଯେ ପ୍ରଭୁ ଜଗନାଥଙ୍କ ସିଂହାସନ ଏବଂ ଅନ୍ୟ ଜିନ୍ସ ଶାଲିଗ୍ରାମ ପଥର ଅଟେ। ଭିଡିଓରେ ଥିବା ଶାଳୀଗ୍ରାମ ପଥର ନୁହେଁ। ଜଗନାଥ ମଦିର ର ଶାଳୀଗ୍ରାନ ପଥର ର ଆକାର ବହୁତ ବଡ଼ ଅଟେ। ମନ୍ଦିର ସ୍ଥାପନା ହେଇଥିବା ସମୟରେ ଏହି ପଥର ନେପାଲର ରାଜା ମନ୍ଦିରକୁ ଦାନ କରିଥିଲେ। ସେ ଏହା ମଧ୍ୟ କହିଲେ ଯେ ପୃଥିବୀରେ ଅସଲି ଶାଳୀଗ୍ରାମ ପଥର କେବଳ ନେପାଲ ରେ ମିଳି ଥାଏ। ନାନାଙ୍କ କହିବା ଅନୁଯାୟୀ କୋରୋନା ସମୟରେ ମନ୍ଦିରରେ ପୂଜା କରା ଯାଇଥିଲା କିନ୍ତୁ ଶାଳୀଗ୍ରାମ ପଥର ର ପୂଜା କରା ଯାଇ ନାହିଁ। 1920 ମସିହାରେ ସ୍ପେନିଶ ଫ୍ଲୁ ସମୟରେ ଶାଳୀଗ୍ରାମ ପଥର ପୂଜା କରା ଯାଇଥିବା କଥା ମଧ୍ୟ ଖଣ୍ଡନ କରିଛନ୍ତି। 

ଏହା ପରେ ଆମକୁ ୩୦ ମାର୍ଚରେ ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ ପତ୍ରିକାରେ ପ୍ରକାଶିତ ହେଇଥିବା ଗୋଟିଏ ଅନୁଛେଦରେ ଏହା କୁହା ଯାଇଥିବା ମିଳିଲା ଯେ କୋରୋନା ରୋଗ ନାଶ କରିବା ପାଇଁ ବଡ଼ି ନୃଶିଙ୍ଘଙ୍କୁ ମନ୍ଦିର ରୁ ବାହାର କରି ପୁରୀ ସହର ରେ ପରିକ୍ରମା କରା ଗଲା ଏବଂ ଭକ୍ତ ମାନେ ପଙ୍କତି ଭୋଗ ମଧ୍ୟ ଚଢାଇଲେ। ବିଶ୍ଵାସ କରା ଯାଏ ଯେ ବଡ଼ି ନୃସଙ୍ଘ ଭକ୍ତଙ୍କ ସମସ୍ତ ରୋଗ ଦୂର କରି ଦିଅନ୍ତି। ଯେତେବେଳେ ରୋଗୀ ସୁସ୍ଥ ହେବା ପାଇଁ ପ୍ରଭୁ ଜଗନାଥଙ୍କ ସ୍ମରଣ କରନ୍ତି ସେତେବେଳେ ସେ ବଡ଼ି ନୃସଙ୍ଘ ରୂପ ନେଇ ଜଗତର ସମସ୍ତ ରୋଗୀଙ୍କୁ ସୁସ୍ଥ କରନ୍ତି। 

TNIE.jpg

The New Indian Express | Archive

ଏହା ପରେ ଆମେ ସିଡ଼ିସି ୱେବସାଇଟରେ ଯାଇ ସ୍ପେନିଶ ଫ୍ଲୁ ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ସିଡ଼ିସି ୱେବସାଇଟରେ ଏହି ରୋଗର ଇତିହାସ ବିଷୟରେ ବର୍ଣନା କରା ଯାଇଅଛି। ଏହି ଅନୁଛେଦରେ କୁହା ଯାଇଅଛି ଯେ ୧୯୧୮ ମସିହାରେ ହେଇଥିବା ସ୍ପେନିଶ ଫ୍ଲୁ ରେ ବିଶ୍ଵ ସାରା ୫ କୋଟି ଲୋକ ମରୁତ ହେଇଥିଲେ। ଏହା ମଧ୍ୟରୁ କେବଳ ଆମେରିକାରେ ୬ ଲକ୍ଷ ୭୫ ହଜାର ଲୋକଙ୍କ ମୃତ୍ୟୁ ହେଇଥିଲା। ୧୫ ରୁ ୩୪ ବର୍ଷ ମଧ୍ୟରେ ଥିବା ସୁସ୍ଥ ଯୁବକ ଅଧିକାଂଶ ରୂପରେ ଏହି ରୋଗର ଶିକାର ହେଇଥିଲେ। 

cdc.jpg

CDC | Archive

ଶେଷକଥା:

ଆମ ଅନୁସନ୍ଧାନରୁ ଆମେ ଜାଣିବା କୁ ପାଇଲୁ ଯେ ପୋଷ୍ଟରେ କରା ଯାଇଥିବା ଦାବି ସମ୍ପୂର୍ଣ ଭାବେ ମିଥ୍ୟା ଅଟେ। କୋରୋନାରୁ ମୁକ୍ତି ପାଇଁ  ଶାଳୀଗ୍ରାମ ପଥର ର ପୂଜା କରା ଯାଇ ଥିବା କଥାର ଖଣ୍ଡନ ପୁରୀ ଜଗନାଥ ମନ୍ଦିର ନନା କରିଛନ୍ତି। ସ୍ପେନିଶ ଫ୍ଲୁ ମଧ୍ୟ ୧୯୧୮ ମସିହାରେ ହେଇ ଥିବା କଥା ସିଡ଼ିସି ନିଜ ୱେବସାଇଟରେ କରିଅଛି। ପୋଷ୍ଟରେ କରା ଯାଇଥିବା ଦୁଇଟା ଦାବି ସମ୍ପୂର୍ଣ ଭାବେ ମିଥ୍ୟା ଅଟେ। 

Avatar

Title:କ’ଣ ଭିଡିଓରେ ଥିବା ପଥର ପୁରୀ ଜଗନାଥ ମନ୍ଦିର ର ଶାଲିଗ୍ରାମ ପଥର? କ’ଣ ଏହି ପଥର ର ପୂଜା ବିପଦ ସମୟରେ କରା ଯାଇଥାଏ? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *