
ବର୍ତ୍ତମାନ ସୋସିଆଲ ମିଡିଆରେ ଜନସତ୍ତା ସାବାଡର ଏକ ସ୍କ୍ରିନଶଟ୍ ଭାଇରାଲ ହେଉଛି। ଏହି ଭାଇରାଲ ସ୍କ୍ରିନଶଟ୍ ରେ ଶାହରୁଖ ଖାନଙ୍କର ଦ୍ଵାରା ମୁସଲିମ ମାନଙ୍କର ପାଇଁ ଦେଇଥିବା ଏକ ମନ୍ତବ୍ୟ ପ୍ରକାଶିତ ହେଇଛି। ଭାଇରାଲ ଫୋଟୋର ଶୀର୍ଷକରେ ଲେଖା ଯାଇଛି ଯେ ଶାହରୁଖ ଖାନ କହିଛନ୍ତି, “ଜଣେ ମୁସଲମାନ ହି ଅନ୍ୟ ମୁସଲମାନକୁ ବଢିବାରେ ସାହାଯ୍ୟତା କରି ପାରିବ। ଆଜି ଯଦି ମୁଁ ସୁପରଷ୍ଟାର ଅଛି ତେବେ ବିଶେଷ ଧନ୍ୟବାଦ ମୋର ସେହି ମୁସଲମାନ ଭାଇ ମାନଙ୍କୁ ଯେଉଁ ମାନେ ଗରିବ ହେଇଥିବାରୁ ମଧ୍ୟ ଆମ ଖାନ ମାନଙ୍କର ସିନେମା ଦେଖିଛନ୍ତି। ଆମ ଇସଲାମ ଧର୍ମ ମଧ୍ୟ ଏହି ପରି ଭାଇଚାରାକୁ ପ୍ରୋତ୍ସାହିତ କରି ଥାଏ।”
ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଜାଣିବାକୁ ଚେଷ୍ଟା କରିଲୁ ଯେ କ’ଣ ଏହି ସମ୍ବାଦ ପ୍ରକୃତରରେ ଜନସତା ଖବରକାଗଜରେ ବା ୱେବସାଇଟରେ ପ୍ରକାଶିତ ହେଇଛି? ଏହା ଜାଣିବା ପାଇଁ ଆମେ ଜନସତ୍ତା ଇ-ପେପର ୱେବସାଇଟରେ ସର୍ଚ କରିଲୁ। କିନ୍ତୁ ଆମକୁ ଏହି ସମ୍ବାଦ ପ୍ରକାଶିତ ହେଇଥିବା ମିଳିଲା ନାହିଁ। ଜନସତ୍ତା ୱେବସାଇଟରେ ଆମେ ସମ୍ପ୍ରତି ସମୟର ଏକ ଇ-ପେପର ଖୋଲି ଦେଖିଲୁ। ଆମେ ଜାଣିବାକୁ ପାଇଲୁ ଯେ ଭାଇରାଲ ଫୋଟୋରେ ସମ୍ବାଦ ପ୍ରକାଶ ହେଇଥିବା ଫଣ୍ଟ ଜନସତ୍ତା ୱେବସାଇଟରେ ପ୍ରକାଶିତ ହେଇଥିବା ଇ-ପେପରର ଫଣ୍ଟ ଠାରୁ ଭିନ୍ନ ଅଟେ। ସାଧାରଣତ ଖବରକାଗଜନିଜ ଫଣ୍ଟ ବଦଲାଣ୍ଟି ନାହିଁ। ଏହା ଦ୍ଵାରା ଆମେ ସ୍ପଷ୍ଟ ହେଳୁ ଯେ ଭାଇରାଲ ହେଉଥିବା ସମ୍ବାଦ ଜନସତ୍ତା ଖବରକାଗଜ ଦ୍ଵାରା ପ୍ରକାଶିତ ହେଇ ନାହିଁ।

ଏହା ପରେ ଆମେ ଟୁଇଟରରେ ଯାଇ ଜନସତ୍ତା ଖବରକାଗଜର ଟୁଇଟର ହେଣ୍ଡେଲ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୨୯ ସେପ୍ଟେମ୍ବରରେ ଜନସତ୍ତାର ଏକ ଟୁଇଟ ମିଳିଲା ଯେଉଁଥିରେ ଭାଇରାଲ ଫୋଟୋ ପୋଷ୍ଟ କରି କୁହା ଯାଇଛି ଯେ କିଛି ଲୋକ ଜନସତ୍ତାର ନାମରେ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି। ଏହା ଏକ ଫର୍ଜି ପୋଷ୍ଟ ଅଟେ ଏବଂ ଜନସତ୍ତା ଏପରି କୌଣସି ସମ୍ବାଦ ପ୍ରକାଶିତ କରି ନାହିଁ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ପୋଷ୍ଟରେ ଥିବା ଜନସତ୍ତା ଖବରକାଗଜର କ୍ଲିପ୍ ନକଲି ଅଟେ। ଜନସତ୍ତା ଟୁଇଟର ମାଧ୍ୟମରେ ଜଣାଇଛି ଯେ ଏହି ସମ୍ବାଦ ତାଙ୍କ ଦ୍ଵାରା ପ୍ରକାଶିତ କରା ଯାଇ ନାହିଁ।
Title:କ’ଣ ଜନସତ୍ତା ସମ୍ବାଦ ଶାହରୁଖ ଖାନଙ୍କର ମୁସଲିମ ମାନଙ୍କର ସମର୍ଥନରେ ଦେଇଥିବା ମନ୍ତବ୍ୟ ପ୍ରକାଶିତ କରିଛି?
Fact Check By: Siddharth SahuResult: False

