କ’ଣ ଭିଡିଓରେ ଦେଖା ଯାଉଥିବା ଅସ୍ତ୍ର ତ୍ରୁଟିର ଦୃଶ୍ୟ ଚୀନ ସେନାର ଅଟେ? ଜାଣନ୍ତୁ ସତ୍ୟ।

False Social

ଭାରତ ଏବଂ ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଛି। ଏହି ସମୟରେ ଅନେକ ପୋଷ୍ଟ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ସମୟରେ ଗୋଟିଏ ଭିଡିଓ ଫେସବୁକରେ ଭାଇରାଲ ହେଉଛି ଯେଉଁଥିରେ ଦେଖିବା କୁ ମିଳିଛି ଯେ ଜଣେ ସୈନ୍ୟ ଯବାନ ଗୋଟିଏ ଖୁଲା ପଡ଼ିଆରେ ଏନ୍ଟି  ଏୟାରକ୍ରାଫ୍ଟ ଗନ୍ ଚଲାଉଛନ୍ତି। ଗନ୍ ଚଲାଇଲା ପରେ ଗନ୍ ରୁ ବାହାରି ଥିବା ରକେଟ ଆକାଶକୁ ନଜଯାଇ ଜମିରେ ଖସି ପଡ଼ିଲା। 13 ସେପ୍ଟେମ୍ବରରେ ଫେସବୁକରେ ଭାଇରାଲ ହେଉଥିବା ଏହି ଭିଡିଓରେ ଦାବି କରା ଯାଇଅଛି ଯେ ଏହି ଘଟଣା ଚୀନର ଅଟେ ଏବଂ ଚୀନର ଅସ୍ତ୍ରର ଏପରି ତ୍ରୁଟି ହେଇଛି। 

https://www.facebook.com/muna.bhai.3194/posts/1390834484455077?__cft__[0]=AZU4z0fEnILHO95pQzjYMaxkqYj4YBngtsQKvNC9g0Vpcms3dxQSimz8RdtLhMxuAdWzs34AfHSPSc43Z_7dK_-ol8Sqwa9Qz1HEKPD_kvEPAlCURiQqmviyycVpFhi7iwUkAUy-mFD-WhRaCJsjwRaBu3WXDwv62PsGhu2SM90jGg&__tn__=%2CO%2CP-R

Archive

ଏହି ଭିଡିଓ ଆମକୁ ଟୁଇଟରରେ ଗୋଟିଏ ଭେରୀଫାଏଡ ଏକାଉଣ୍ଟରେ ମଦ୍ୟ ଟୁଇଟ ହେଇଥିବା ମିଳିଲା। ଏହି ଟୁଇଟର ୟୁଜର ଚୀନ ସମ୍ପାଦକ ହୁକ୍ସିଜିନଙ୍କୁ ତ୍ୟାଗ କରି କହିଛନ୍ତି ଯେ ଚୀନରେ ଏହି ପରି ଅସ୍ତ୍ର ଏବଂ ଏହି ପରି ତାଲିମ ଦିଆ ଯାଉଅଛି। 

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାରେ ପ୍ରଥମେ ଆମେ ଗୁଗୁଲରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୬ ସେପ୍ଟେମ୍ବରରେ ରୁଷିଆର ଏଷ୍ତ୍ରୋଫୋବେ ନାମକ ସମ୍ବାଦ ପତ୍ରିକାରେ ଏହି ବିଷୟରେ ତଥ୍ୟ ମିଳିଲା। ଏହି ପତ୍ରିକାରେ କୁହା ଯାଇଅଛି ଯେ ରୁଷରେ କ୍ଲିୟର ସ୍କାଏ ନାମକ ଆନ୍ତର୍ଜାତୀୟ ଆର୍ମୀ କ୍ରୀଡ଼ା ସମୟରେ ଗୋଟିଏ ଜରୁରୀକାଳିନ ପରିସ୍ଥିତି ଉତପନ ହେଇଥିଲା ଯେତେବେଳେ ଇଗ୍ଲା ନାମକ ଏନ୍ଟି ଏୟାରକ୍ରାଫ୍ଟ ଗନ୍ ରୁ ବୋମା ଆକାଶକୁ ନଯାଇ ଜମିରେ ଖସି ପଡ଼ିଲା। 

astrophobe.jpg

Astrophobe | Archive

ଏହା ପରେ ଆମେ ୟୁଟ୍ୟୁବରେ ଯାଇ ଏହି ଭିଡିଓ ଟେଟୋଭା ଅନ୍ଲାଇନ ନାମକ ଚ୍ୟାନାଲ ଦ୍ଵାରା ପୋଷ୍ଟ ହେଇଥିବା ମିଳିଲା, ଯେଉଁଥିରେ ଲେଖା ଯାଇଅଛି ଯେ ଏହି ଘଟଣା ଟି ରୁଷର କ୍ରାସ୍ନୋଡାର ଭିଡିଓ ଅଟେ। 

https://www.youtube.com/watch?v=Xlm_OTbnSWo&feature=youtu.be

ଲିଖିତ ପ୍ରମାଣ ପରେ ଆମକୁ ମାମଲାରେ ଅଗ୍ରଣୀ ମିଳିଲା ଯେ ଭିଡିଓରେ ଦେଖା ଯାଉଥିବା ଅସ୍ତ୍ର ଇଗ୍ଲା-ଏସ ଏନ୍ଟି ଆୟାରକ୍ରାଫ୍ଟ ଗନ୍ ଅଟେ। ଆମେ ଗୁଗୁଲରେ ଯାଇ ଇଗ୍ଲା ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୧୦ ଫେବ୍ରୁଆରିରେ ଏସପିସ ଲ୍ୟାଣ୍ଡ ଫୋର୍ସ ନାମକ ୱେବସାଇଟରେ ଏହି ଏହି ବିଷୟରେ ତଥ୍ୟ ମିଳିଲା। ଏହି ୱେବସାଇଟରେ କୁହା ଯାଇଅଛି ଯେ ଭାରତ ରୁଷ ଠାରୁ ଇଗ୍ଲା-ଏସ ନାମକ ଏନ୍ଟି ଆୟାରକ୍ରାଫ୍ଟ ଗନ୍ କିଣିବା ପାଇଁ ବୁଝାମଣା କରୁଛି। ଭରତ ରୁଷ ଠାରୁ ୫୧୭୫ ଇଗ୍ଲା-ଏସ କିଣିବା ଯୋଜନା କରୁଛି। 

sps land force.jpg

SPS Land Force | Archive

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣ ହେଲା ଯେ ଭିଡିଓଟି ରୁଷରେ ହେଉଥିବା କ୍ଲିୟର ସ୍କାଏ ନାମକ କ୍ରୀଡ଼ାର ଅଟେ। ଏହି ଅସ୍ତ୍ରର ନାମ ଇଗ୍ଲା-ଏସ ଅଟେ ଯେଉଁଟା ରୁଷର ଏନ୍ଟି ଏୟାରକ୍ରାଫ୍ଟ ଗନ୍ ଅଟେ। ପୋଷ୍ଟରେ କରା ଯାଇଥିବା ଦାବି ମିଥ୍ୟା ଅଟେ। ଭିଡିଓଟି ଚୀନର ନୁହେଁ ଏବଂ ଭିଡିଓରେ ଥିବା ଅସ୍ତ୍ର ମଧ୍ୟ ଚୀନର ଅଟେ।

Avatar

Title:କ’ଣ ଭିଡିଓରେ ଦେଖା ଯାଉଥିବା ଅସ୍ତ୍ର ତ୍ରୁଟିର ଦୃଶ୍ୟ ଚୀନ ସେନାର ଅଟେ? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *