
କୋଭିଡରୁ ଲୋକଙ୍କ ସୁରକ୍ଷା ପାଇଁ ସରକାର ପ୍ରତ୍ୟେକ ଥର ବାହାରକୁ ଯିବାବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି। କିନ୍ତୁ ସାମ୍ପ୍ରତିକ ଖବରରେ ଆମେ ଅନେକ ପରିସ୍ଥିତି ଦେଖିଛୁ ଯେତେବେଳେ ଲୋକମାନେ ଏହି ନିୟମ ପାଳନ କରି ନାହାନ୍ତି। ମାସ୍କ ନ ପିନ୍ଧିଥିବା ଲୋକମାନଙ୍କ ପାଇଁ ସରକାର ଜରିମାନା ଆଦାଯ କରିବା ନିର୍ଣଯ ପରେ ପୋଲିସକୁ ବହୁତ କଠୋର କାର୍ଯ୍ୟାନୁଷ୍ଠାନଗ୍ରହଣ କରୁଥିବା ଦେଖିବାକୁ ମିଳିଛି। ଭାଇରାଲ ହେଉଥିବା
ଏହି ପୋଷ୍ଟରେ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ପୋଲିସଙ୍କ ଉପରେ ଆକ୍ରମଣ କରୁଛନ୍ତି। ପୋଷ୍ଟ ଦାବି ଅନୁଯାୟୀ ମାସ୍କ ଚେକିଙ୍ଗ କରୁଥିବା ଏହି ପୋଲିସଙ୍କ ଉପରେ ଲୋକେ ଏହି ପରି ଆକ୍ରମଣ କରିଛନ୍ତି।
ଫ୍ୟାକ୍ଟ କ୍ରିଷେଣ୍ଡୋ ପୋଷ୍ଟର ଦାବିକୁ ମିଥ୍ୟା ବୋଲି ପାଇଲା।

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ହେଉଥିବା ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ଫଳାଫଳରେ ଆମକୁ ୨୧ ଜୁନ ୨୦୧୭ ମସିହାରେ ‘ଦି ସନ୍’ ପତ୍ରିକା ୱେବସାଇଟରେ ଏହି ଫୋଟୋ ଏବଂ ଏହି ଫୋଟୋ ସହିତ ଜଡ଼ିତ ଗୋଟିଏ ଭିଡିଓ ପ୍ରସାରିତ ହୋଇଥିବା ମିଳିଲା। ଏହି ପତ୍ରିକା ଅନୁଯାୟୀ ଜଣେ ନାବାଳିକା ଛାତ୍ରୀଙ୍କୁ ଡାକ୍ତରଖାନାର ଆଇସିୟୁ ରେ ଦୁଷ୍କର୍ମ କରା ଯିବା ଘଟଣା ପରେ ସ୍ଥାନୀୟ ଲୋକେ କ୍ରୋଧିତ ହୋଇ ଦଙ୍ଗା କରି ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ଘଟଣା କାନପୁର ସହରର ଜାଗୃତି ହସ୍ପିଟାଲରେ ଘଟି ଥିଲା।
ଏଇ ଘଟଣା ୨୦୧୭ ରେ ଘଟିଥିବାରୁ ଏହାର କୋଭିଡ କିମ୍ବା ମାସ୍କ ଚେକିଙ୍ଗ ସହିତ କୌଣସି ସମ୍ବନ୍ଧ ହେବର ସମ୍ଭାବନା ନାହିଁ।

ୟୁଟ୍ୟୁବରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲା ପରେ ଆମକୁ ୧୬ ଜୁନ ୨୦୧୭ ମସିହାରେ ଏବିପି ଅସ୍ମିତା ନାମକ ୟୁଟ୍ୟୁବ ଚ୍ୟାନାଲରେ ପୀଡ଼ିତାଙ୍କ ଗଣମାଧ୍ୟମ ସହିତ ସାକ୍ଷାତର ଗୋଟିଏ ଭିଡିଓ ମିଳିଲା ଯେଉଁଥିରେ ସେ ଏହି ଘଟଣାର ବର୍ଣନା କରିଛନ୍ତି। ସେ ଗଣମାଧ୍ୟମକୁ କହୁଛନ୍ତି କେଉଁପରି ଜଣେ ହସ୍ପିଟାଲ କର୍ମଚାରୀ ତାଙ୍କୁ ଟୀକା ଦେଇ ତାଙ୍କ ସହିତ ଦୁଷ୍କର୍ମ କରିଛନ୍ତି। ତଳେ ଆପଣ ଏହି ଭିଡିଓ ଦେଖି ପାରିବେ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଫୋଟୋ ୨୦୧୭ ମସିହାର କାନପୁର ସହରର ଜାଗୃତି ହସ୍ପିଟାଲରେ ଜଣେ ନାବାଳିକାଙ୍କ ସହିତ ଦୁଷ୍କର୍ମ ହୋଇଥିବା ଘଟଣା ଶାୟତ ସମ୍ବନ୍ଧ ଅଛି। ଏହାର କୋଭିଡ କିମ୍ବା ମାସ୍କ ଚେକିଙ୍ଗ ସାଜିତ କୌଣସି ସମ୍ବନ୍ଧ ନାହିଁ।

Title:କ’ଣ ଫୋଟୋରେ ମାସ୍କ ଚେକିଙ୍ଗ କରୁଥିବା ଜଣେ ପୋଲିସଙ୍କୁ ଲୋକେ ଆକ୍ରମଣ କରିଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
