
କିଏ ଏହି ମହିଳା ହୀର ଖାନ?
ଗତ କିଛି ଦିନରୁ ଗଣମାଧ୍ୟମରେ ହୀର ଖାନଙ୍କ ନାମ ଖୁବ ଚର୍ଚାରେ ରହିଛି। ଘଟଣା ଏହା ଯେ କିଛି ଦିନ ପୂର୍ବରୁ ହୀର ଖାନ ନିଜ ୟୁଟ୍ୟୁବ ଚ୍ୟାନାଲରେ ଭିଡିଓ ପୋଷ୍ଟ କରି ହିନ୍ଦୁ ଦେବୀ ଦେବତାଙ୍କୁ ଅସଭ୍ୟ ନାମରେ ଡାକୁ ଥିଲେ। ଏହି ମହିଳା ସବୁ ବେଳେ ହିନ୍ଦୁ ଦେବୀ ଦେବତାଙ୍କ ବିରୂଢରେ ଅସଭ୍ୟ ଭିଡିଓ ପୋଷ୍ଟ କରନ୍ତି। କିଛି ଦିନ ତଳେ ହୀର ଖାନ ହିନ୍ଦୁ ଦେବୀ ସୀତାଙ୍କୁ ଅସଭ୍ୟ ଗାଳି ଦେଇଥିଲେ। ଏହା ନେଇ ପୋଲିସ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିଛି।
ଦାବି କଣ?
2 ଅଗଷ୍ଟରେ ଜେନ ଫେସବୁକ ୟୁଜର ଓଡ଼ିଶା ବିଜେପି ନାମକ ଫେସବୁକ ଗ୍ରୁପରେ ଗୋଟିଏ ପୋଷ୍ଟ କରି ଦାବି କରିଛନ୍ତି ଯେ ୧୨ ବର୍ଷ ତଳେ ହୀର ଖାନ ବାଙ୍ଗଲାଦେଶରୁ ଭାରତ ଆସି ଏଠାରେ ଶରଣାର୍ଥୀ ପରି ରହୁଛନ୍ତି। ଗତ ୩ ବର୍ଷରୁ ସେ ହିନ୍ଦୁ ଦେବୀ ଦେବତାଙ୍କୁ ଗାଳି କରୁଛନ୍ତି।

ଏହି ଦାବି ସହିତ ଘଟଣାଟି ଟୁଇଟରରେ ମଧ୍ୟ ଭାଇରାଲ କରା ଯାଇଅଛି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲ ରେ ଯାଇ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୩ ସେପ୍ଟେମ୍ବର ରେ ଜାଗରଣ ପତ୍ରିକାରେ ପ୍ରକାଶିତ ହେଇଥିବା ଅନୁଛେଦରେ କୁହା ଯାଇଅଛି ଯେ ହୀର ଖାନ ଯିଏ ସନା ନାମରେ ମଧ୍ୟ ଜଣା ଯାନ୍ତି, ପୋଲିସ ତାଙ୍କୁ ଦେଶଦ୍ରୋହ ଅଭିଯୋଗରେ ରେମାଣ୍ଡରେ ନେଇଥିଲା। ପଚରାଉଚରା କରିଲା ପରେ ତାଙ୍କୁ କାରାଗାର ପଠା ଯାଇଅଛି। ହିନ୍ଦୁ ଦେବୀ ଦେବତାଙ୍କୁ ଅସଭ୍ୟ ଭାଷାରେ ଗାଳି କରିଥିବା ଭିଡିଓ ପୋଷ୍ଟ ମାମଲାରେ ଉତ୍ତରପ୍ରଦେଶର ଖୁଲଦାବାଦ ପୋଲିସ ତାଙ୍କୁ ଗିରଫ କରିଛି।

ଏହା ପରେ ଆମେ ଟୁଇଟରରେ ଯାଇ ଏହି ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୨୫ ଅଗଷ୍ଟ ରେ ଉତ୍ତର ପ୍ରଦେଶର ପ୍ରୟାଗରାଜ ପୋଲିସ ହୀର ଖାନଙ୍କୁ ୨୪ ଘଣ୍ଟା ମଧ୍ୟରେ ଗିରଫ କରିଛି।
Archive
ଏହା ପରେ ହୀର ଖାନଙ୍କ ଜାତୀୟତା ଜାଣିବା ପାଇଁ ଆମେ ଉତ୍ତର ପ୍ରଦେଶର ଖୁଲଦାବାଦ ପୋଲିସ ଫୋନ ଲଗେଇ ଷ୍ଟେସନ ହାଉସ ଅଫିସରଙ୍କ ସହିତ କଥା ହେଳୁ। କଥା ହେଲା ପରେ ପୋଲିସ ଆମକୁ ଦାବି କରା ଯାଇଥିବା ଲିଙ୍କ ପଠାଇବା ପାଇଁ ଅନୁରୋଧ କରିଲେ। ଆମେ ପୋଲିସକୁ ଲିଙ୍କ ପଠାଇଲା ପରେ ପୋଲିସ ଆମ ସହିତ ସମ୍ପର୍କ କରି କହିଲେ ଯେ ପୋଷ୍ଟରେ କରା ଯାଇଥିବା ଦାବି ସମ୍ପୂର୍ଣ ଭାବେ ମିଥ୍ୟା ଅଟେ। ପୋଲିସ କହିବା ଅନୁଯାୟୀ ହୀର ଖାନ ଅଲାହବାଦ ଜିଲାର ନିବାସୀ ଅଟନ୍ତି। ତାଙ୍କ ପାକିସ୍ତାନ ଏବଂ ଅନ୍ୟ ଦେଶ ସହିତ ସମ୍ପର୍କ ଥିବା କଥାର ଯାଞ୍ଚ ପୋଲିସ କରୁଛି।

ଶେଷକଥା:
ପୋଲିସ କହିବା ଅନୁଯାୟୀ ହୀର ଖାନ ଅଲାହବାଦର ନିବାସୀ ଅଟନ୍ତି, ତାଙ୍କ ଜାତୀୟତା ବାଙ୍ଗଲାଦେଶୀ ହେବା କଥା ସମ୍ପୂର୍ଣ ଭାବେ ମିଥ୍ୟା ଅଟେ। ବର୍ତମାନ ପୋଲିସ ହୀର ଖାନଙ୍କୁ ଗିରଫ କରି ତାଙ୍କ ସମ୍ପର୍କ ଅନ୍ୟ ଦେଶ ସହିତ ଥିବା ପ୍ରମାଣ ଖୋଜୁଛନ୍ତି।

Title:କ’ଣ ହିନ୍ଦୁ ଦେବୀଙ୍କୁ ଅସଭ୍ୟ ନାମରେ ଡାକିଥିବା ୟୁଟ୍ୟୁବର ହୀର ଖାନ ବାଙ୍ଗଲାଦେଶୀ ରେଫ୍ୟୁଜି ଅଟନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False