କ’ଣ ଅରକୃତର ରେ ଏହି ଶିଶୁର ତିନୋଟି ଆଖି ଅଛି? କ’ଣ ଏହୋ ଶିଶୁର ଜନ୍ମ ଛତ୍ତିସଗଡ଼ ରେ ହେଇଛି? ଜାଣନ୍ତୁ ସତ୍ୟ।

False Social
image.jpg

ଦୁନିୟାରେ କିଛି ବିଚିତ୍ର ଏବଂ ଆଶ୍ଚର୍ଯ୍ୟ କରି ଦେବା ଖବର ଶୁଣିବା କୁ ମିଳି ଥାଏ। କିଛି ଏପରି ଖବର ଯାହାର କଲ୍ପନା ମଧ୍ୟ କରା ଯାଇ ହେବ ନାହିଁ। ବର୍ତମାନ ସୋସିଆଲ ମିଡିଆରେ ଏପରି ଗୋଟିଏ ଭିଡିଓ ଦେଖିବା କୁ ମିଳିଛି। ୧୫ ଜୁନ ରେ ଜଣେ ଫେସବୁକ ୟୁଜର ନବୀନ ଓଡ଼ିଶା ନାମକ ଗ୍ରୁପରେ ଗୋଟିଏ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓ ରେ ଦେଖିବା କୁ ମିଳିଛି ଯେ ଗୋଟିଏ ଶିଶୁର ତିନଟି ଆଖି ଅଛି। ଏହି ପୋଷ୍ଟରେ ଦାବି କରା ଯାଇଅଛି ଯେ ଏହି ଶିଶୁର ଜନ୍ମ ଭାରତର ଛତିଶଗଡ଼ ଜିଲ୍ଲା ରେ ହେଇଛି। 

https://www.facebook.com/Uforutkal/videos/2589582044596136/

Archive

ଏହି ଭିଡିଓ ଆମକୁ ୱ୍ହାତ୍ସ ଅପ ମାଧ୍ୟମରେ ମଧ୍ୟ ଫେକ୍ଟ ଚେକ୍ କରିବା ପାଇଁ ଅନୁରୋଧ ଆସିଛି। 

Screenshot_20200716-062751.png

ଏହି ଖବର ଟୁଇଟରରେ ମଧ୍ୟ ଭାଇରାଲ ହେଇଛି।

ଆମ ଅନୁସନ୍ଧାନ:

ଆମ ଅନୁସନ୍ଧାନରେ ଆମେ ପ୍ରଥମେ ଏହି ଭିଡିଓକୁ ବାରମ୍ବାର ଦେଖିଲୁ। ଦେଖିଲା ପରେ ଆମେ ଜାଣିବା କୁ ପାଇଲୁ ଯେ ଏହି ଭିଡିଓରେ ଡାହାଣ ପାର୍ଶ୍ଵରେ ଥିବା ଆଖି ଏବଂ କପାଳ ରେ ଥିବା ଆଖି ସମାନ ଦିଶୁଚି। ଦୁଇ ଆଖିର ଗତିବିଧି ସମ୍ପୂର୍ଣ ଭାବେ ସମାନ। ଏହା ଦ୍ଵାରାରେ ଆମେ ଜାଣିବାକୁ ପାଇଲୁ ଯେ ଏହି ତୃତୀୟ ଆଖି କୁ କମ୍ପୁଟର ଗ୍ରାଫିକ୍ସ ମାଧ୍ୟମରେ ସମ୍ପାଦନ କରା ଯାଇ ଅଛି। 

କ’ଣ ଗୋଟିଏ ଶିଶୁର ଏହି ପରେ ତିନୋଟି ଆଖି ଥିବା ସମ୍ଭବ କଥା? ଏହା ଜାଣିବା ପାଇଁ ଆମେ ଗୁଗୁଲରେ ଯାଇ ଏହି ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୧୦ ସେପ୍ଟେମ୍ବର ୨୦୧୩ ମସିହାରେ ନେସନାଲ ଇନଷ୍ଟିଚ୍ୟୁଟ ଅଫ ହେଲ୍ଥ ୱେବସାଇଟରେ ଗୋଟିଏ ମେଡିକାଲ ଜର୍ନାଲ ରେ ଏହି ବିଷୟରେ କିଛି ତଥ୍ୟ ମିଳିଲା।  ଏହି ରୋଗର ନାମ କାର୍ନିୟୋଫେଷିଆଳ ଅଟେ। ଏହି ରୋଗ 1 କୋଟି ଲୋକଙ୍କ ମଧ୍ୟରୁ ଜଣଙ୍କୁ ହେଇ ଥିବା ମିଳି ଥାଏ। ଏହି ରୋଗର ମୁହଁର କୌଣସି ଅଙ୍ଗ ବା ପୁରା ମୁହଁ ନକଲ ହେଇ ଯାଇ ଥାଏ। 

duplication.jpg

National Institute of Health | Archive

Avatar

Title:କ’ଣ ଅରକୃତର ରେ ଏହି ଶିଶୁର ତିନୋଟି ଆଖି ଅଛି? କ’ଣ ଏହୋ ଶିଶୁର ଜନ୍ମ ଛତ୍ତିସଗଡ଼ ରେ ହେଇଛି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *